fbpx

ପ୍ରଥମ ଭାରତୀୟ ଭାବରେ ରଚିଲେ ଇତିହାସ; ପ୍ରଥମ ଟେଷ୍ଟରେ ସୁନୀଲ ଗାଭାସ୍କରଙ୍କୁ ପଛରେ ପକାଇଲେ ଏହି ମୁମ୍ବାଇ ଖେଳାଳି

Advertisement

ନୂଆଦିଲ୍ଲୀ: ଭାରତୀୟ ଟେଷ୍ଟ ଦଳରେ ପଦାର୍ପଣ କରିଥିବା ଶ୍ରେୟସ ଆୟର ଇତିହାସ ରଚିଛନ୍ତି । ପ୍ରଥମ ଇନିଂସରେ ପଦାର୍ପଣରେ ଶତକ ହାସଲ କରିଥିବା ଶ୍ରେୟସ ଦ୍ୱିତୀୟ ଇନିଂସରେ ମଧ୍ୟ ୬୫ ରନର ଦମଦାର ଓ ଲଢୁଆ ଇନିଂସ ଖେଳିଥିଲେ । ତେବେ ପଦାର୍ପଣ ଟେଷ୍ଟରେ ଶତକ ଓ ଅର୍ଦ୍ଧଶତକ ହାସଲ କରିବା ସହିତ ନିଜ ନାମ ଏହି ରେକର୍ଡ ବୁକରେ ସାମିଲ କରିଛନ୍ତି । ଏହା ସହିତ କିମ୍ବଦନ୍ତୀ ଓପ୍ନର ତଥା ଲିଟିଲ ମାଷ୍ଟର ସୁନୀଲ ଗାଭାସ୍କରଙ୍କ ୧୯୭୧ ମସିହାରୁ ରହିଥିବା ରେକର୍ଡ ଭାଙ୍ଗିଛନ୍ତି । ଗାଭାସ୍କର ୧୯୭୧ ମସିହାରେ ୱେଷ୍ଟଇଣ୍ଡିଜ ବିପକ୍ଷ ପଦାର୍ପଣରେ ଦୁଇଟି ଅର୍ଦ୍ଧଶତକ ହାସଲ କରିଥିଲେ । ସେହିପରି ୧୯୩୪ ମସିହାରେ ଦିଲାୱର ହୁସେନ ଇଂଲଣ୍ଡ ବିପକ୍ଷରେ ଦୁଇଟି ଅର୍ଦ୍ଧଶତକ ହାସଲ କରିଥିଲେ ।

ପ୍ରଥମ ଇନିଂସରେ ୧୨୫ ରନ କରିଥିବା ଆୟର ଦ୍ୱିତୀୟ ଇନିଂସରେ ୬୫ ରନ କରିଥିଲେ । ଭାରତ ୭୨ ରନରେ ୫ ୱିକେଟ ହରାଇ ସଙ୍କଟରେ ପଡିଥିବା ବେଳେ ଆୟର ସାଜିଥିଲେ ତ୍ରାଣକର୍ତ୍ତା । ୮ ଚୌକା ଏବଂ ୧ ଛକା ସହିତ ୬୫ ରନ କରି ଆୟର ଭାରତର ଅଗ୍ରଣୀ ୨୦୦ ରନ ପାର କରାଇଥିଲେ ।

Get real time updates directly on you device, subscribe now.