fbpx

ଶ୍ରାବଣ ୨୦୨୪: ଶିବଲିଙ୍ଗରେ ଭୁଲରେ ବି ଏହି ଜିନିଷ ଚଢାନ୍ତୁନି, ଭଗବାନ ଶିବ ହୋଇ ପାରନ୍ତି ନାରାଜ

ଓଡିଶା ଭାସ୍କର: ‘ଦେବୋ କି ଦେବ’ ମହାଦେବଙ୍କ ଶ୍ରାବଣ ସୋମବାର ଜୁଲାଇ ୨୨ ତାରିଖରୁ ଆରମ୍ଭ ହୋଇ ସାରିଛି । ଚଳିତବର୍ଷ ଶ୍ରାବଣରର ଆରମ୍ଭ ମଧ୍ୟ ସୋମବାର ଦିନ ପଡୁଛି ଓ ଶେଷ ମଧ୍ୟ ସୋମବାରରେ ହିଁ ହେବ । ଏଭଳି ଦୁର୍ଲ୍ଲଭ ସଂଯୋଗ କମ୍ ଦେଖିବାକୁ ମିଳିଥାଏ । ଶାସ୍ତ୍ରଅନୁସାରେ, ଶିବଲିଙ୍ଗରେ ଗଙ୍ଗାଜଳ, ବେଲପତ୍ର, ଧତୁରା, ଭାଙ୍ଗ, ବେର, ସଶିପତ୍ର ତଥା କନେର ପୁଷ୍ପ ଅର୍ପଣ କରାଯାଏ । ଫଳରେ ଭୋଲେନାଥ ଶୀଘ୍ର ପ୍ରସନ୍ନ ହୁଅନ୍ତି । ସେହିଭଳି ଶାସ୍ତ୍ରରେ କିଛି ପୂଜା ସାମଗ୍ରୀ ଶ୍ରାବଣ ମାସ ହେଉ କିମ୍ବା ଅନ୍ୟ ଦିନରେ ଶିବଙ୍କୁ ଅର୍ପଣ କରିବାକୁ ମନା ।

ଏହି ଫୁଲ ଚଢାନ୍ତୁନି: ଶାସ୍ତ୍ର ଅନୁସାରେ, କେତକୀ ଫୁଲକୁ ମିଛ କହିଥିବାରୁ ଭୋଲେନାଥଙ୍କଠାରୁ ଶ୍ରାପ୍ୟ ପାଇଛି । ସେହିକାରଣରୁ ଏହି ପୁଷ୍ପକୁ ଭଗବାନ ଶିବଙ୍କଠାରେ ଅର୍ପଣ କରାଯାଏ ନାହିଁ । ଶିବଲିଙ୍ଗରେ ଏହି ପୁଷ୍ପକୁ ନ ଚଢାଇବା ପାଇଁ ବିଶେଷ ଧ୍ୟାନ ଦେବା ଉଚିତ ।

କୁମକୁମ କାହିଁକି ଶିବଲିଙ୍ଗ ପାଇଁ ମନା: କୁକୁମ ଏକ ଶୃଙ୍ଗାରର ସାମଗ୍ରୀ । ଭୋଲେନାଥ ବୈରାଗୀ ଅଟନ୍ତି । ସେଥିପାଇଁ କୁମକୁମରେ ଶିବଙ୍କୁ କିମ୍ବା ଶିବଲିଙ୍ଗକୁ ଶୃଙ୍ଗାର କରାଯାଏ ନାହିଁ କିମ୍ବା ତିଳକ ଲଗାଯାଏ ନାହିଁ । ତାଙ୍କୁ ସର୍ବଦା ଚନ୍ଦନ କିମ୍ବା ଅଷ୍ଟଗନ୍ଧ ଟୀକା ଲଗାଯାଏ ।

ହଳଦୀ: ସାଧାରଣତଃ ଲୋକେ ଶିବଲିଙ୍ଗରେ ହଳଦୀ ଲଗାଇ ଦିଅନ୍ତି । ଏଭଳି କରିବା ଅନୁଚିତ । କାରଣ ହଳଦୀକୁ ବି ଶୃଙ୍ଗାର ସାମଗ୍ରୀ ଭାବରେ ବିବେଚନା କରାଯାଏ ।

ଶଙ୍ଖର ହୁଏନି ଉପଯୋଗ: ଶିବ ପୂଜା ସମୟରେ ଶଙ୍ଖର ଉପଯୋଗ ହୋଇ ନ ଥାଏ । କାରଣ ଶଙ୍ଖଚୂଡଙ୍କ ବଧ କରିଥିଲେ ଭଗବାନ ଭୋଲେନାଥ । ସେଥିପାଇଁ ଶିବଲିଙ୍ଗର ପୂଜା ତଥା ଅଭିଷେକ ସମୟରେ ଏହାର ଉପଯୋଗ ନ କରିବା ଦରକାର ।

ଚଢେନି ନଡିଆ:ନଡିଆର ଉପଯୋଗ ମଧ୍ୟ ଶିବଲିଙ୍ଗରେ ହୋଇ ନଥାଏ । ନଡିଆର ପ୍ରସାଦ କିମ୍ବା ତାହାର ଜଳ ମଧ୍ୟ ଶିବଲିଙ୍ଗ ଅଭିଷେକ ସମୟରେ ବ୍ୟବହୃତ ହୋଇ ନଥାଏ । ଯଦିବା କେହି ନଡିଆକୁ ଶିବଙ୍କ ଉଦ୍ଦେଶ୍ୟରେ ଚଢାଉଛି, ତେବେ ସେ ତାହାକୁ ଅଖଣ୍ଡ ରୂପରେ ଶିବଙ୍କୁ ଅର୍ପିତ କରିବା ଆବଶ୍ୟକ ।

ତୁଳସୀ ବର୍ଜିତ: ତୁଳସୀର ପ୍ରସାଦ କିମ୍ବା ତୁଳସୀର ପ୍ରୟୋଗ କୌଣସି ବି ରୂପରେ ଶିବଲିଙ୍ଗରେ ନ କରିବା ଦରକାର । କାରଣ ତୁଳସୀକୁ ଭଗବାନ ବିଷ୍ଣୁଙ୍କ ପତ୍ନୀର ମାନ୍ୟତା ମିଳିଛି । ସେଥିପାଇଁ ଶିବଙ୍କ ପୂଜାରେ ଏହାର ବ୍ୟବହାର ବର୍ଜନୀୟ ।

Get real time updates directly on you device, subscribe now.