fbpx

ଶେୟାର ମାର୍କେଟ ଇତିହାସ ରଚିଲା: ପ୍ରଥମ ଥର ନିଫ୍ଟୀ ୨୩ ହଜାର ପାର୍ କଲା

Advertisement

ନୂଆଦିଲ୍ଲୀ: ଶେୟାର ବଜାର ଆଜି ଇତିହାସ ରଚିଛି । ଷ୍ଟକ୍ ମାର୍କେଟ ରେକର୍ଡ ହାଇ ସ୍ତରରେ ଟ୍ରେଡ କରୁଛି । ଆରମ୍ଭ ୧୫ ମିନିଟର ହ୍ରାସ ପରେ ତାହା ଏକ ନୂଆ ଇତିହାସ ରଚିବା ସହ ୭୫,୫୫୮ର ନୂଆ ଶିଖରରେ ପହଞ୍ଚି ଯାଇଥିଲା । ସେହିପରି ନିଫ୍ଟୀ ପ୍ରଥମ ଥର ୨୩ ହଜାର ପାର କରିଥିଲା । ସେନସେକ୍ସର ଏହି ଉଚ୍ଛାଲରେ ବଜାଜ ଫାଇନାନ୍ସ, ଏଲ ଆଣ୍ଡ ଟି, ଟାଟା ଷ୍ଟିଲ, ଷ୍ଟେଟ ବ୍ୟାଙ୍କ, ୱିପୋ, ଏଚଡିଏଫସି ବ୍ୟାଙ୍କ, ବଜାଜ ଫିନସର୍ଭ, ଅଲଟ୍ରାଟେକର ବଡ଼ ଯୋଗଦାନ ରହିଥିଲା ।

ଆଜି ଶେୟାର ମାର୍କେଟରେ ସେନସେକ୍ସ ୮୨.୫୯ ଅଙ୍କ ତଳେ ୭୫,୩୩୫.୪୫ ସ୍ତରରେ ଖୋଲିଥିଲା । ନିଫ୍ଟୀ ମଧ୍ୟ ୩୬.୯୦ ଦୁର୍ବଳ ଅଙ୍କ ସହିତ ୨୨,୯୩୦ରେ ଖୋଲିଥିଲା । ଏହି ଅବସରରେ ନିଫ୍ଟୀ ୭୫,୫୨୫ର ନୂଆ ସର୍ବକାଳୀନ ଉଚ୍ଚରେ ପହଞ୍ଚିଥିଲା । କାରବାର ଆରମ୍ଭ ହେବା ସମୟରେ ସେନସେକ୍ସ ୧୨୫ ଅଙ୍କ ତଳେ ୭୫,୨୯୨ରେ ରହିଥିଲା । ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା, ମାରୁତି, ଟିସିଏସ, ପାୱର ଗ୍ରୀଡ, ଟାଟା ଷ୍ଟିଲରେ ହ୍ରାସ ଦେଖିବାକୁ ମିଳିଥିଲା । ଅନ୍ୟପଟେ ଏସୀୟ ବଜାରରୁ ମଧ୍ୟ ଭଲ ସଙ୍କେତ ଆସିନଥିଲା । ଆଜି ସେଥିରେ ହ୍ରାସ ଦେଖିବାକୁ ମିଳିଥିବା ବେଳେ ଆମେରିକୀୟ ଶେୟାର ବଜାର ଲାଲ ପ୍ରତୀକରେ ବନ୍ଦ ହୋଇଥିଲା ।

Get real time updates directly on you device, subscribe now.