fbpx

Team India @ WC Final; ‘ବିରାଟ’ ଶତକ ସହ ଶାମୀଙ୍କ ସ୍ୱିଙ୍ଗ : ନ୍ୟୁଜିଲାଣ୍ଡ ହାତରୁ ମ୍ୟାଚ ଛଡ଼ାଇ ଆଣିଲା ରୋହିତ ସେନା

ମୁମ୍ବାଇ: ନ୍ୟୁଜିଲାଣ୍ଡ ବିପକ୍ଷ ସେମି ଫାଇନାଲରେ ବାଜି ମାରିଛି ଟିମ ଇଣ୍ଡିଆ । ଏହି ବିଜୟ ସହ ବିଶ୍ୱକପ ଫାଇନାଲକୁ ଯୋଗ୍ୟତା ହାସଲ କରିଛି ଭାରତୀୟ କ୍ରିକେଟ ଟିମ୍ । ପ୍ରଥମ ସେମି ଫାଇନାଲ ମହାଲଢେଇରେ ଦମଦାର ବିଜୟ ହାସଲ କରିଛି ରୋହିତ ସେନା । ଲମ୍ବା ସଂଘର୍ଷ ପରେ ନ୍ୟୁଜିଲାଣ୍ଡକୁ ମାତ୍ ଦେଇ ଭାରତ ଫାଇନାଲ ପାଇଁ ଟିକେଟ ହାସଲ କରିଛି । ବିରାଟ ଏବଂ ଶ୍ରେୟସଙ୍କ ଶତକ ପରେ ମହମ୍ମଦ ଶାମୀଙ୍କ ଘାତକ ବୋଲିଂରେ ଭାରତ ବିଶ୍ୱକପ ଫାଇନାଲରେ ପହଞ୍ଚିଛି । ନ୍ୟୁଜିଲାଣ୍ଡ ହାତରୁ ଏହି ବିଜୟକୁ ଛଡ଼ାଇ ଆଣିବାରେ ସଫଳ ହୋଇଛି ରୋହିତ ସେନା ।

୨୦୧୧ ପରେ ପ୍ରଥମ ଥର ପାଇଁ ଦିନିକିଆ ବିଶ୍ୱକପ ଫାଇନାଲରେ ପହଞ୍ଚିଛି ଟିମ ଇଣ୍ଡିଆ । ଏହାପୂର୍ବରୁ ୨୦୧୫ ଏବଂ ୨୦୧୯ ଦିନିକିଆ ବିଶ୍ୱକପରେ ଭାରତକୁ ସେମି ଫାଇନାଲରୁ ହିଁ ଫେରିଥିଲା । ତେବେ ଦୀର୍ଘ ୧୨ ବର୍ଷ ପରେ ପ୍ରଥମ ଥର ପାଇଁ ଟିମ ଇଣ୍ଡିଆ ସେମି ଫାଇନାଲ ଅତିକ୍ରମ କରି ବିଶ୍ୱକପ ଫାଇନାଲରେ ନିଜ ସ୍ଥାନ ପକ୍କା କରିଛି । ତେବେ ଏହି ବିଜୟର ସୂତ୍ରଧର ସାଜିଛନ୍ତି କିଙ୍ଗ ବିରାଟ କୋହଲି ଏବଂ ଷ୍ଟାର ବୋଲର ମହମ୍ମଦ ଶାମୀ । ବିରାଟଙ୍କ ଶତକ ସହିତ ଶାମୀଙ୍କ ଘାତକ ବୋଲିଂ ଭାରତକୁ ବିଶ୍ବକପ ଫାଇନାଲର ଟିକେଟ ପ୍ରଦାନ କରିଛି । ପ୍ରଥମ ଦଳ ଭାବରେ ବିଶ୍ବକପ-୨୦୨୩ର ଫାଇନାଲରେ ଏଣ୍ଟ୍ରି କରିଛି ଭାରତ ।

IND vs NZ Semi Final: Mohammed Shami ने रचा इतिहास, World Cup में पूरा विकेटों का अर्धशतक; Starc- Malinga का बड़ा रिकॉर्ड धराशायी - mohammed shami became fastest bowler to took 50

