fbpx

ଶ୍ରୀ ଜୀଉଙ୍କ ଟାହିଆ ଯୋଗାଉଛି ରାଘବଦାସ ମଠ

ପୁରୀ(ଓଡ଼ିଶା ଭାସ୍କର): ଶ୍ରୀକ୍ଷେତ୍ରରେ ସରିଛି ତିନି ରଥର ନିର୍ମାଣ କାର୍ଯ୍ୟ। ଯାତ୍ରାରେ ମହାପ୍ରଭୁ ସ୍ନାନମଣ୍ଡପକୁ ବିଜେ ଓ ଶ୍ରୀମନ୍ଦିରକୁ ବାହୁଡା଼ ବିଜେ ସମୟରେ ଟାହିଆ ପରିଧାନ କରିଥାନ୍ତି l ଶ୍ରୀଗୁଣ୍ଡିଚା ଦିନ ରଥକୁ ବିଜେ ଓ ରଥରୁ ଆଡପମଣ୍ଡପ କୁ ବିଜେ ଏତଦ ବ୍ୟଥିତ ଆଡପ ମଣ୍ଡପରୁ ରଥକୁ ବିଜେ l ରଥରୁ ନୀଳାଦ୍ରି ବିଜେ ସମୟରେ ୬ ଥର ପୁଷ୍ପ ନିର୍ମିତ ଟାହିଆ ପରିଧାନ କରିଥାନ୍ତି l ମହାପ୍ରଭୁଙ୍କ ଶ୍ରୀମସ୍ତକରେ ବିମଣ୍ଡିତ ହୋଇଥିବା ଟାହିଆରେ କଂଜାଯାଇଥିବା ଫୁଲମାନେ ଏହି ସୁମହିତ କ୍ରିୟାଟି ସମ୍ପାଦନ କରିଥାନ୍ତି l ଶ୍ରୀଗୁଣ୍ଡିଚା ଦିନ ରଥକୁ ବିଜେ କରିବା ସମୟରେ ଶ୍ରୀମନ୍ଦିରର ସାତପାହଚରେ ଶ୍ରୀ ବିଗ୍ରହମାନେ ଶ୍ରୀମସ୍ତକରେ ଯେଉଁ ଟାହିଆ ଧାରଣ କରିଥାନ୍ତି ତାହାକୁ ରାଘବଦାସ ମଠ ଯୋଗାଇଥାନ୍ତି l

ମହାପ୍ରଭୁଙ୍କ ମଙ୍ଗଳାର୍ପଣ ନୀତି ସରିବା ପରେ ସାତପହଚ ଆସିବା ସମୟରେ ଏହି ଆକର୍ଷଣୀୟ ଟାହିଆ ପରିଧାନ କରିଥାନ୍ତି ମହାପ୍ରଭୁ l ଶ୍ରୀ ଜଗନ୍ନାଥଙ୍କ ନିମନ୍ତେ 37କାଠି ବିଶିଷ୍ଟ ବଡ଼ ଟାହିଆ ପ୍ରସ୍ତୁତ ହୋଇଥିବାବେଳେ ବଡ ଠାକୁରଙ୍କ ନିମନ୍ତେ 31କାଠି ବିଶିଷ୍ଟ ଟାହିଆ ସୁଭଧ୍ରାଙ୍କ ଶ୍ରୀମସ୍ତକ ନିମନ୍ତେ ପାନିଆ, କିୟା, ଚନ୍ଦ୍ରିକା,ଲାଗିହୋଇଥିବା ଟାହିଆ, ଶ୍ରୀ ସୁଦର୍ଶନ ମହାପ୍ରଭୁଙ୍କ ନିମନ୍ତେ ଚୁଳ ଟାହିଆ ପ୍ରସ୍ତୁତ କରିଥାନ୍ତି କାରିଗରମାନେ l ପ୍ରତ୍ୟକ ଥର ପହଣ୍ଡି ନିମନ୍ତେ 24ଗୋଟି ଟାହିଆ ରାଘବଦାସ ମଠ ପ୍ରସ୍ତୁର୍ତ୍ତ କରିଥାନ୍ତି l ମଠ ପକ୍ଷରୁ କାରିଗର ମାନଙ୍କୁ ସମସ୍ତ ଟାହିଆ ସାମଗ୍ରୀ ଯୋଗାଇଦିଆଯାଇଥାଏ ବୋଲି କାରିଗର ବସନ୍ତ ରଣା ମତପ୍ରକାଶ କରିଛନ୍ତି l

Get real time updates directly on you device, subscribe now.