fbpx

ଅଧିକ ଅମାନିଆ ହେଲେ ବନ୍ଧାହେବେ: ସିପି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଉଥିଲେ ବି ଏବେବି ରହିଛି ବିପଦ । ବିଶେଷ କରି ରାଜଧାନୀ ଭୁବନେଶ୍ୱରରେ କରୋନା ଧୀରେ ଧୀରେ ବଢୁଥିବା କୁହାଯାଉଛି । ଏହାରି ମଧ୍ୟରେ ଆଗକୁ ଆସୁଛି ଦୁର୍ଗାପୂଜା । ପୂଜାରେ କଟକଣା ନମାନିଲେ ପୁଣି କରୋନା ମାଡ଼ିଯିବାର ଭୟ ରହିଛି । ଦୁର୍ଗାପୂଜାକୁ ନେଇ ଟ୍ୱିନ୍ ସିଟି ବାସିନ୍ଦାଙ୍କୁ ଅପିଲ କରିଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ । ସେ କହିଛନ୍ତି ଯେ, ୧୧ ତାରିଖରୁ ପୂଜା ପାଇଁ କୋଭିଡ ନିୟମ ଲାଗୁ ହେବ । ରାତି ୮ଟାରୁ ସକାଳ ୫ଟା ଯାଏଁ ନାଇଟ୍ କର୍ଫ୍ୟୁ ଜାରି ରହିବ । ନିୟମ ଉଲ୍ଲଙ୍ଘନ କଲେ ଅମାନିଆ ଫାଇନ୍ ଗଣିବେ ।

ତେବେ ୧୧ ତାରିଖରୁ ଲାଗୁ ନାଇଟ କର୍ଫ୍ୟୁକୁ କଡ଼ାକଡ଼ି ପାଳନ କରାଯିବ । ଅଧିକ ଅମାନିଆ ହେଲେ ଗିରଫ କରାଯିବ । ପେସାଦାର ଅପରାଧୀ ଓ ଅମାନିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଆମ ପାଇଁ ଜୀବନ ଆଗ, ପାର୍ବଣ ପଛ ବୋଲି ସୌମେନ୍ଦ୍ର କହିଛନ୍ତି ।

Get real time updates directly on you device, subscribe now.