ଏପ୍ରିଲରୁ ୬୩ ହଜାର ସ୍କୁଲରେ ଆରମ୍ଭ ହେବ ଶିଶୁ ବାଟିକା, ସୂଚନା ଦେଲେ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

୩ ଦିନିଆ ଜାତୀୟ କର୍ମଶାଳାରେ ଆଜି ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ପ୍ରଥମ ପର୍ଯ୍ୟାୟରେ ଶିଶୁ ବାଟିକା ୩ କୁ ଆରମ୍ଭ କରିବ ଓଡ଼ିଶା।

ଭୁବନେଶ୍ୱର: ୩ ଦିନିଆ ଜାତୀୟ କର୍ମଶାଳାରେ ଆଜି ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ପ୍ରଥମ ପର୍ଯ୍ୟାୟରେ ଶିଶୁ ବାଟିକା ୩ କୁ ଆରମ୍ଭ କରିବ ଓଡ଼ିଶା। ସେ କହିଛନ୍ତି ଯେ, ପ୍ରଥମ ପର୍ଯ୍ୟାୟରେ ଶିଶୁ ବାଟିକା ୩ କୁ ଆରମ୍ଭ କରିବ ଓଡ଼ିଶା।

ଓଡ଼ିଶାର ୬୩ ହଜାର ସ୍କୁଲ୍ ରେ ଶିଶୁ ବାଟିକା ୩ ଅନୁଯାୟୀ ୫ ବର୍ଷର ପିଲାଙ୍କୁ ନେଇ ଏପ୍ରିଲ ମାସରେ ଆରମ୍ଭ ହେବ ଶିଶୁ ବାଟିକା । ଓଡ଼ିଶା ସରକାର ଓ ଭାରତ ସରକାରଙ୍କ ମିଳିତ ଆୟୋଜନ ରେ ଜାତୀୟ ଶିକ୍ଷାନୀତି ୨୦୨୦ ର ୩ ଦିନିଆ ଜାତୀୟ କର୍ମଶାଳା ର ଆରମ୍ଭ ହେଉଛି।

ସେ ଆହୁରି କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କୁ ଭାରତ ସରକାରଙ୍କ ପକ୍ଷରୁ ଅନେକ କୃତଜ୍ଞତା ଜ୍ଞାପନ କରୁଛି। ଆଗାମୀ ଦିନରେ ଶିକ୍ଷା କ୍ଷେତ୍ରରେ ଓଡ଼ିଶା ବିଶ୍ଵ ସ୍ତରରେ ଏକ ମଡେଲ ଭାବେ ଉଭା ହେବ।

ପୂର୍ବ ସରକାରଙ୍କୁ ଧର୍ମେନ୍ଦ୍ରଙ୍କ ଟାର୍ଗେଟ: ତତ୍କାଳୀନ ସରକାର ଲୋକ ଦେଖାଣିଆ ଭାବେ ଜାତୀୟ ଶିକ୍ଷା ନୀତିକୁ ସ୍ୱୀକାର କରିଥିଲେ ସତ କିନ୍ତୁ ଲାଗୁ କରି ନଥିଲେ। ଏ ସରକାର ଏହାକୁ ଲାଗୁ କରିଲେ।

ଜାତୀୟ ଶିକ୍ଷା ନୀତି ବୈଷୟିକ ସ୍ତରରେ ନୂଆ ପରିଚୟ ଦେବ: ଓଡ଼ିଶାର ବିର ଗାଥାର କାହାଣୀ ରହିବ, ଓଡ଼ିଶାର କଳା, ସଂସ୍କୃତି, ଇତିହାସ, ଭାସ୍କର୍ଯ୍ୟ କଥା କୁ ନେଇ ତିଆରି ହେବ ନୂଆ ସିଲାବଶ। ଜଗନ୍ନାଥ ମନ୍ଦିର ର ଇତିହାସ ସହ ହିନ୍ଦୁ ମନ୍ଦିର ର ଗାଥା ରହିବ। ଓଡ଼ିଶାର ପୁଞ୍ଜି ଓ ବୌଦ୍ଧିକ କ୍ଷମତା କୁ ନେଇ ତିଆରି ହେବ ଷ୍ଟେଟ କରିକୁଲମ୍ ଫ୍ରେମ୍ ତିଆରି।

ବର୍ଷକୁ ୧ କୋଟି ପିଲାଙ୍କ ଯତ୍ନ ନିଆଯିବ ଶିକ୍ଷା ମାଧ୍ୟମରେ। ଗୁଣାତ୍ମକ ଶିକ୍ଷା ସହ ସୁଲଭ ହେବା ଦରକାର। ୬୦ ଭାଗ ସ୍କୁଲ୍ ରେ ଇଣ୍ଟରନେଟ ପହଁଚିଛି, ଆଗାମୀ କିଛି ମାସରେ ସବୁ ସ୍କୁଲ୍ ପାଇବ ଇଣ୍ଟରନେଟ ବ୍ୟବସ୍ଥା।

ବୟସ ୬ ହେଲେ ପ୍ରଥମ ଶ୍ରେଣୀ ରେ ନାମଲେଖା ହେବ।
ଶିଶୁ ବାଟିକା ୧- ୩ ବର୍ଷରେ
ଶିଶୁ ବାଟିକା ୨- ୪ ବର୍ଷରେ
ଶିଶୁ ବାଟିକା ୩- ୫ ବର୍ଷରେ

ପ୍ରଥମ ପର୍ଯ୍ୟାୟରେ ଶିଶୁ ବାଟିକା ୩ କୁ ଆରମ୍ଭ କରିବ ଓଡ଼ିଶା। ଓଡ଼ିଶାର ୬୩ ହଜାର ସ୍କୁଲ୍ ରେ ଶିଶୁ ବାଟିକା ୩ ଅନୁଯାୟୀ ୫ ବର୍ଷର ପିଲାଙ୍କୁ ନେଇ ଏପ୍ରିଲ ମାସରେ ଆରମ୍ଭ ହେବ ଶିଶୁ ବାଟିକା।