fbpx

ସେ ଆପଣଙ୍କୁ ବନ୍ଧୁ ଭାବେ ଦେଖନ୍ତି ନା ପ୍ରେମିକ ଭାବେ, ଜାଣିବେ କିପରି…

ଯାହାକୁ ଆପଣ ନିଜ ଜୀବନସାଥି କରିବାକୁ ଚାହୁଁଛନ୍ତି ସେ ଆପଣଙ୍କୁ କେଉଁପରି ଭାବେ ଦେଖନ୍ତି ତାହା ଜାଣିଛନ୍ତି କି ? ସେ ଆପଣଙ୍କୁ ମଧ୍ୟ ସେତିକି ଭଲ ପାଉଛନ୍ତି କି ନିଜର ଜଣେ ଭଲ ବନ୍ଧୁ ଭାବୁଛନ୍ତି ତାହା ଜାଣିବା ଅତ୍ୟନ୍ତ ଜରୁରୀ । ଆପଣ ଯାହାକୁ ପସନ୍ଦ କରୁଛନ୍ତି ସେ ମଧ୍ୟ ଆପଣଙ୍କୁ ମଧ୍ୟ ପସନ୍ଦ କରୁଥିବ ବୋଲି କିଛି ମାନେ ନାହିଁ । ଆପଣଙ୍କୁ ଏହି ବିଷୟ ଜାଣିବାକୁ ହେବ । ଯଦି ଆପଣ ଏପରି ଅଭ୍ୟାସଗୁଡ଼ିକୁ ପରଖିବାର କ୍ଷମତା ରଖିଥିବେ ତେବେ ଜାଣିବେ ଯେ, ସେ ଆପଣଙ୍କୁ ପସନ୍ଦ କରୁଛନ୍ତି କି ଭଲ ସାଙ୍ଗ ବୋଲି ଭାବୁଛନ୍ତି ତାହା ଜାଣିଯିବେ । ଆସନ୍ତୁ ଜାଣିବା ଏପରି କିଛି ଟିପ୍ସ ବିଷୟରେ..
ଯଦି ଆପଣଙ୍କ ପାର୍ଟନର ଆପଣଙ୍କ ପ୍ରତି ଆବଶ୍ୟକତାରୁ ଅଧିକ ରୁଚି ଦେଖାଇଥାନ୍ତି ଏବଂ ଆପଣଙ୍କ ନିକଟରେ ସବୁବେଳେ ରହି ନିଜ ହୃଦୟର କଥା କହିବାକୁ ଚେଷ୍ଟା କରୁଥାନ୍ତି ତେବେ ଆପଣ ବୁଝିଯିବେ ଯେ, ସେ ମଧ୍ୟ ଆପଣଙ୍କୁ ଅଧିକ ପସନ୍ଦ କରୁଛନ୍ତି । ଯଦି ଦୁହିଁଙ୍କ ମଧ୍ୟରେ ଏପରି କିଛି ନାହିଁ ତେବେ ବୁଝିଯିବେ ଯେ, ସେ ଆପଣଙ୍କୁ କେବଳ ଜଣେ ଭଲ ବନ୍ଧୁଭାବେ ବିଚାର କରୁଛନ୍ତି ।
ଯଦି କୌଣସି ଯୁବତୀ ଅନ୍ୟ ଯୁବକଙ୍କ ସହ ପ୍ରତ୍ୟେକ ବିଷୟ ସେୟାର କରୁଛନ୍ତି ତେବେ ଏହାର ଅର୍ଥ ଯୁବତୀଜଣକ ସେହି ଯୁବକଙ୍କୁ ପ୍ରବଳ ବିଶ୍ୱାସ କରନ୍ତି । ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଯେ, ଯୁବତୀମାନେ ନିଜ ବୟଫ୍ରେଣ୍ଡ୍‌ଙ୍କ ସହ ସମସ୍ତ ବିଷୟ ସେୟାର କରିନଥାନ୍ତି । ଏଥିପାଇଁ ସେମାନେ ଏକ ଭଲ ବନ୍ଧୁ ଖୋଜନ୍ତି । ଯୁବକମାନେ ଅନେକ ସମୟରେ କଥାବାର୍ତ୍ତା ହେଉ ହେଉ ମଜାରେ ନିଜ ସାଙ୍ଗମାନଙ୍କୁ ପିଟିଥାନ୍ତି । ଯୁବତୀମାନେ ମଧ୍ୟ ଏପରି କରିଥାନ୍ତି । ତେଣୁ ଯଦି ଆପଣ ନିଜ ମନରେ ଯାହାକୁ ପାର୍ଟନର ବୋଲି ଭାବିଥାନ୍ତି ସେ ବି ମଜାରେ ଆପଣଙ୍କ ଗାଲ ନିକଟକୁ ଆସି ମଜାରେ ପିଟିଥାନ୍ତି ତେବେ ଭାବିନିଅନ୍ତୁ ଯେ, ଯୁବତୀଜଣକ ଆପଣଙ୍କୁ ବନ୍ଧୁ ଭାବେ ଦେଖନ୍ତି । କାରଣ ଆପଣଙ୍କୁ ଜୀବନ ସାଥି କରିବାକୁ ଇଚ୍ଛୁକ ଥିବା ଯୁବତୀ ଆପଣଙ୍କ ଉପରକୁ ହାତ ଉଠାଇବାକୁ ପସନ୍ଦ କରିନଥାନ୍ତି ।
ଯଦି ଯୁବତୀଜଣକ ଆପଣଙ୍କୁ ଅନ୍ୟମାନଙ୍କ ପରି ଇମ୍ପ୍ରେସ କରିବାକୁ ଚାହୁଁନାହାନ୍ତି ତେବେ ବୁଝି ନିଅନ୍ତୁ ଯେ, ସେ କେବଳ ଆପଣଙ୍କ ଭଲ ବନ୍ଧୁ ହେବାକୁ ଚାହୁଁଛନ୍ତି । ଯଦି ଯୁବତୀଜଣକ ଆପଣଙ୍କ ସାମ୍ନାରେ ଅନ୍ୟ ଯୁବକଙ୍କ ସମ୍ପର୍କରେ ଅନେକ ସମୟରେ ଆଲୋଚନା କରୁଥାନ୍ତି ତେବେ ବୁଝି ନିଅନ୍ତୁ ଯେ ସେ ଆପଣଙ୍କୁ ଜୀବନସାଥି ଭାବୁନାହାନ୍ତି ।

Get real time updates directly on you device, subscribe now.