fbpx
BJD SKY
BJD SKY

ଜୁଲାଇରେ ଅଧା ଦିନ ବନ୍ଦ ରହିବ ବ୍ୟାଙ୍କ, ଚେକ୍ କରିନିଅନ୍ତୁ ଛୁଟି ଲିଷ୍ଟ୍

BJD

ନୂଆଦିଲ୍ଲୀ : ଜୁଲାଇ ମାସ ଆରମ୍ଭ ହେବାକୁ ଆଉ ଅଳ୍ପ ଦିନ ବାକି ରହିଛି। ଜୁଲାଇ ୨୦୨୨ ରେ ପ୍ରାୟ ଅଧା ଦିନ ବ୍ୟାଙ୍କ ବନ୍ଦ ରହିବ । ଏପରି ପରିସ୍ଥିତିରେ, ଜୁଲାଇରେ ବ୍ୟାଙ୍କଗୁଡିକ ସହିତ ଜଡିତ ଆପଣଙ୍କର କାର୍ଯ୍ୟ ବିଷୟରେ ବର୍ତ୍ତମାନ କାର୍ଯ୍ୟସୂଚୀ ସ୍ଥିର କରନ୍ତୁ । ଆରବିଆଇ ୨୦୨୨ ଜୁଲାଇ ମାସର ଛୁଟି ଲିଷ୍ଟ ଜାରି କରିଛି । ଏହି ଲିଷ୍ଟ ଅନୁସାରେ ଜୁଲାଇରେ ପାଖାପାଖି ୧୬ଦିନ ବ୍ୟାଙ୍କ ବନ୍ଦ ରହିବ । ଏହାର ଅର୍ଥ ହେଉଛି କିଛି ଦିନ ପାଇଁ କେବଳ କେତେକ ରାଜ୍ୟରେ ବ୍ୟାଙ୍କ ବନ୍ଦ ରହିବ କିନ୍ତୁ ଅନ୍ୟ ରାଜ୍ୟରେ ସବୁ ବ୍ୟାଙ୍କିଙ୍ଗ୍ କାର୍ଯ୍ୟ ପୂର୍ବପରି ଜାରି ରହିବ । ଆସନ୍ତୁ ଜାଣିବା କେବେ କେବେ ରହିଛି ଏହି ଛୁଟି…

୧ ଜୁଲାଇ- ରଥଯାତ୍ରା (ଭୁବନେଶ୍ବର ଏବଂ ଇମ୍ଫାଲରେ ବ୍ୟାଙ୍କ ବନ୍ଦ)

୩ – ରବିବାର (ସାପ୍ତାହିକ ଛୁଟି)

୫ – ଜମ୍ମୁ ଏବଂ କଶ୍ମୀରରେ ବ୍ୟାଙ୍କ ବନ୍ଦ

୬ – ଏମଏଚଆଇପି ଦିବସ – ମିଜୋରାମରେ ବ୍ୟାଙ୍କ ବନ୍ଦ

୭ – ଖର୍ଚ୍ଚି ପୂଜା – ଅଗରତାଲାରେ ବ୍ୟାଙ୍କ ବନ୍ଦ

୯ – ଶନିବାର(ମାସର ଦ୍ବିତୀୟ ଶନିବାର)

୧୦ – ରବିବାର(ସାପ୍ତାହିକ ଛୁଟି)

୧୧ – ଇଜ-ଉଲ-ଆଜା (ଜମ୍ମୁ ଏବଂ ଶ୍ରୀନଗରରେ ବ୍ୟାଙ୍କ ବନ୍ଦ)

୧୩- ଭାନୁ ଜୟନ୍ତୀ- ଗ୍ୟାଙ୍ଗଟକରେ ବ୍ୟାଙ୍କ ବନ୍ଦ

୧୪- ବେନ ଡିଏନଖଲାମ – ଶିଲଙ୍ଗରେ ବ୍ୟାଙ୍କ ବନ୍ଦ

୧୬- ହରେଲା – ଡେରାଡୁନରେ ବ୍ୟାଙ୍କ ବନ୍ଦ

୧୭- ରବିବାର (ସାପ୍ତାହିକ ଛୁଟି)

୨୩ – ଶନିବାର (ମାସର ଚତୁର୍ଥ ଶନିବାର)

୨୪- ରବିବାର (ସାପ୍ତାହିକ ଛୁଟି)

୨୬- କେର ପୂଜା- ଅଗରତାଲାରେ ବ୍ୟାଙ୍କ ବନ୍ଦ

୩୧- ରବିବାର(ସାପ୍ତାହିକ ଛୁଟି)

Get real time updates directly on you device, subscribe now.