fbpx

ଖୁସିଖବର ! ଏହି ରାଜ୍ୟର ସରକାରୀ ସ୍କୁଲ ଛାତ୍ରଛାତ୍ରୀଙ୍କୁ ଡାକ୍ତରୀ ଅଧ୍ୟୟନରେ ମିଳିବ ୫% ସଂରକ୍ଷଣ, ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୋପାଳ: ପ୍ରାୟତଃ ଦେଖିବାକୁ ମିଳିଛି କି ଛାତ୍ରଛାତ୍ରୀମାନେ ଅଭିଯୋଗ କରନ୍ତି କେବଳ ଘରୋଇ ବିଦ୍ୟାଳୟରେ ବଢ଼ୁଥିବା ପିଲାମାନେ ଏନଇଇଟି ପରୀକ୍ଷାରେ ପାସ୍ ହେବାରେ ସକ୍ଷମ ହୁଅନ୍ତି ଏବଂ ସରକାରୀ ବିଦ୍ୟାଳୟର ପିଲାମାନେ ଏହା କରିବାକୁ ସକ୍ଷମ ନୁହଁନ୍ତି କିମ୍ବା ବହୁତ ସମୟ ଲାଗିଥାଏ । ଏହାରି ମଧ୍ୟରେ ମୁଖ୍ୟମନ୍ତ୍ରୀ ଶିବରାଜ ଏହିପରି ଛାତ୍ରଛାତ୍ରୀମାନଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି ।

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ସୋମବାର ଏକ ବଡ଼ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ, ଚଳିତ ବର୍ଷ ସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଡାକ୍ତରୀ ଅଧ୍ୟୟନରେ ରାଜ୍ୟ ସରକାର ୫ ପ୍ରତିଶତ ସଂରକ୍ଷଣ ପ୍ରଦାନ କରିବେ । ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି ଯେବେଠାରୁ ନ୍ୟାସନାଲ ଏଲିଜିବିଲିଟି କମ ଏଣ୍ଟ୍ରାନ୍ସ ଟେଷ୍ଟ (ଏନଇଇଟି) ମାଧ୍ୟମରେ ମେଡିକାଲ କଲେଜରେ ଆଡମିଶନ ଆରମ୍ଭ ହୋଇଛି, ସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରମାନେ ଡାକ୍ତର ହୋଇପାରୁନାହାନ୍ତି ।

ମିଳିବ ୫% ସଂରକ୍ଷଣ :-

ସିଏମ୍ ଶିବରାଜ ଆହୁରି କହିଛନ୍ତି ଯେ, ଦେଶରେ ପ୍ରଥମ ଥର ପାଇଁ ରାଜ୍ୟ ସରକାର ଏହି ଯୋଜନା କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଛନ୍ତି, ଯାହା ଅଧୀନରେ ସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଡାକ୍ତରୀ ଅଧ୍ୟୟନରେ ୫ ପ୍ରତିଶତ ସଂରକ୍ଷଣ ଦିଆଯିବ । ଏହି ସିଟ୍ ଗୁଡିକରେ କେବଳ ସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଆଡମିଶନ ଦିଆଯିବ । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବର୍ତ୍ତମାନ ପର୍ଯ୍ୟନ୍ତ କେବଳ ବେସରକାରୀ ବିଦ୍ୟାଳୟର ଛାତ୍ରମାନେ ଏନଇଇଟି ପାସ୍ କରୁଥିଲେ, କିନ୍ତୁ ବର୍ତ୍ତମାନଠାରୁ ଦୁଇଟି ତାଲିକା ପ୍ରସ୍ତୁତ ହେବ, ଗୋଟିଏ ସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ଅନ୍ୟଟି ଘରୋଇ ବିଦ୍ୟାଳୟର ଛାତ୍ରମାନଙ୍କ ପାଇଁ ରହିବ । ଶିବରାଜ ଆହୁରି କହିଛନ୍ତି ଯେ, ଗରିବ ପୃଷ୍ଠଭୂମିରୁ ଆସୁଥିବା ପିଲାମାନେ ମଧ୍ୟ ଆଗକୁ ଯିବାର ସୁଯୋଗ ପାଇବା ଉଚିତ୍ ।

Get real time updates directly on you device, subscribe now.