fbpx

ଶିକ୍ଷା ମନ୍ତ୍ରଣାଳୟ ଲଞ୍ଚ କରୁଛି ‘ବୀରଗାଥା ପରିଯୋଜନା’: ବୀରଙ୍କ ଜୀବନୀ ଉପରେ ପ୍ରୋଜେକ୍ଟ ତିଆରି କଲେ ମିଳିବ ପୁରସ୍କାର

ନୂଆଦିଲ୍ଲୀ: ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ‘ବୀରଗାଥା ପରିଯୋଜନା’ ନାମକ ଏକ ଯୋଜନା ଲଞ୍ଚ କରାଯାଇଛି । ଅକ୍ଟୋବର ୨୧ରୁ ନଭେମ୍ବର ୨୦ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଜାରି ରହିବ । ତୃତୀୟ ଶ୍ରେଣୀ ଠାରୁ ଆରମ୍ଭ କରି ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀମାନେ ଏଥିରେ ଅଂଶଗ୍ରହଣ କରିପାରିବେ । ୨୫ ଜଣ ବିଜେତାଙ୍କୁ ୨୦୨୨ ଗଣତନ୍ତ୍ର ଦିବସରେ ପୁରସ୍କୃତ କରାଯିବ । ସ୍କୁଲ ଶିକ୍ଷା ଓ ସ୍ୱାକ୍ଷରତା ବିଭାଗ ପକ୍ଷରୁ ଏହାର ଆୟୋଜନ କରାଯାଇଥିବା ବେଳେ ସିବିଏସଇ ସ୍କୁଲ ସହ ସମସ୍ତ ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳର ସ୍କୁଲ ଛାତ୍ରଛାତ୍ରୀ ଏଥିରେ ଭାଗନେଇ ପାରିବେ ।

ବୀରଗାଥା ପରିଯୋଜନା ଅନୁଯାୟୀ, ଛାତ୍ରଛାତ୍ରୀଙ୍କୁ ବୀରଙ୍କ ବାହାଦୁରୀ ଉପରେ ପ୍ରୋଜେକ୍ଟ ନିର୍ମାଣ କରିବାକୁ ପଡ଼ିବ । କବିତା, ପ୍ରବନ୍ଧ, ଚିତ୍ର, ଭିଡିଓ ସହିତ ମଲ୍ଟିମିଡ଼ିଆ ପ୍ରସ୍ତୁତି ଆଦି ଏଥିରେ ରହିଛି । ବିଜେତାଙ୍କୁ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ୧୦ ହଜାର ନଗଦ ରାଶି ସହ ଗଣତନ୍ତ୍ର ଦିବସରେ ଭାଗ ନେବା ପାଇଁ ଦିଲ୍ଲୀ ଆମନ୍ତ୍ରଣ କରାଯିବ । ଏଥିରେ ଭାଗନେଉଥିବା ୫ମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ୧୫୦ ଶବ୍ଦରେ, ୬ଷ୍ଠରୁ ୮ମ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ୩୦୦ ଶବ୍ଦରେ କବିତା ବା ପ୍ରବନ୍ଧ ଲେଖିବାକୁ ପଡ଼ିବ । ୯ମରୁ ୧୦ମ ଛାତ୍ରଛାତ୍ରୀଙ୍କ ପାଇଁ ୭୫୦ରୁ ଅଧିକ ଶବ୍ଦରେ କବିତା ବା ପ୍ରବନ୍ଧ ଲେଖିବାକୁ ପଡ଼ିବ । ଏକାଦଶ ଓ ଦ୍ୱାଦଶ ଛାତ୍ରଛାତ୍ରୀମାନେ ୧୦୦୦ ଶବ୍ଦରେ କବିତା ବା ପ୍ରବନ୍ଧ ଲେଖିବେ । ଏହି ବର୍ଗର ଛାତ୍ରଛାତ୍ରୀମାନେ ଭିଡିଓ ପ୍ରସ୍ତୁତି ମଧ୍ୟ କରିପାରିବେ ବୋଲି କୁହାଯାଇଛି ।

Get real time updates directly on you device, subscribe now.