fbpx
BSKY SKY
BSKY SKY

ଆର୍ଯ୍ୟନଙ୍କ ଗିରଫଦାରୀ ପରେ ଶାହରୁଖ ଖାନଙ୍କୁ ଝଟକା, BYJU’S ରୋକିଲା ସବୁ ବିଜ୍ଞାପନ

BSKY

ମୁମ୍ବାଇ: କ୍ରୁଜ୍ ପାର୍ଟି ଡ୍ରଗ୍ସ ମାମଲାରେ ଅଭିଯୁକ୍ତ ଆର୍ୟ୍ୟନ୍ ଖାନଙ୍କ ଗିରଫ ପରେ ବାପା ଶାହରୁଖ ଖାନଙ୍କୁ ଏବେ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଛି । ଦେଶର ବୃହତ୍ତମ ଏଡଟେକ୍ ଷ୍ଟାର୍ଟ ଅପ୍ କମ୍ପାନୀ ବାଇଜୁ, ଶାହାରୁଖ ଖାନଙ୍କ ସମସ୍ତ ବିଜ୍ଞାପନ ବନ୍ଦ କରିଦେଇଛି। ତେବେ ଶାହାରୁଖ ଖାନ ୨୦୧୭ ମସିହାରୁ ବାଇଜୁର ବ୍ରାଣ୍ଡ ଆମ୍ବାସାଡର ଅଟନ୍ତି।

ମିଡିଆ ରିପୋର୍ଟ ଅନୁସାରେ, ଅଗ୍ରିମ ବୁକିଂ ପରେ ବି ବାଇଜୁସ୍ ଶାହରୁଖଙ୍କ ସମସ୍ତ ବିଜ୍ଞାପନକୁ ବନ୍ଦ କରିଦେଇଛି । କିଙ୍ଗ ଖାନଙ୍କ ସ୍ପୋର୍ନ୍ସସିପ୍ କାରବାରରେ ବାଇଜୁସ୍ ସବୁଠାରୁ ବଡ ବ୍ରାଣ୍ଡ ଥିଲା । ଏହା ବ୍ୟତୀତ ଶାହରୁଖ ଖାନଙ୍କ ପାଖରେ ହ୍ୟୁଣ୍ଡାଇ, ରିଲାଏନ୍ସ ଜିଓ, ଏଲଜି, ଦୁବାଇ ଟୁରିଜିମ୍ ଭଳି କମ୍ପାନୀ ପାଇଁ ବିଜ୍ଞାପନ ରହିଛି। ଖବର ଅନୁଯାୟୀ, ଏହି ବ୍ରାଣ୍ଡକୁ ସମର୍ଥନ କରିବା ପାଇଁ ବାଇଜୁସ୍, କିଙ୍ଗ ଖାନଙ୍କୁ ବାର୍ଷିକ ୩-୪ କୋଟି ଟଙ୍କା ପ୍ରଦାନ କରନ୍ତି।

ସୂଚନାଯୋଗ୍ୟ, କ୍ରୁଜ୍ ପାର୍ଟି ମାମଲାରେ ଅଦାଲତ ପକ୍ଷରୁ ଜାମିନ୍ ନ ମିଳିବା ପରେ ଶୁକ୍ରବାର ଆର୍ଯ୍ୟନ୍ ଙ୍କୁ ଆର୍ଥର୍ ଜେଲକୁ ପଠାଇଦିଆଯାଇଛି । ଆର୍ଯ୍ୟନ୍ ଙ୍କ ସହିତ ୫ ଜଣ ଅନ୍ୟ ଅଭିଯୁକ୍ତଙ୍କୁ ମଧ୍ୟ ଆର୍ଥର୍ ଜେଲ ପଠାଇ ଦିଆଯାଇଛି । ଅନ୍ୟପଟେ ମୁନମୁନ୍ ଧମେଚାଭ୍କ ସମେତ ଦୁଇ ଜଣ ମହିଳା ଅଭିଯୁକ୍ତଙ୍କୁ ଭାଇଖଲା ଜେଲ୍ ପଠାଇ ଦିଆଯାଇଛି ।

Get real time updates directly on you device, subscribe now.