ମିସ ୱାର୍ଲ୍ଡ ଆମେରିକା ୨୦୨୧ ବିଜେତା ହେଲେ ପ୍ରଥମ ଭାରତ-ଆମେରିକୀୟ

ନୂଆଦିଲ୍ଲୀ: ୱାସିଂଟନରେ ରହୁଥିବା ଭାରତୀୟ ବଂଶୋଦ୍ଭବ ଶ୍ରୀ ସାଇନି ମୁକୁଟ ଜିତିବାରେ ଜଣେ ସ୍ୱତନ୍ତ୍ର ମହିଳା । ମିସ ୱାର୍ଲ୍ଡ ଆମେରିକା ୨୦୨୧ ଜିତିବାରେ ସେ ହେଉଛନ୍ତି ପ୍ରଥମ ଭାରତ-ଆମେରିକୀୟ ।

ତେବେ ତାଙ୍କର ଏହି ଯାତ୍ରା ସେତେଟା ସହଜ ନଥିଲା । ୧୨ ବର୍ଷ ବୟସରେ ଏକ କାର୍ ଦୁର୍ଘଟଣାର ଶିକାର ହୋଇଥିଲେ ସାଇନି । ଦୁର୍ଘଟଣାରେ ତାଙ୍କୁ ମୁହଁରେ ଅନେକ ପୋଡ଼ା ଦାଗ ହୋଇଯାଇଥିଲା । ହେଲୋ ସେ ତାଙ୍କର ପରିଶ୍ରମ ବଳରେ ଆଜି ଏହି ସ୍ଥାନରେ ପହଞ୍ଚିପାରିଛନ୍ତି । ଆମେରିକାର ଲସ ଆଞ୍ଜେଲସରେ ଆୟୋଜିତ ମିସ ୱାର୍ଲ୍ଡ ଆମେରିକାରେ ଡାଏନା ହେଡେନ ତାଙ୍କୁ ମୁକୁଟ ପିନ୍ଧାଇଛନ୍ତି ଶ୍ରୀ ସାଇନି ।

ମୁକୁଟ ଜିତିବା ପରେ ଖୁସିହେବା ସହ କହିଛନ୍ତି ଏହି ଖୁସିକୁ ବର୍ଣ୍ଣନା କରିହେବନାହିଁ । ଏହା ସହ ସେ ତାଙ୍କର ସଫଳତାର ଶ୍ରେୟ ତାଙ୍କର ପରିବାର ତଥା ତାଙ୍କ ମା’ଙ୍କୁ ଦେଇଛନ୍ତି ।  ମିସ ୱାର୍ଲ୍ଡ ଆମେରିକା ୱାସିଂଟନ ଜିତିଥିବା ଶ୍ରୀ ସାଇନି ଆଉ ଏକ ସମ୍ମାନନୀୟ ପଦବୀରେ ମଧ୍ୟ ରହିଛନ୍ତି ସେ ‘ଏମଡବ୍ଲୁଏ’ ନ୍ୟାସନାଲ ବିୟୁଟିର ଆମ୍ବାସଡର ଭାବରେ କାର୍ଯ୍ୟ କରୁଛନ୍ତି ।