fbpx

ପ୍ରାୟ ବର୍ଷକ ପରେ ଆକ୍ସନକୁ ଫେରିବେ ଶାମୀ: ଏହି ସିରିଜରେ ଟିମ ଇଣ୍ଡିଆକୁ କରିବେ କମବ୍ୟାକ

ନୂଆଦିଲ୍ଲୀ: ଦିନିକିଆ ବିଶ୍ୱକପ ୨୦୨୩ରେ ଦମଦାର ପ୍ରଦର୍ଶନ ପରେ ପୁଣିଥରେ ଆକ୍ସନକୁ ଫେରିବେ ଷ୍ଟାର ବୋଲର ମହମ୍ମଦ ଶାମୀ । ବିଶ୍ୱକପ ପରେ ଆହତ ସମସ୍ୟା ଯୋଗୁଁ ଦୀର୍ଘ ଦିନରୁ ଶାମୀ କ୍ରିକେଟରୁ ଦୂରେଇ ରହିଛନ୍ତି । ତେବେ ଅନେକ ଦିନ ପରେ ପୁଣିଥରେ ଭାରତୀୟ ଜର୍ସିରେ କମବ୍ୟାକ କରିବା ପାଇଁ ପ୍ରସ୍ତୁତ ହୋଇଛନ୍ତି ଶାମୀ । ଆଇପିଏଲ-୨୦୨୪ ଏବଂ ଟି-୨୦ ବିଶ୍ୱକପ ଭଳି ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିବା ପରେ ଶାମୀ ବର୍ତ୍ତମାନ ଟେଷ୍ଟ ସିରିଜରୁ କମବ୍ୟାକ କରିବା ନେଇ ଆଶା କରାଯାଉଛି ।

ଆସନ୍ତା ଅକ୍ଟୋବରରେ ହେବାକୁ ଥିବା ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଶାମୀ ଟିମ ଇଣ୍ଡିଆକୁ ପେରିବେ ବୋଲି ସୂଚନା ମିଳିଛି । ଷ୍ଟାର ବୋଲର ମହମ୍ମଦ ଶାମୀ ବର୍ତ୍ତମାନ ବେଙ୍ଗଲୁରୁର ନେସନାଲ କ୍ରିକେଟ ଷ୍ଟାଡିୟମରେ ଅଭ୍ୟାସରତ ଅଛନ୍ତି । ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଶାମୀ ଭାରତ ପାଇଁ କମବ୍ୟାକ କରିପାରନ୍ତି ବୋଲି ଆଶା କରାଯାଉଛି । କିନ୍ତୁ ଏହାପୂର୍ବରୁ ଶାମୀ ବେଙ୍ଗଲ ପାଇଁ ଏକ ଘରୋଇ କ୍ରିକେଟ ଖେଳି ଲୟ ହାସଲ କରିବାକୁ ପ୍ରୟାସ କରିବେ । ଅକ୍ଟୋବର ୧୧ ତାରିଖରୁ ହେବାକୁ ଥିବା ରଣଜୀ ଟ୍ରଫିରେ ସାମିଲ ହେବା ସହ ୧୦ ମାସ ପରେ ପ୍ରଥମ ଥର ପାଇଁ ସେ ଆକ୍ସନରେ ଦେଖାଦେବେ । ଏହି ଟୁର୍ଣ୍ଣାମେଣ୍ଟରେ ଶାମୀ ପ୍ରଥମ ମ୍ୟାଚରେ ଉତ୍ତରପ୍ରଦେଶ ଏବଂ ଦ୍ୱିତୀୟ ମ୍ୟାଚରେ ବିହାରକୁ ଭେଟିପାରନ୍ତି ।

ଦିନିକିଆ ବିଶ୍ୱକପରେ ସୁଯୋଗ ପାଇବା ମାତ୍ରେ ଦମଦାର ପ୍ରଦର୍ଶନ କରିଥିଲେ ମହମ୍ମଦ ଶାମୀ । ନ୍ୟୁଜିଲାଣ୍ଡ ବିପକ୍ଷ ଅନ୍ୟ ସମସ୍ତ ଦଳ ବିପକ୍ଷରେ ଦମଦାର ବୋଲିଂ କରି ଭାରତକୁ ଫାଇନାଲରେ ପ୍ରବେଶ କରାଇବାରେ ପ୍ରମୁଖ ଭୂମିକା ତୁଲାଇଥିଲେ । ଏହାପରେ ଗୋଡ଼ରେ ଆଘାତ ସମସ୍ୟା ଯୋଗୁଁ ସେ କ୍ରିକେଟରୁ ଦୂରେଇ ରହିବା ପାଇଁ ନିଷ୍ପତ୍ତି ନେଇଥିଲେ । ତେଣୁ କ୍ରିକେଟରୁ କିଛି ଦିନ ଦୂରେଇ ରହି ସେ ସର୍ଜରୀ କରାଇଥିବା ବେଳେ ବର୍ତ୍ତମାନ ପୁଣିଥରେ କ୍ରିକେଟକୁ ପେରିବା ପାଇଁ ପ୍ରସ୍ତୁତ ହୋଇଛନ୍ତି । ଆସନ୍ତା ଅକ୍ଟୋବରରେ ନ୍ୟୁଜିଲାଣ୍ଡ ବିପକ୍ଷରେ ୩ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ ଖେଳାଯିବ । ସିରିଜର ପ୍ରଥମ ମ୍ୟାଚ୍

Get real time updates directly on you device, subscribe now.