ନୂଆଦିଲ୍ଲୀ: ବିଶ୍ୱକପ ହାରିବାର ଦୁଃଖରୁ ବାହାରି ପାକିସ୍ତାନକୁ କାଉଣ୍ଟର ଆଟାକ କରିଛନ୍ତି ଟିମ ଇଣ୍ଡିଆର ଷ୍ଟାର ବୋଲର ମହମ୍ମଦ ଶାମୀ । ବିଶ୍ୱକପରେ ତାଙ୍କ ବୋଲିଂକୁ ନେଇ ହୋଇଥିବା ବିବାଦୀୟ ବୟାନ୍ ଉପରେ ସେ ଚେତାବନୀ ଦେଇିଛନ୍ତି । ପାକିସ୍ତାନର ପୂର୍ବତନ କ୍ରିକେଟରଙ୍କ ଏହି ବୟାନ ଉପରେ କଡ଼ା ଜବାବ ଦେଇଛନ୍ତି ମହମ୍ମଦ ଶାମୀ । ସିଧାସଳଖ ବୟାନର ଉଚିତ ଜବାବ ରଖି ପାକିସ୍ତାନର ମୁହଁ ବନ୍ଦ କରି ଦେଇଛନ୍ତି ଷ୍ଟାର ବୋଲର । ବିଶ୍ୱକପ ବେଳେ ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ରହୁଥିବା ପାକିସ୍ତାନର ପୂର୍ବତନ କ୍ରିକେଟରଙ୍କୁ ଚେତାବନୀ ଦେଇଛନ୍ତି ଶାମୀ।
ସୂଚନା ଅନୁସାରେ, ବିଶ୍ୱକପ ଚାଲିଥିବା ବେଳେ ଭାରତୀୟ କ୍ରିକେଟର ଓ ବିସିସିଆଇକୁ ପାକିସ୍ତାନର କିଛି ପୂର୍ବତନ କ୍ରିକେଟର ଖୁବ ସମାଲୋଚନା କରିଥିଲେ। ବିଭିନ୍ନ ପ୍ରକାରର ମିଥ୍ୟା ଆରୋପ ଲଗାଇ ଖେଳଳିଙ୍କୁ ଦୋଷାରୋପ କରୁଥିଲେ ପାକିସ୍ତାନର କିଛି ପୂର୍ବତନ ଖେଳାଳି । ଯାହାକୁ ନେଇ ଭାରତୀୟ ଷ୍ଟାର ବୋଲର ମହମ୍ମଦ ଶାମୀ ଏବେ ସେମାନଙ୍କୁ କଡ଼ା ଜବାବ ଦେବା ସହ ଚେତାବନୀ ମଧ୍ୟ ଦେଇଛନ୍ତି। ତେବେ ବିଶ୍ୱକପ୍ ଫାଇନାଲରେ ହାରିବା ସହ ପାକିସ୍ତାନର ପୂର୍ବ କ୍ରିକେଟରଙ୍କ ଏହି ଅଜବ ବୟାନ ତାଙ୍କ ଖୁବ କଷ୍ଟ ଦେଇଛି । ବିଶେଷ କରି ପାକିସ୍ତାନର ପୂର୍ବତନ ବ୍ୟାଟର ହାସନ ରାଜାଙ୍କ ବୟାନ ସବୁଠାରୁ ବେଶୀ ଚର୍ଚ୍ଚାରେ ରହିଥିଲା। ହାସନ ରାଜା କହିଥିଲେ ଯେ, ଭାରତୀୟ ବୋଲରଙ୍କୁ ଭିନ୍ନ ଏକ ସ୍ପେଶାଲ ବଲ ଦିଆଯାଉଛି ଯେଉଁଥିପାଇଁ ସେ ଭଲ ପ୍ରଦର୍ଶନ କରିପାରୁଛନ୍ତି ।
