fbpx

ବାବରଙ୍କ ଇସ୍ତଫା ପରେ PCB ଘୋଷଣା କଲା ୨ ନୂତନ ଅଧିନାୟକ, ଏହି ଖେଳାଳିଙ୍କୁ ମିଳିଲା ଦାଇତ୍ୱ

ନୂଆଦିଲ୍ଲୀ; ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ଶାନ ମାସୁଦଙ୍କୁ ଟେଷ୍ଟ ଦଳର ନୂତନ ଅଧିନାୟକ ଭାବେ ନିଯୁକ୍ତ କରିଥିବାବେଳେ ଯୁବ ଦ୍ରୁତ ବୋଲର ଶାହିନ୍ ଆଫ୍ରିଦିଙ୍କୁ ଜାତୀୟ ଟି -୨୦ ଦଳର ଅଧିନାୟକତ୍ୱ ପ୍ରଦାନ କରିଛି । ଏନେଇ PCB ସୋସିଆଲ ମିଡିଆରେ ସୂଚନା ଦିଆଯାଇଛି । ତେବେ ପାକିସ୍ତାନର ଅଧିନାୟକ ବାବର ଆଜାମଙ୍କ ଇସ୍ତଫା ପରେ ପିସିବି ଏହି ନିଷ୍ପତି ନେଇଥିବା ଦେଖିବାକୁ ମିଳିଛି । ସୋସିଆଲ ମିଡ଼ିଆ ‘ଏକ୍ସ’ ରେ ଶାହିନ୍ ଆଫ୍ରିଦି ଏବଂ ଶାନ୍ ମାସୁଦଙ୍କ ଫଟୋ ସେୟାର କରି PCB ଲେଖିଛି, ‘ଆମେ ଆମର ଅଧିନାୟକଙ୍କୁ ଉପସ୍ଥାପନ କରୁଛୁ। ଶାନୁ ମାସୁଦ ଟେଷ୍ଟ ଦଳର ଅଧିନାୟକ ଓ ଶାହିନ୍ ଆଫ୍ରିଦିଙ୍କୁ ଟି -୨୦ ଦଳର ଅଧିନାୟକ ଭାବେ ମନୋନୀତ କରାଯାଇଛି ।

ସୂଚନା ଥାଉକି, ଭାରତରେ ଚାଲିଥିବା ବିଶ୍ୱକପ୍‌ରେ ପାକିସ୍ତାନର ଲଜ୍ଜାଜନକ ପ୍ରଦର୍ଶନ ପରେ ବାବରଙ୍କ ଅଧିନାୟକତ୍ୱ ଉପରେ ପ୍ରଶ୍ନ ଉଠିଥିଲା। ଯାହାକୁ ନେଇ ସବୁଠି ସେ ସମାଲୋଚନାର ସମ୍ମୁଖୀନ ହୋଇଥିଲେ । ତାଙ୍କ ଦଳର ବହୁ ଖେଳାଳି ବାବରଙ୍କ ଅଧିନାୟକତ୍ୱ ପଦରୁ ଇସ୍ତଫା ଦାବି କରିଥିବା ଚର୍ଚ୍ଚା ହେଉଥିଲା । ଆଉ ଶେଷରେ ଆଜି ତିନୋଟି ଫର୍ମାଟର ଅଧିନାୟକ ପଦରୁ ଇସ୍ତଫା ଦେବାକୁ ବାବର ଆଜାମ ଘୋଷଣା କରିଥିଲେ । ପାକିସ୍ତାନ କ୍ରିକେଟ୍ ଦଳକୁ ଦୀର୍ଘ ୪ ବର୍ଷ ଧରି ସେ ଅଧିନାୟକତ୍ୱ କରୁଥିଲେ ।

Get real time updates directly on you device, subscribe now.