fbpx

ବିଲ୍ କାଉଣ୍ଟରରେ ଦୋକାନୀ ଆପଣଙ୍କୁ ମୋବାଇଲ ନମ୍ବର ପଚାରି ପାରିବେ ନାହିଁ , ନିର୍ଦ୍ଦେଶନାମା ଜାରି କଲେ କେନ୍ଦ୍ର ସରକାର

Advertisement

ନୂଆଦିଲ୍ଲୀ: ଯେତେବେଳେ ଆପଣ ଦୋକାନରେ ସାମଗ୍ରୀ କିଣନ୍ତି, ଦୋକାନୀମାନେ ବିଲ୍ ଦେବା ପୂର୍ବରୁ ନିଶ୍ଚିତ ଭାବରେ ଆପଣଙ୍କର ମୋବାଇଲ୍ ନମ୍ବର ମାଗନ୍ତି । ଆପଣଙ୍କର ମୋବାଇଲ୍ ନମ୍ବର ପଞ୍ଜିକରଣ କରିବା ପରେ ଦୋକାନୀ ଆପଣଙ୍କୁ ବିଲ୍ ଦିଅନ୍ତି । କିନ୍ତୁ ବର୍ତ୍ତମାନ ବିଲ୍ ପାଇବା ପାଇଁ ଆପଣଙ୍କୁ ମୋବାଇଲ୍ ନମ୍ବର ଦେବାର କୌଣସି ଆବଶ୍ୟକତା ନାହିଁ । ତେଣୁ ଏହି ନିୟମକୁ ବନ୍ଦ କରିବା ପାଇଁ ଉପଭୋକ୍ତା ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶାବଳୀ ଜାରି ହେବାକୁ ଯାଉଛି । ବିଲ୍ ଦେବା ପୂର୍ବରୁ ପ୍ରତ୍ୟେକ ଥର ମୋବାଇଲ୍ ନମ୍ବର ମାଗିବା ଅଭ୍ୟାସ ଉପରେ ଉପଭୋକ୍ତା ଅଭିଯୋଗ କରିଥିଲେ ।

ଏହି ପ୍ରସଙ୍ଗରେ କେନ୍ଦ୍ରୀୟ ଉପଭୋକ୍ତା ବ୍ୟାପାର ସଚିବ ରୋହିତ କୁମାର ସିଂ କହିଛନ୍ତି ଯେ, ଅନେକ ଅଭିଯୋଗ ପାଇବା ପରେ ବର୍ତ୍ତମାନ କେନ୍ଦ୍ର ପକ୍ଷରୁ ନିର୍ଦ୍ଦେଶାବଳୀ ଜାରି କରାଯାଇଛି । ସେ ଦର୍ଶାଇଛନ୍ତି ଯେ, ବିଲ୍ ସମୟରେ ଗ୍ରାହକ ମୋବାଇଲ୍ ନମ୍ବର ଦେବା ବାଧ୍ୟତାୂଳକ ନୁହେଁ । ଏଥିପାଇଁ ଦୋକନୀ ଗ୍ରାହକଙ୍କ ଉପରେ କୌଣସି ଦାବି କରିପାରିବେ ନାହିଁ । ବିକ୍ରେତାଙ୍କ ଏହି ଅଭ୍ୟାସ “ଅନ୍ୟାୟ ବାଣିଜ୍ୟ ଅଭ୍ୟାସ” ଅଧୀନରେ ଆସୁଛି। ଅଧିକାରୀଙ୍କ କହିବାନୁସାରେ, ଏହା ମଧ୍ୟ ଏକ ଗୋପନୀୟତା ର ବିଷୟ ଏବଂ ଗ୍ରାହକଙ୍କର ମୋବାଇଲ୍ ନମ୍ବର ସେୟାର୍ କରିବେ କି ନାହିଁ ତାହା ସେମାନଙ୍କର ଅଧିକାର । ଅଧିକାରୀଙ୍କ କହିବାନୁସାରେ, ସେ ବିକ୍ରେତାମାନଙ୍କୁ ସ୍ପଷ୍ଟ ନିର୍ଦ୍ଦେଶନାମା ଦେବେ ଯେ ଯଦି ଜଣେ ଗ୍ରାହକ ସାମଗ୍ରୀ କିଣିବା ପରେ ବିଲ ପାଇଁ ତାଙ୍କ ମୋବାଇଲ୍ ନମ୍ବର ଦେବାକୁ ଚାହୁଁନାହାଁନ୍ତି, ତେବେ ବିକ୍ରେତା ଏହା ଉପରେ ଜୋର ଦେବା ଉଚିତ୍ ନୁହେଁ। ଗ୍ରାହକଙ୍କ ସ୍ୱାର୍ଥରେ ଏହି ସମସ୍ୟାର ସମାଧାନ ପାଇଁ ଖୁଚୁରା ଶିଳ୍ପ ଏବଂ CII, FICCI ଏବଂ ASSOCHAM ପରି ସଂସ୍ଥାକୁ ନିର୍ଦ୍ଦେଶନାମା ପଠାଯିବ ।

ଗ୍ରାହକମାନେ ଅଭିଯୋଗ କରିଛନ୍ତି ଯେ, ଯଦି ସେମାନଙ୍କ ମୋବାଇଲ୍ ନମ୍ବର ଦେବାକୁ ମନା କରନ୍ତି ତେବେ ଅନେକ ରିଟେଲର ସେମାନଙ୍କୁ ସେବା ପ୍ରଦାନ କରୁନାହାଁନ୍ତି। ଏଠାରେ “ବିକ୍ରେତାମାନେ କହିଛନ୍ତି ଯେ ମୋବାଇଲ୍ ନମ୍ବର ନଦେଲେ ସେମାନେ ବିଲ୍ କରିପାରିବେ ନାହିଁ। ଗ୍ରାହକ ସୁରକ୍ଷା ଆଇନ ଅନୁଯାୟୀ ଏହା ଏକ ଅନ୍ୟାୟ ଏବଂ ପ୍ରତିବନ୍ଧକପୂର୍ଣ୍ଣ ବାଣିଜ୍ୟ ଅଭ୍ୟାସ। ଏହି ତଥ୍ୟ ସଂଗ୍ରହ କରିବା ପଛରେ କୌଣସି ଯୁକ୍ତିଯୁକ୍ତ ତଥ୍ୟ ନାହିଁ। ଗ୍ରାହକ ଯଦି ସମ୍ମତି ନ ଦିଅନ୍ତି, ସେମାନଙ୍କ ଠାରୁ ମୋବାଇଲ ନମ୍ବର ନେବା ଉଚିତ୍ ନୁହେଁ । ମୋବାଇଲ୍ ନମ୍ବର ଦେବାର ଆବଶ୍ୟକତା ନାହିଁ ।

Get real time updates directly on you device, subscribe now.