ତେବେ ଏହା ଉପରେ ଶାମୀ କହିଛନ୍ତି, “ବିଶ୍ୱକପ ଆରମ୍ଭରୁ ମୁଁ ଖେଳୁ ନଥିଲି। ହାର୍ଦ୍ଦିକ ଆହତ ହେବାରୁ ମୋତେ ଦଳରେ ସୁଯୋଗ ମିଳିଲା ଏବଂ ବିଶ୍ୱକପରେ ମୋର ପ୍ରଥମ ମ୍ୟାଚରେ ୫ ୱିକେଟ, ପରେ ୪ ୱିକେଟ ଓ ପରବର୍ତ୍ତୀ ମ୍ୟାଚରେ ୫ ୱିକେଟ ହାସଲ କରିବାରେ ସଫଳ ହୋଇଥିଲି। କିଛି ପାକିସ୍ତାନ ଖେଳାଳି ଏହାକୁ ହଜମ କରିପାରୁ ନଥିଲେ। ମୁଁ ଏଥିରେ କ’ଣ କରିପାରିବି? ମୋତେ କେବେ ହେଲେ କାହା ପ୍ରଦର୍ଶନରେ ଈର୍ଷା ହୁଏ ନାହିଁ। ଅନ୍ୟମାନଙ୍କ ସଫଳତାକୁ ଯେତେବେଳେ ଆପଣ ଉପଭୋଗ କରିବେ ସେତେବେଳେ ହିଁ ଆପଣ ଜଣେ ଭଲ ଖେଳାଳି ହୋଇପାରିବେ। କିଛି ପାକିସ୍ତାନ ଖେଳାଳି ଭାବି ନେଇଛନ୍ତି ଯେ ସେମାନଙ୍କ ଠାରୁ କେହି ଭଲ ନାହାନ୍ତି। ସେମାନେ ହିଁ ଶ୍ରେଷ୍ଠ। କିନ୍ତୁ ଶ୍ରେଷ୍ଠ ସିଏ ଯିଏ ଠିକଣା ସମୟରେ ଭଲ ପ୍ରଦର୍ଶନ କରେ। କିନ୍ତୁ ଆପଣମାନେ କେବଳ ଭଲ ପ୍ରଦର୍ଶନରୁ ବିବାଦ ସୃଷ୍ଟି କରିବାକୁ ଚାହୁଁଛନ୍ତି। ଏଥିପାଇଁ ଭାରତୀୟ ବୋଲର ଭିନ୍ନ ରଙ୍ଗ ଓ ଭିନ୍ନ କମ୍ପାନୀର ବଲ୍ ପାଉଥିବା ଅଭିଯୋଗ ଆଣିଛନ୍ତି।
The pick of the bowlers
More CWC23 stats
https://t.co/ghKS7dWC7E pic.twitter.com/PlVuPdrxgg
— ICC (@ICC) November 21, 2023
ଏସବୁ ଛାଡ଼ନ୍ତୁ। ଆଉ ଯେତେ ଶୀଘ୍ର ପାରୁଛନ୍ତି ସୁଧୁରି ଯାଅନ୍ତୁ ବୋଲି ଶାମୀ ଚେତାବନୀ ଦେଇ କଡ଼ା ଜବାବ ଦେଇଛନ୍ତି।” ଶାମୀ ଆହୁରି କହିଛନ୍ତି କି ଯଦି ଜଣେ ଖେଳାଳି ଏପରି କଥା କହିଥାଆନ୍ତେ, ତା’ହେଲେ ସେକଥା ମୁଁ ବୁଝି ପାରିଥାଆନ୍ତି। କିନ୍ତୁ ବୟାନ ଦେଇଥିବା ବ୍ୟକ୍ତି ହେଉଛନ୍ତି ପୂର୍ବତନ ଖେଳାଳି। ଏକଥା ଶୁଣି ଲୋକମାନେ ହସିବେ ବୋଲି କହିଛନ୍ତି ଶାମୀ।”