fbpx

ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ କୀଡା ପ୍ରତିଯୋଗିତା କରିବେ ରାଜ୍ୟ ସରକାର; ଜାଣନ୍ତୁ ବିଜେତାଙ୍କ ପାଇଁ ରହିଛି କେତେ ଟଙ୍କାର ପୁରସ୍କାର ରାଶି..

ଓଡିଶା ଭାସ୍କର; କ୍ରୀଡ଼ାର ବିକାଶ ପାଇଁ ବହୁ ଉଲ୍ଲେଖନୀୟ ପଦକ୍ଷେପ ଗ୍ରହଣ କରିଛନ୍ତି ଓଡିଶା ସରକାର । ବିଶ୍ୱସ୍ତରୀୟ ହକି ଷ୍ଟାଡିୟମ୍‍ ନିର୍ମାଣ ଠାରୁ ଆରମ୍ଭ କରି ଅନ୍ତର୍ଜାତୀୟ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନର ସଫଳତା ପାଇଛି ଓଡ଼ିଶା। ସେହିପରି ହକି ପରେ ଏବେ ଫୁଟବଲକୁ ମଧ୍ୟ ପ୍ରାଧାନ୍ୟ ଦେଇଛନ୍ତି ରାଜ୍ୟ ସରକାର । ଆସନ୍ତା ୨୧ ତାରିଖରେ ଭୁବନେଶ୍ୱରରେ ଉଦଘାଟିତ ହେବ ଦେଶର ପ୍ରଥମ ବିଶ୍ୱସ୍ତରୀୟ ଫୁଟବଲ୍ ଟ୍ୟାଲେଣ୍ଟ ଏକାଡେମୀ । ଅନ୍ୟପଟେ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ କ୍ରୀଡାର ବିକାଶ ପାଇଁ ମଧ୍ୟ ରାଜ୍ୟ ସରକାର ସ୍ୱତନ୍ତ୍ର ପ୍ରସ୍ତୁତି କରିଛନ୍ତି । ଏଥିରେ କ୍ରିକେଟ, ହକି, ଫୁଟବଲ, କବାଡି, ଖୋ-ଖୋ, ଭଲିବଲ ଭଳି କ୍ରୀଡା ପ୍ରତିଯୋଗିତାର ଆୟୋଜନ କରିବାକୁ ଯାଉଛନ୍ତି ରାଜ୍ୟସରକାର ।

ତେବେ ଏହାକୁ ନେଇ ଏବେଠାରୁ ବିଜେତାଙ୍କ ପାଇଁ ଆକର୍ଷଣୀୟ ପୁରସ୍କାର ରାଶି ଘୋଷଣା କରିଛି କ୍ରୀଡାବିଭାଗ । ଏକ ବିଜ୍ଞାପନ ଜରିଆରେ ବିଜେତାଙ୍କ ପୁରସ୍କାର ରାଶି ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଛି । ବ୍ଲକ ସ୍ତରୀୟ ଦଳ ଠାରୁ ରାଜ୍ୟ ସ୍ତରୀୟ ପର୍ୟ୍ୟନ୍ତ ସମସ୍ତ ବିଜେତା, ଉପ ବିଜେତାଙ୍କୁ ପୁରସ୍କୃତ କରାଯିବ । ବ୍ଲକ- ଏନଏସି ଓ ମ୍ୟୁନସିପାଲଟିର ଚାମ୍ପିୟନ ଦଳ ପାଇଁ ୨୦ ହଜାର ଟଙ୍କା ପୁରସ୍କାର ରଖାଯାଇଛି । ସେହିପରି ଜିଲ୍ଲା- ମହାନଗର ନିଗମ ପାଇଁ ୫୦ ହଜାର ଟଙ୍କାର ପୁରସ୍କାର ରହିଛି ଓ ରାଜ୍ୟ ସ୍ତରୀୟ ପାଇଁ୨ ଲକ୍ଷ ଟଙ୍କା ରହିଛି । ଅନ୍ୟପଟେ ବ୍ଲକ- ଏନଏସି ଓ ମ୍ୟୁନସିପାଲଟିର ଉପବିଜେତା ପାଇଁ ୧୫ ହଜାର ଟଙ୍କା ପୁରସ୍କାର ରଖାଯାଇଛି । ଜିଲ୍ଲା- ମହାନଗର ନିଗମ ପାଇଁ ୩୦ ହଜାର ଏବଂ ରାଜ୍ୟ ଉପବିଜେତା ପାଇଁ ୧ ଲକ୍ଷ ଟଙ୍କା ରହିଛି।

ସୂଚନା ଥାଉକି, ପ୍ରତି ବ୍ଲକ, ବିଜ୍ଞାପିତ ଅଞ୍ଚଳ ପରିଷଦ, ମ୍ୟୁନିସିପାଲଟି, ମହାନଗର ନିଗମରେ ଆୟୋଜନ ହେବ କୀଡା ପ୍ରତିଯୋଗିତା । ଏନେଇ ରାଜ୍ୟ ସରକାରଙ୍କ କ୍ରୀଡା ବିଭାଗ ପକ୍ଷରୁ ପ୍ରକାଶ ପାଇଛି ବିଜ୍ଞାପନ । ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ କ୍ରିକେଟ, ହକି, ଫୁଟବଲ, କବାଡି, ଖୋ-ଖୋ, ଭଲିବଲ,ଭଳି କ୍ରୀଡା ପ୍ରତିଯୋଗିତାର ଆୟୋଜନ କରିବେ ରାଜ୍ୟ ସରକାର । ୧୩ରୁ ୩୫ ବର୍ଷ ପର୍ୟ୍ୟନ୍ତ ଉଭୟ ଯୁବକ-ଯୁବତୀ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାର ସୁଯୋଗ ରହିଛି ।

Get real time updates directly on you device, subscribe now.