fbpx

ଭୁଲରେ ମଧ୍ୟ ପିଲାମାନଙ୍କୁ ବାସି ରୁଟି କିମ୍ବା ରାତିର ବଳକା ଖାଦ୍ୟ ଦିଅନ୍ତୁ ନାହିଁ , ନଚେତ ନଷ୍ଟ ହେଇପାରେ ତାଙ୍କ

ନୂଆଦିଲ୍ଲୀ: ଅବଶିଷ୍ଟ ଖାଦ୍ୟ ଖାଇବା କିମ୍ବା ବାସି ଖାଦ୍ୟ ଖାଇବା ବିଷୟରେ ଅନେକ ଦିନ ଧରି ଏକ ବିତର୍କ ଚାଲିଛି। କିଛି ମା ତାଙ୍କ ପିଲା ମାନଙ୍କୁ ରାତିର ବଳକା ଖାଦ୍ୟ ଦେଇଦିଅନ୍ତି । ଆଉ ଭାବନ୍ତି ଏହା ଦ୍ୱାରା କିଛି କ୍ଷତି ହେବ ନାହିଁ । କିନ୍ତୁ ଏହା ସମ୍ପୂର୍ଣ୍ଣ ଭାବେ ଠିକ ନୁହେଁ କାରଣ ଅନେକ ସ୍ୱାସ୍ଥ୍ୟ ବିଶେଷଜ୍ଞ ବିଶ୍ୱାସ କରନ୍ତି ଯେ ଖାଦ୍ୟକୁ ଗରମ କରିବା ଏହାର ସତେଜତା ଏବଂ ସ୍ୱାଦକୁ ଭଲ ରଖିବାରେ ସାହାଯ୍ୟ କରେ। ଆୟୁର୍ବେଦ କହୁଛି ଯେ ବାସି ଖାଦ୍ୟ ଖାଇବା ଅନେକ ରୋଗକୁ ନିମନ୍ତ୍ରଣ କରିବାରେ ସହାୟକ ହୁଏ । ଏବେ ପ୍ରଶ୍ନ ଉଠୁଛି କି ବାସ୍ତବରେ ବାସି ଖାଦ୍ୟ ଦ୍ୱାରା ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ରହିଛି କି? ବାସ୍ତବରେ ଖାଦ୍ୟ ଖାଇବା ଶରୀରରେ ବିଭିନ୍ନ ରୋଗ ସୃଷ୍ଟି କରିପାରେ କି? ଆସନ୍ତୁ ଜାଣିବା ଏହି ପ୍ରଶ୍ନଗୁଡ଼ିକର ସଠିକ୍ ଉତ୍ତର କ’ଣ?

ଏହା ସତ୍ୟ ଯେ ବାସି ଖାଦ୍ୟ ତାଜା ଖାଦ୍ୟ ପରି ପୁଷ୍ଟିକର ନୁହେଁ । ଆୟୁର୍ବେଦ ଅନୁଯାୟୀ, ନୂତନ ଭାବେ ପ୍ରସ୍ତୁତ ଖାଦ୍ୟ ୩ ଘଣ୍ଟା ମଧ୍ୟରେ ଖାଇବା ଉଚିତ୍ । ଯଦି ଆପଣ ପ୍ରାୟତଃ ବାସି ଖାଦ୍ୟ ଖାଆନ୍ତି, ତେବେ ମନେରଖନ୍ତୁ ଯେ ଖାଦ୍ୟ ୨୪ ଘଣ୍ଟାରୁ ଅଧିକ ସମୟ ଧରି ରହିବା ଉଚିତ୍ ନୁହେଁ । ଖାଦ୍ୟକୁ ଏପରି ଭାବରେ ଗଚ୍ଛିତ କରନ୍ତୁ ଯେ ଏହା ତାଜା ଖାଦ୍ୟ ପରି ଲାଗିବ ଆଉ ଏଥିରେ ଜୀବାଣୁ ଯେପରି ବଢ଼ିପାରିବେ ନାହିଁ ।

ପୁରୁଣା ଖାଦ୍ୟ ଖାଇବା ଦ୍ୱାରା ବଦହଜମି ହୋଇପାରେ । ଆଉ ପିଲାମାନଙ୍କ ହଜମ କରିବା ଶକ୍ତି ଉପରେ ମଧ୍ୟ ଏହା କୁପ୍ରଭାବ ପକେଇପାରେ । ଏହା ଦ୍ୱାରା ପିଲାମାନଙ୍କ ପେଟ ଫୁଲିପାରେ ଏବଂ ଶରୀରରେ ଅନ୍ୟାନ୍ୟ ସମସ୍ୟା ମଧ୍ୟ ଉପୁଜିପାରେ । ଅତ୍ୟଧିକ ପୁରୁଣା ଖାଦ୍ୟ ଖାଇବା ଦ୍ୱାରା ଅନ୍ତନଳୀ ସ୍ୱାସ୍ଥ୍ୟ ଉପରେ ମଧ୍ୟ ଖରାପ ପ୍ରଭାବ ପଡିପାରେ । ଆୟୁର୍ବେଦ ଅନୁଯାୟୀ ଖାଦ୍ୟକୁ ରେଫ୍ରିଜରେଟରରେ ରଖିବା ଏବଂ ଏହାକୁ ପୁନର୍ବାର ଗରମ କରିବା ଖାଦ୍ୟର ପୁଷ୍ଟିକର ମୂଲ୍ୟ ଉପରେ ପ୍ରଭାବ ପକାଇପାରେ। ତେଣୁ ରୋଷେଇ କରିବାର ୩ ଘଣ୍ଟା ମଧ୍ୟରେ ଖାଦ୍ୟ ଖାଇବା ଭଲ ବୋଲି ବିବେଚନା କରାଯାଏ । କାରଣ ସତେଜ ରନ୍ଧା ଖାଦ୍ୟରେ ଅଧିକ ପୁଷ୍ଟିକର ତତ୍ତ୍ୱ ରହିଥାଏ ।

Get real time updates directly on you device, subscribe now.