fbpx

ମୁକେଶ ଅମ୍ବାନୀଙ୍କୁ ଝଟକା, ଅରବପତି ତାଲିକାରେ ଟପ୍ ୧୦ରୁ ବାହାର, ମସ୍କଙ୍କ ଏମିତି ଅବସ୍ଥା

ନୂଆଦିଲ୍ଲୀ : ଦୁନିଆର ସବୁଠୁ ଧନୀ ଏଲନ ମସ୍କଙ୍କ ସଂପତ୍ତିରେ ଅହେତୁକ ବୃଦ୍ଧି ଘଟିଛି । ଅନ୍ୟପଟେ ରିଲାଏନ୍ସ ଇଣ୍ଡଷ୍ଟ୍ରୀଜର ଚେୟାରମ୍ୟାନ ମୁକେଶ ଅମ୍ବାନୀଙ୍କୁ ଲାଗିଛି ଜୋରଦାର ଝଟକା । ଟେସଲାର ସିଇଓ ଏଲନ ମସ୍କଙ୍କ ସଂପତ୍ତିରେ ୬.୦୬ ବିଲିୟନ ଡଲାର ବୃଦ୍ଧି ଘଟିଛି । ଏହାକୁ ମିଶାଇ ଏଲନଙ୍କ ସଂପତ୍ତି ୨୩୬ ବିଲିୟନ ଡଲାରରେ ପହଞ୍ଚିଛି । ଅନ୍ୟପଟେ ଦ୍ୱିତୀୟରେ ଥିବା ଆମାଜନର ସିଇଓ ଜେଫ ବେଜୋସଙ୍କ ସଂପତ୍ତିରେ ୫.୬୩ ବିଲିୟନ ବୃଦ୍ଧି ଘଟି ୧୯୭ ବିଲିୟନ ଡଲାରରେ ପହଞ୍ଚିଛି । ଏବେ ସଂପତ୍ତି ମାମଲାରେ ବେଜୋସ ମସ୍କଙ୍କଠୁ ୩୯ ବିଲିୟନ ଡଲାର ପଛରେ ଅଛନ୍ତି ।

ମୁକେଶ ଅମ୍ବାନୀଙ୍କୁ ଝଟକା

ସଂପତ୍ତି ମାମଲାରେ ଭାରତର ମୁକେଶ ଅମ୍ବାନୀଙ୍କୁ ଝଟକା ଲାଗିଛି । ମୁକେଶଙ୍କ ସଂପତ୍ତିରେ ୩୦.୨ ମିଲିୟନ ଡଲାର ହ୍ରାସ ଘଟିଛି । ଏହା ପରେ ତାଙ୍କ ସଂପତ୍ତି ୧୦୨ ବିଲିୟନ ଡଲାରକୁ ଖସି ଆସିଛି । ଏହି କାରଣରୁ ମୁକେଶ ଟପ୍ ୧୦ ଅରବପତି ତାଲିକାରୁ ବାଦ୍ ପଡିଛନ୍ତି । ତାଲିକାରେ ସେ ଏବେ ୧୧ତମ ସ୍ଥାନରେ ରହିଛନ୍ତି ।

ଏହା ମଧ୍ୟରେ ଅଡାନୀ ଗ୍ରୁପର ମୁଖ୍ୟ ଗୌତମ ଅଡାନୀଙ୍କ ସଂପତ୍ତି ୭୭ ବିଲିୟନ ଡଲାର ଅତିକ୍ରମ କରିଛି । ତାଙ୍କ ବର୍ତ୍ତମାନ ସଂପତ୍ତି ହେଉଛି ୭୭.୭ ବିଲିୟନ ଡଲାର । ଧନୀ ତାଲିକାରେ ସେ ୧୩ତମ ସ୍ଥାନରେ ଅଛନ୍ତି । ଏହା ବ୍ୟତୀତ ଭାରତର ଅଜୀମ ପ୍ରେମଜୀ ୪୦.୫ ବିଲିୟନ ଡଲାର ସହ ୩୩ମ ସ୍ଥାନରେ ରହିଥିବାବ ବେଳେ ଶିବ ନାଦର ୩୦.୭ ବିଲିୟନ ଡଲାର ସହ ୪୬ତମ ସ୍ଥାନରେ ରହିଛନ୍ତି ।

Get real time updates directly on you device, subscribe now.