fbpx

୨୮ରୁ ଆରମ୍ଭ ହେବ ଶିଶିର ସରସ ମେଳା, ପ୍ରଦର୍ଶନୀ ପଡିଆରେ ଦେଖିବାକୁ ମିଳିବ ବିଭିନ୍ନ ହସ୍ତଶିଳ୍ପ ଓ କୁଟରଶିଳ୍ପ ସାମଗ୍ରୀ ଓ ଘରକରଣା ଦ୍ରବ୍ୟ

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): ଆସନ୍ତା ୨୮ ତାରିଖରୁ ୟୁନିଟ୍‌-୩ ସ୍ଥିତ ପ୍ରଦର୍ଶନୀ ପଡିଆରେ ଜାତୀୟ ଗ୍ରାମୀଣ ହସ୍ତଶିଳ୍ପ ସାମଗ୍ରୀର ମେଳା ଶିଶିର ସରସ ଆରମ୍ଭ ହେବ । ଓଡ଼ିଶା ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧିନସ୍ଥ ଓରମାସ୍‌ ଦ୍ୱାରା ଏହି ମେଳା ଆୟୋଜିତ ହେବ । ଏଥିରେ ମିଶନ ଶକ୍ତି, ଖଦୀ ଓ ଗ୍ରାମ୍ୟ ଉଦ୍ୟୋଗ ବୋର୍ଡ, ରୁର୍ବାନ ମିଶନ, ହସ୍ତଶିଳ୍ପ ଓ କୁଟରଶିଳ୍ପ ନିର୍ଦ୍ଧେଶାଳୟ ସହ ଅନ୍ୟ ବିଭାଗୀୟ ସଂସ୍ଥା ସହଯୋଗ କରିବେ ।

ପ୍ରତିବର୍ଷ ଭଳି ଏଥର ଶିଶିର ସରସ ମେଳାରେ ଓଡ଼ିଶାର ସମସ୍ତ ଜିଲ୍ଲାରୁ ସ୍ୱୟଂ ସହାୟକ ଗୋଷ୍ଠୀ ତଥା ଉତ୍ପାଦକ ଗୋଷ୍ଠୀମାନଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ହସ୍ତଶିଳ୍ପ ସାମଗ୍ରୀ ସହ ଅନ୍ୟାନ୍ୟ ଘରକରଣା ଦ୍ରବ୍ୟ, ବନ୍ୟ ଜାତୀୟ ଦ୍ରବ୍ୟ ଆଦି ବିକ୍ରିବଟା ହେବ । ଏଥର ଏହି ମେଳାରେ ମୋଟ ୩୦୦ଟି ଷ୍ଟଲ୍‌ ଖୋଲାଯିବାକୁ ଥିବାବେଳେ ଏଥିରେ ୨୦ଟି ରାଜ୍ୟରୁ ବିଭିନ୍ନ ଗୋଷ୍ଠୀ ଓ ସଂସ୍ଥା ମଧ୍ୟ ଅଂଶ ଗ୍ରହଣ କରିବେ ବୋଲି ଏନେଇ ଉରମାସ ପକ୍ଷରୁ ଆୟୋଜିତ ଏକ ବୈଠକରେ ସ୍ପଷ୍ଟ ହୋଇଛି । ଏହି ମେଳା ଦିନ ୧୧ଟାରୁ ରାତ୍ର ୯ଟା ପର୍ଯ୍ୟନ୍ତ ଖୋଲା ରହିବ ।ଏହି ବୈଠକରେ ଓରାମାସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ଅତିରିକ୍ତ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ଓରାମାସ୍‌ ମାର୍କେଟିଂ ବିଭାଗ ମୁଖ୍ୟଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିଥିଲେ ।

Get real time updates directly on you device, subscribe now.