ପ୍ରଥମେ ବ୍ୟାଟିଂ କରି ଭାରତ ନ୍ୟୁଜିଲାଣ୍ଡକୁ ୩୯୮ ରନର ଏକ ବିଶାଳ ବିଜୟ ଲକ୍ଷ୍ୟ ଦେଇଥିଲା । ଏହାର ପିଛା କରି ନ୍ୟୁଜିଲାଣ୍ଡ ଅଧିନାୟକ କେନ୍ ୱିଲିୟମସନ ଏବଂ ଡାରିଲ ମିଚେଲ ଦଳକୁ ବିଜୟ ଦେବା ପାଇଁ ଚେଷ୍ଟା କରିଥିଲେ । ଡାରିଲ ମିଚେଲ ଏହି ମ୍ୟାଚରେ ବିସ୍ଫୋରକ ଶତକ ହାସଲ କରିଥିଲେ ମଧ୍ୟ ନ୍ୟୁଜିଲାଣ୍ଡ ପାଇଁ ଏହା ସୁଫଳ ଦେଇ ପାରିନି । ମାତ୍ର ୧୧୯ ବଲରୁ ୯ଟି ଚୌକା ଏବଂ ୭ଟି ବିଶାଳ ଛକା ସହ ୧୩୪ ରନର ଏକ ଧୂଆଧାର ଇନିଂସ ଖେଳିଛନ୍ତି ମିଚେଲ । କିନ୍ତୁ ଶାମୀଙ୍କ ସ୍ୱିଙ୍ଗ ବଲ ଆଗରେ ନ୍ୟୁଜିଲାଣ୍ଡର ବାକି ସମସ୍ତ ଖେଳାଳି ଫେଲ ମାରିଛନ୍ତି । ମିଚେଲଙ୍କ ବ୍ୟତୀତ ୱିଲିୟମସନ ୬୯ ରନର ଏକ ଭଲ ପାଳି ଖେଳିଥିଲେ ଏବଂ ଗ୍ଲେନ ଫିଲିପ୍ସ ୪୧ ରନର ପାଳି ଖେଳିଛନ୍ତି । ଏହା ବ୍ୟତୀତ ଅନ୍ୟ କୌଣସି ଖେଳାଳି ଶାମୀଙ୍କୁ ସାମ୍ନା କରିବାରେ ସଫଳ ହୋଇନାହାନ୍ତି ।

IND Vs NZ Semi-Final: Virat Kohli Cracks 50th ODI Century, Surpasses Sachin Tendulkar In ICC Cricket World Cup 2023 Match

ତେବେ ଟିମ ଇଣ୍ଡିଆ ତରଫରୁ ମହମ୍ମଦ ଶାମୀ ସବାଦିକ 7ଟି ୱିକେଟ ହାସଲ କରି ଏକା ନ୍ୟୁଜିଲାଣ୍ଡ ଉପରେ ଭାରି ପଡ଼ିଛନ୍ତି । ଏହାବ୍ୟତୀତ ଥିବା ବେଳେ ଜଶପ୍ରୀତ ବୁମରାହ, କୁଳଦୀପ ଯାଦବ ଏବଂ ମହମ୍ମଦ ସିରାଜ ଗୋଟିଏ ଲେଖାଏଁ ସଫଳତା ହାସଲ କରିଛନ୍ତି । ୱିଲିୟମସନ ଏବଂ ମିଚେଲ ପଡ଼ିଆରେ ଖେଳୁଥିବା ବେଳେ ନ୍ୟୁଜିଲାଣ୍ଡର ବିଜୟ ସୁନିଶ୍ଚିତ ମନେ ହେଉଥିଲା । କିନ୍ତୁ ୩୩ତମ ଓଭରରେ ସ୍ୱିଙ୍ଗିଙ୍ଗ ଷ୍ଟାର ମହମ୍ମଦ ଶାମୀଙ୍କୁ ବୋଲିଂ ଦେଇଥିଲେ ରୋହିତ । ଏହି ଓଭରରେ ଅଧିନାୟକ କେନ୍ ୱିଲିୟମସନ ଏବଂ ଟମ୍ ଲାଥମଙ୍କ ୱିକେଟ ନେଇ ଟିମ ଇଣ୍ଡିଆକୁ କମବ୍ୟାକ କରାଇଥିଲେ । ଏହାପରେ ଭାରତ ନ୍ୟୁଜିଲାଣ୍ଡକୁ ପଛରେ ପକାଇ ଫାଇନାଲରେ ପ୍ରବେଶ କରିଛି । ବର୍ତ୍ତମାନ ବିଶ୍ୱକପରେ ତୃତୀୟ ଥର ଚମ୍ପିଆନ୍ ପାଲଟିବା ପାଇଁ ଆଉ ମାତ୍ର ଗୋଟିଏ ପାଦ ପଛରେ ରହିଛି ରୋହିତ ସେନା ।

Get real time updates directly on you device, subscribe now.