fbpx

୯ ଘଣ୍ଟା ଠପ୍ ରହିବ ଏହି ବ୍ୟାଙ୍କର ସର୍ଭିସ୍, ଗ୍ରାହକଙ୍କୁ ହୋଇପାରେ ସମସ୍ୟା

ନୂଆଦିଲ୍ଲୀ: ସିଟି ବ୍ୟାଙ୍କର ଗ୍ରାହକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର । ବ୍ୟାଙ୍କ ତରଫରୁ ଜାରି କରାଯାଇଥିବା ସୂଚନା ଦିଆଯାଇଛି ଯେ, ଆଇଟିଜିଏସ୍, ନେଟ ବ୍ୟାଙ୍କିଙ୍କ୍ ଭଳି ସୁବିଧା ୯ ଘଣ୍ଟା ପାଇଁ ପ୍ରଭାବିତ ହେବ । ଅର୍ଥାତ୍ ଏହି ସବୁ ସୁବିଧା ଜରିଆରେ ଟଙ୍କା ନେଣ ଦେଣ କରିପାରିବେ ନାହିଁ । ଚାଲନ୍ତୁ ଜାଣିବା କେଉଁ ପର୍ଯ୍ୟନ୍ତ ଏହି ଜରୁରୀ ସୁବିଧା ପ୍ରଭାବିତ ରହିବ । ସିଟି ବ୍ୟାଙ୍କ୍ ନିଜର ଗ୍ରାହକଙ୍କୁ ପଠାଇଥିବା ସୁଚନା ଅନୁସାରେ, ଅକ୍ଟୋବର ୧୬ ତାରିଖ ରାତି ୯ଟା ୩୦ରୁ ଅକ୍ଟୋବର ୧୭ ସକାଳ ୬ଟା ୩୦ ପର୍ଯ୍ୟନ୍ତ ନେଟ୍ ବ୍ୟାଙ୍କିଙ୍କ୍, ଆରଟିଜିଏସ୍ ଭଳି ଜରୁରୀ ସେବା ପ୍ରଭାବିତ ହେବ ।

Get real time updates directly on you device, subscribe now.