fbpx

ଗର୍ଭାବସ୍ଥାରେ ଭାତ ଖାଇବା ଉଚିତ କି ନୁହେଁ? ଜାଣନ୍ତୁ କ’ଣ ପରାମର୍ଶ ଦିଅନ୍ତି ଡାକ୍ତର ଓ ବିଶେଷଜ୍ଞ

ଗର୍ଭଧାରଣ ହେଉଛି ଜୀବନର ଏକ ଖାସ୍ ପର୍ଯ୍ୟାୟ । ଏକ ନୂଆ ଅତିଥିଙ୍କ ଆଗମନର ଖବର ମା ଓ ପିତାଙ୍କ ହୃଦୟକୁ ଖୁସିରେ ଭରିଦିଏ । ଖୁସି ଏବଂ ଆଶା ସହିତ ଗର୍ଭଧାରଣ ମହିଳାମାନଙ୍କ ପାଇଁ ଅନେକ ଚ୍ୟାଲେଞ୍ଜ ମଧ୍ୟ ରହିଥାଏ । ବିଶେଷକରି ପ୍ରଥମ ଥର ମା’ ହେବାକୁ ଯାଉଥିବା ମହିଳାମାନେ କିପରି ନିଜର ଯତ୍ନ ନେବେ ଓ ଖାଇବାରେ କେଉଁ ଖାଦ୍ୟ ଖାଇବେ, ଏହା ବିଷୟରେ ଜାଣିନଥାନ୍ତି ।

ଗର୍ଭାବସ୍ଥାରେ ଖାଦ୍ୟ ଏବଂ ପାନୀୟ ବିଷୟକୁ ନେଇ ଅନେକ ମହିଳାଙ୍କ ମନରେ ଭୁଲଧାରଣା ରହୁଛି । ଅନେକ ଲୋକ କିଛି ଜିନିଷ ଖାଇବାକୁ ମନା କରୁଥିବାବେଳେ ଅନେକ ଲୋକ ସେହି ଜିନିଷ ଖାଇବାକୁ ପରାମର୍ଶ ଦିଅନ୍ତି । ଏଭଳି ପରିସ୍ଥିତିରେ ଲୋକଙ୍କ କଥାକୁ ଅନ୍ଧ ଭାବରେ ବିଶ୍ୱାସ କରିବା ପରିବର୍ତ୍ତେ ଜଣେ ଭଲ ସ୍ୱାସ୍ଥ୍ୟ ବିଶେଷଜ୍ଞ ଏବଂ ଡାକ୍ତରଙ୍କ ପରାମର୍ଶ ନିଆଯିବା ଅତ୍ୟନ୍ତ ଆବଶ୍ୟକ । ଗର୍ଭାବସ୍ଥାରେ ଅନେକ ଲୋକ ବିଶ୍ୱାସ କରନ୍ତି ଯେ ଭାତ ନ ଖାଇବା ଉଚିତ୍ । ତେବେ ଆସନ୍ତୁ ଜାଣିବା କ’ଣ ରହିଛି ସତ…

ଗର୍ଭାବସ୍ଥାରେ ଭାତ ଖାଇବା ନିରାପଦ କି?
ଗର୍ଭାବସ୍ଥାରେ ମା’ମାନଙ୍କୁ ଅଧିକ ପରିମାଣର ସୁସ୍ଥ ଖାଦ୍ୟ ଖାଇବା ଆବଶ୍ୟକ, କାରଣ ଏହା ଶିଶୁର ବୃଦ୍ଧିରେ ମଧ୍ୟ ସାହାଯ୍ୟ କରିଥାଏ । ଏଥି ସହିତ ଶକ୍ତି ସ୍ତରକୁ ବଜାୟ ରଖିବା ପାଇଁ ମା’ ଅଧିକ ଖାଦ୍ୟ ଖାଇବା ଉଚିତ୍ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବାନୁସାରେ, ଗର୍ଭାବସ୍ଥାରେ ଭାତ ଖାଇବା ସଂପୂର୍ଣ୍ଣ ସୁରକ୍ଷିତ । କିନ୍ତୁ ଅଧିକ ପରିମାଣରେ ନଖାଇ, ଆପଣ ନିୟନ୍ତ୍ରଣରେ ଭାତ ଖାଆନ୍ତୁ । କାରଣ ଭାରତ ଖାଇବା ଦ୍ୱାରା ଓଜନ ଦ୍ରୁତ ଗତିରେ ବୃଦ୍ଧି ପାଇଥାଏ । ଏହାକୁ ନିୟମିତ ଖାଦ୍ୟରେ ସାମିଲ କରିବାରେ କୌଣସି କ୍ଷତି ନାହିଁ କାରଣ ଏହା ମ୍ୟାଗ୍ନେସିୟମ୍ ପରି ଅତ୍ୟାବଶ୍ୟକ ପୋଷକ ତତ୍ତ୍ୱରେ ଭରପୂର , ଯାହା ଉଭୟ ଶିଶୁ ଏବଂ ମା ପାଇଁ ଭଲ ।

କେଉଁ ଚାଉଳ ଭଲ ?
ଏବେ ଆପଣ ଭାବୁଥିବେ କି, ଧଳା ଏବଂ ବ୍ରାଉନ ଚାଉଳ ମଧ୍ୟରେ କେଉଁ ଚାଉଳ ଅଧିକ ଭଲ? ତେଣୁ ଏହାର ଉତ୍ତର ହେଉଛି ଉଭୟ ଚାଉଳ ସ୍ୱାସ୍ଥ୍ୟ ପାଇଁ ଭଲ । ଉଭୟ ପ୍ରକାରର ଚାଉଳରେ କ୍ୟାଲସିୟମ, ରାଇବୋଫ୍ଲାଭିନ, ଥିଏମାଇନ୍, ଫାଇବର ଏବଂ ଭିଟାମିନ୍ ଡି ଭରପୂର ହୋଇ ରହିଛି, ଯାହା ରୋଗ ପ୍ରତିରୋଧକ ଶକ୍ତିକୁ ବଢ଼ାଇଥାଏ । ବ୍ରାଉନ୍ ଚାଉଳ ଗର୍ଭାବସ୍ଥାରେ ହଜମ କରିବାରେ ମଧ୍ୟ ସାହାଯ୍ୟ କରେ କାରଣ ଏହା ଦ୍ରବୀଭୂତ ଫାଇବରରେ ପରିପୂର୍ଣ୍ଣ ହୋଇ ରହିଥାଏ ।

Get real time updates directly on you device, subscribe now.