fbpx

ଆସନ୍ତା ଶିକ୍ଷାବର୍ଷରୁ ଆରମ୍ଭ ହେବ ଶ୍ରୀମନ୍ଦିର ଗୁରୁକୁଳ, ମାଗଣାରେ ମିଳିବ ରଥଚକ

ଭୁବନେଶ୍ୱର, (ଓଡିଶା ଭାସ୍କର):ଆସନ୍ତା ଶିକ୍ଷାବର୍ଷଠାରୁ ଆରମ୍ଭ ହେବ ଶ୍ରୀମନ୍ଦିର ଗୁରୁକୁଳ । ଏଥିପାଇଁ ଗଠନ ହେବ ଶ୍ରୀମନ୍ଦିର ଆଦର୍ଶ ଗୁରୁକୁଳ ସୋସାଇଟି । ଏହି ଗୁରୁକୁଳ ସୋସାଇଟିର ଅଧ୍ୟକ୍ଷ ରହିବେ ଗଜପତି ମହାରାଜା । ମାଟିତୋଟାରେ ୧୭ ଏକ ଜମିରେ ଗୁରୁକୁଳ ହେବ । ଆଦର୍ଶ ଗୁରୁକୁଳ ନିର୍ମାଣ ପାଇଁ ଓଡ଼ିଶା ସରକାର ଖର୍ଚ୍ଚ ବହନ କରିବେ ।

ଏହା ବ୍ୟତୀତ ଶ୍ରୀମନ୍ଦିର ମରାମତି ପାଇଁ ଏଣିକି ୫ ବର୍ଷୀୟା ଯୋଜନା ହେବ । ୫ ବର୍ଷୀୟା ସଂରକ୍ଷଣ ନେଇ ଏଏସଆଇଠାରୁ ପ୍ଲାନ ଆହ୍ୱାନ କରାଯିବ । ସଂରକ୍ଷଣ ପ୍ରସଙ୍ଗରେ ମନ୍ଦିର ପ୍ରଶାସନ ଓ ଏଏସଆଇ ନିଷ୍ପତ୍ତି ନେବେ । ସଂରକ୍ଷଣ ପାଇଁ ଅଧିକ ଅର୍ଥ ଦରକାର ହେଲେ ସରକାର ବହନ କରିବେ ।

ଏଣିକି ଆଗ୍ରହୀ ଭକ୍ତଙ୍କୁ ମାଗଣାରେ ମିଳିବ ରଥଚକ । ରଥଯାତ୍ରା ପରେ ଆଗ୍ରହୀ ଭକ୍ତଙ୍କୁ ମାଗଣାରେ ରଥଚକ ଦିଆଯିବ । ଏଥିପାଇଁ ଏକ ସବକମିଟିକୁ ଦାୟିତ୍ୱ ଦିଆଯାଇଛି । କାହାକୁ ରଥ ଦାୟିତ୍ୱ ଦିଆଯିବ, ତାହା କମିଟି ଚୟନ କରିବ । ଅଧିକ ଆବେଦନକାରୀ ହେଲେ ଲଟେରୀ ବ୍ୟବସ୍ଥା କରାଯିବ । ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.