fbpx

ସାବଧାନ ଇଂଲଣ୍ଡ ! ଅଭ୍ୟାସ୍ ମ୍ୟାଚରେ ଶାମିଙ୍କ ଗତି, ଜାଡେଜାଙ୍କ ଫିରକିରେ ଘାଇଲା ଇଂରେଜ ବ୍ୟାଟର

ନୂଆଦିଲ୍ଲୀ: ଭାରତୀୟ ଦଳର ଇଂଲଣ୍ଡ ଗସ୍ତ ଆରମ୍ଭ ହୋଇ ଯାଇଛି। ଦଳ ଜୁଲାଇ ୧ରେ ଇଂଲଣ୍ଡ ବିପକ୍ଷରେ ଏକ ମାତ୍ର ଟେଷ୍ଟ ମ୍ୟାଚ୍ ଖେଳିବ। ବର୍ତ୍ତମାନ ଦଳ ଲିସେଷ୍ଟାୟର ବିରୋଧରେ ଓ୍ଵାର୍ମ ଅପ୍ ମ୍ୟାଚ୍ ଖେଳୁଛି। ମ୍ୟାଚରେ ଭାରତ ପ୍ରଭାବଶାଳୀ ପ୍ରଦର୍ଶନ କରିଛି। ବିଶେଷ କରି ବୋଲର ନିଜର ଦମ୍ ଦେଖାଇଛନ୍ତି।

ଇଂଲଣ୍ଡରେ ଭାରତୀୟ ଦଳର ଦ୍ରୁତ ବୋଲରଙ୍କ ସହିତ ସ୍ପିନର ମଧ୍ୟ ନିଜର ଜଲଓ୍ଵା ଦେଖାଇଛନ୍ତି। ଭାରତ ଲିସେଷ୍ଟାୟରକୁ ୨୪୪ ରନରେ ଅଲଆଉଟ୍ କରିଛି। ଭାରତ ତରଫରୁ ମହମ୍ମଦ ଶାମି, ମହମ୍ମଦ ସିରାଜ, ଶାର୍ଦ୍ଦୁଳ ଠାକୁର ଏବଂ ରବୀନ୍ଦ୍ର ଜାଡେଜା ଓ୍ଵିକେଟ୍ ନେଇଛନ୍ତି। ଭାରତୀୟ ବୋଲରଙ୍କ ଏହି ପ୍ରଦର୍ଶନ ନିଶ୍ଚିତ ଭାବେ ଇଂଲଣ୍ଡ ଦଳକୁ ସତର୍କ କରାଇଥିବ।

 

ମହମ୍ମଦ ଶାମି ଶାଣିତ ବୋଲିଂ କରି ତିନି ଓ୍ଵିକେଟ୍ ନେବା ସହ ବିରୋଧୀ ବ୍ୟାଟସମ୍ୟାନଙ୍କୁ ଖୁବ୍ ଅଡୁଆରେ ପକାଇଛନ୍ତି। ଖାସ୍ କଥା ଶାମି ଲିସେଷ୍ଟାୟର ପକ୍ଷରୁ ଖେଳୁଥିବା ଚେତେଶ୍ଵର ପୂଜାରାଙ୍କୁ ମଧ୍ୟ ଆଉଟ୍ କରିଛନ୍ତି। ମହମ୍ମଦ ଶାମିଙ୍କ ବ୍ୟତୀତ ରବୀନ୍ଦ୍ର ଜାଡେଜା ତିନି ଓ୍ଵିକେଟ୍ ନେଇଛନ୍ତି। ଏଥିରେ ଋଷଭ ପନ୍ତ(୭୬ ରନ)ଙ୍କ ଓ୍ଵିକେଟ୍ ମଧ୍ୟ ସାମିଲ୍। ଜାଡେଜା ଆହତଜନିତ ସମସ୍ୟାରୁ ମୁକୁଳିବା ପରେ ଭାରତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଏପରିକି ଆଇପିଏଲ ଅଧାରୁ ସେ ଦଳରୁ ବାଦ୍ ପଡିଥିଲେ।

ଭାରତୀୟ ବୋଲରଙ୍କ ପ୍ରଦର୍ଶନ

ମହମ୍ମଦ ଶାମି- ୧୨ ଓଭର, ୪୨ ରନ, ୩ ଓ୍ଵିକେଟ୍
ରବୀନ୍ଦ୍ର ଜାଡେଜା- ୮ ଓଭର, ୨୮ ରନ, ୩ ଓ୍ଵିକେଟ୍
ମହମ୍ମଦ ସିରାଜ- ୧୧ ଓଭର, ୪୬ ରନ, ୨ ଓ୍ଵିକେଟ୍
ଶାର୍ଦ୍ଦୁଳ ଠାକୁର- ୧୬ ଓଭର, ୭୧ ରନ, ୨ ଓ୍ଵିକେଟ୍

ଭାରତ ପ୍ରଥମେ ବ୍ୟାଟିଂ କରି ୨୪୬ ରନ କରିଥିଲା। ଦଳ ପକ୍ଷରୁ କେଏସ ଭରତ ସର୍ବାଧିକ ୭୦ ରନ କରିଥିଲେ। ତାଙ୍କ ବ୍ୟତୀତ ବିରାଟ କୋହଲି ୩୩, ଅଧିନାୟକ ରୋହିତ ଶର୍ମା ୨୫ ରନ କରିଥିଲେ।

Get real time updates directly on you device, subscribe now.