fbpx
BSKY
BJD YOUTH SKY
BJD MS SKY

(Video) ପାକିସ୍ତାନରୁ ଭାରତକୁ ଆସୁଛି କଳା ଲୁଣ: ଓଷା, ବ୍ରତରେ ବି ଖାଉଛନ୍ତି ଭାରତୀୟ

ନୂଆଦିଲ୍ଲୀ: ପାକିସ୍ତାନରୁ ଭାରତକୁ ଆସୁଛି ପଥର ଲୁଣ ବା କଳା ଲୁଣ । କୁଇଣ୍ଟାଲ କୁଇଣ୍ଟାଲ ଲୁଣ ପାକିସ୍ତାନରୁ ଭାରତକୁ ଆସୁଛି । ଯାହାକୁ ଆମେ ମାନେ ବିଭିନ୍ନ ପ୍ରକାରର ସୁଆଦିଆ ଖାଇବାରେ ବ୍ୟବହାର କରିଥାଉ । ଓଷା, ବାହାଘର ଓ ବ୍ରତ ସବୁଥିରେ ବ୍ୟବହାର ହେଉଛି ପାକିସ୍ତାନରୁ ଆସୁଥିବା ଲୁଣ । ଭାରତରେ ଲୁଣର ସବୁଠାରୁ ଅଧିକ ଉତ୍ପାଦନ ଗୁଜୁରାଟରେ ହେଉଛି । କିନ୍ତୁ ପଥର ଲୁଣ ବା କଳା ଲୁଣ ପାଇଁ ଭାରତକୁ ପାକିସ୍ତାନ ଉପରେ ନିର୍ଭର କରିବାକୁ ପଡ଼ିଥାଏ । ୯୯ % କଳା ଲୁଣ ଭାରତକୁ ପାକିସ୍ତାନରୁ ହିଁ ଆସୁଛି।

ଲୁଣ ଉତ୍ପାଦନ କରିବାରେ ପ୍ରଥମେ ଚୀନ ଥିବାବେଳେ ତାପରେ ଆମେରିକା ଏବଂ ତୃତୀୟରେ ଭାରତ ରହିଛି । ଏକ ରିପୋର୍ଟରୁ ଜଣାପଡିଛି କି, ଦେଶରେ ସବୁଠାରୁ ଅଧିକ ଲୁଣ ଉତ୍ପାଦନ ଗୁଜୁରାଟରେ ହେଉଛି । ୨୦୨୧-୨୨ରେ ଦେଶରେ ୨୬୬ ଲକ୍ଷ ଟନରୁ ଅଧକ ଲୁଣ ଉତ୍ପାଦନ ହୋଇଛି । ଏଥି ମଧ୍ୟରୁ ୨୨୭.୬୮ ଲକ୍ଷ ଟନ୍ ଅର୍ଥାତ ୮୫ % ଲୁଣର ଉତ୍ପାଦନ ଗୁଜୁରାଟରେ ହେଉଛି । ଏହାପରେ ତାମିଲନାଡ଼ୁ ଏବଂ ରାଜସ୍ଥାନ ରହିଛି ।

କିନ୍ତୁ ଏହି ପଥର ଲୁଣ ବା କଳା ଲୁଣ ପାଇଁ ଭାରତକୁ ପାକିସ୍ତାନ ଉପରେ ନିର୍ଭର କରିବାକୁ ପଡୁଛି । ଭାରତର ଲୁଣ ଚୀନ, ଦକ୍ଷିଣ କୋରିଆ, ଜାପାନ, କତର, ଇଣ୍ଡୋନେସିଆ, ଭିଏତନାମା, ବାଙ୍ଗଲାଦେଶ, ନେପାଳ ଏବଂ ତାଇବାନରେ ବ୍ୟବହାର କରାଯାଏ । କିନ୍ତୁ ଏହି କଳା ଲୁଣ ପାଇଁ ପାକିସ୍ତାନ ଉପରେ ନିର୍ଭର ହେବାକୁ ପଡ଼ିଥାଏ ।

ଏହି କଳା ଲୁଣର ପ୍ରୟୋଗ ଅଧିକାଂଶ ଓଷା ବ୍ରତରେ ହୋଇଥାଏ । ଭାତରେ ନବରାତ୍ରୀ ବେଳେ ଏହି ଲୁଣକୁ ବ୍ୟବହାର କରାଯାଇଥାଏ । ପାକିସ୍ତାନ ଉପରେ ଏଥିପାଇଁ ନିର୍ଭର କରିବାକୁ ପଡ଼େ , କାରଣ ଭାରତରେ ଏହି ଲୁଣ ଉତ୍ପାଦନ କରାଯାଇନଥାଏ । ପାକିସ୍ତାନର ପଞ୍ଜାବରେ ଥିବା ଖେବଡ଼ା ନାମକ ଖାଦାନରୁ ଏହି କଳା ଲୁଣ ଉତ୍ପାଦନ ହୋଇଥାଏ । ଏଠାରେ ସାଢ଼େ ୪ ଲକ୍ଷରୁ ଅଧିକ ଲୁଣ ପ୍ରତି ବର୍ଷ ଉତ୍ପାଦନ ହୋଇଥାଏ । ତେବେ ଇଣ୍ଡିଆନ୍ ବ୍ୟୁରୋ ଅଫ ମାଇନ୍ସର ରିପୋର୍ଟ ଅନୁଯାୟୀ ୨୦୧୮-୧୯ ମସିହାରେ ଭାରତ ୭୪,୪୫୭ ଟନ୍ ପଥର ଲୁଣ ଆମଦାନୀ କରିଥିଲା । କେବଳ ପାକିସ୍ତାନରୁ ୭୪, ୪୧୩ ଟନ୍ ମାନେ ୯୯ ପ୍ରତିଶତ କଳାଲୁଣ ଆସିଥିଲା ।

Get real time updates directly on you device, subscribe now.