fbpx

ଅକ୍ଟୋବର ୧୦ରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ଅଭୟାରଣ୍ୟ

ଭୁବନେଶ୍ୱର: ଖୋଲିବ ଶିମିଳିପାଳ ଅଭୟାରଣ୍ୟ | ଆସନ୍ତା ଅକ୍ଟୋବର ୧୦ ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ଅଭୟାରଣ୍ୟ ଖୋଲାଯିବା ନେଇ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ସୂଚନା ଦେଇଛନ୍ତି କ୍ଷେତ୍ର ନିର୍ଦ୍ଦେଶକ ଡ.ପ୍ରକାଶଚାନ୍ଦ ଗୋଗିନାନୀ | ସୂଚନାରୁ ପ୍ରକାଶ ଜୁନ୍ ୧୨ରୁ ଶିମିଳିପାଳ ଅଭୟାରଣ୍ୟ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିଥିଲା । ବର୍ଷା ଋତୁରେ ଅଭୟାରଣ୍ୟର ରାସ୍ତାଘାଟ ଖରାପ ହୋଇଯାଏ । ତେଣୁ ପର୍ଯ୍ୟଟକମାନଙ୍କ ସୁରକ୍ଷା ଦୃଷ୍ଟିରୁ ଏହାକୁ ସାମୟିକ ବନ୍ଦ କରାଯାଇଥିଲା ।

ଗତବର୍ଷ ତୁଳନାରେ ଚଳିତବର୍ଷ ଶିମିଳିପାଳକୁ କମ୍ ସଂଖ୍ୟାରେ ପର୍ଯ୍ୟଟକ ଆସିଥିଲେ । ଗତବର୍ଷ ୨୦୨୨-୨୩ରେ ୪୧ ହଜାର ୩୪୬ ଜଣ ପର୍ଯ୍ୟଟକ ଆସିଥିବା ବେଳେ ଚଳିତବର୍ଷ ୨୦୨୩-୨୪ରେ ୨୫ ହଜାର ୮୪୬ ଜଣ ଆସିଥିଲେ । ୨୦୨୩ ନ‌ଭେମ୍ବରରେ (୩୨୬୯), ଡିସେମ୍ବରରେ (୬୪୭), ୨୦୨୪ ଜାନୁଆରିରେ (୧୬୦୭), ଫେବ୍ରୁଆରିରେ (୫୮୦), ମାର୍ଚ୍ଚରେ (୭୯୭), ଏପ୍ରିଲରେ ୨(୫୩) ଓ ମେ’ ମାସରେ (୧୭୮) ଜଣ ପର୍ଯ୍ୟଟକ ଶିମିଳିପାଳ ବୁଲିବାକୁ ଆସିଥିଲେ । ବାରିପଦା ପିଠାବଟା ଫାଟକ ଦେଇ ୧୨ ହଜାର ୯୦୯ ଓ ଯଶୀପୁର କାଳିକାପ୍ରସାଦ ଫାଟକ ଦେଇ ୧୩ ହଜାର ୨୧୦ ଜଣ ପର୍ଯ୍ୟଟକ ଆସିଛନ୍ତି । ନଭେମ୍ବରରୁ ମେ’ ମାସ ମଧ୍ୟରେ ମୋଟ୍ ୪ ହଜାର ୬୫୪ଟି ଗାଡ଼ିରେ ପର୍ଯ୍ୟଟକମାନେ ଶିମିଳିପାଳ ଭ୍ରମଣ କରିଥିବା ଜଣାପଡ଼ିଛି । ଏଥର ପର୍ଯ୍ୟଟକଙ୍କ ସଂଖ୍ୟା ଅଧିକ ରହିବ ବୋଲି ଶିମିଳିପାଳ ଅଭୟାରଣ୍ୟ କର୍ତ୍ତୃପକ୍ଷ ଆଶା ରଖିଛନ୍ତି |

Get real time updates directly on you device, subscribe now.