fbpx

ଏହି ଲୋକମାନେ ଭୁଲରେ ବି ଖାଆନ୍ତୁ ନାହିଁ ପିନଟ ବଟର; ନଚେତ ଭୋଗିବାକୁ ପଡିବ ଅନେକ ସମସ୍ୟା

ଆଜିକାଲି ଲୋକେ ଆଧୁନିକ ଜୀବନଶୈଳୀରେ ବଞ୍ଚିବାକୁ ଅଧିକ ପସନ୍ଦ କରୁଛନ୍ତି । ଫଳରେ ସେମାନେ ବିଭିନ୍ନ ପ୍ରକାର ବାହାର ଖାଦ୍ୟକୁ ନିଜ ଡେଲି ରୁଟିନରେ ସାମିଲ କରୁଛନ୍ତି । ଯେଉଁ କାରଣରୁ ପରବର୍ତ୍ତୀ ସମୟରେ ସେମାନଙ୍କୁ ବିଭିନ୍ନ ପ୍ରକାର ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି । ତେବେ ଏହି ଆଧୁନିକ ଖାଦ୍ୟ ମଧ୍ୟରୁ ଗୋଟିଏ ହେଉଛି ପିନଟ ବଟର । ଯାହାକି ବାଦାମରୁ ପ୍ରସ୍ତୁତ ହୋଇଥାଏ । ଏଥିସହିତ ଏଥିରେ ଭରପୁର ମାତ୍ରାରେ ପୋଷକ ତତ୍ତ୍ୱ ରହିଥାଏ । ନିକଟରେ ଏହି ପିନଟ ବଟର ଖାଇବାର ଚଳନୀ ଦ୍ରୁତ ଗତିରେ ବୃଦ୍ଧି ପାଇବାର ଲାଗିଛି । ପିଲାଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତି ପର୍ଯ୍ୟନ୍ତ ସମସ୍ତେ ଏହାକୁ ସେବନ କରିବାକୁ ପସନ୍ଦ କରୁଛନ୍ତି । କିନ୍ତୁ ଆପଣମାନେ ଜାଣିଛନ୍ତି କି ଭିଟାମିନ ଏବଂ ପୋଷକ ତତ୍ତ୍ୱରେ ଭରପୁର ଏହି ପିନଟ ବଟର ସେବନ କରିବାକୁ କିଛି ବ୍ୟକ୍ତିଙ୍କୁ ବାରଣ କରାଯାଇଥାଏ । ଯଦି ଏହି ବ୍ୟକ୍ତିମାନେ ପିନଟ ବଟର ସେବନ କରନ୍ତି ତେବେ ସେମାନଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡୋ ବର୍ତ୍ତମାନ ଆସନ୍ତୁ ଜାଣିବା କେଉଁ ବ୍ୟକ୍ତିମାନଙ୍କୁ ଏହା ସେବନ କରିବାକୁ ବାରଣ କରାଯାଏ ।
କଲେଷ୍ଟ୍ରଲ ସମସ୍ୟା ଥିବା ବ୍ୟକ୍ତି: ସ୍ୱାସ୍ଥ ବିଶେଷଜ୍ଞମାନଙ୍କ କହିବା ଅନୁଯାୟୀ ଯେଉଁ ବ୍ୟକ୍ତିମାନଙ୍କର ହାଇ କୋଲେଷ୍ଟ୍ରଲ କିମ୍ବା ଖରାପ କୋଲେଷ୍ଟ୍ରଲର ସମସ୍ୟା ଅଛି ସେମାନେ ପିନଟ ବଟର ସେବନ କରିବା ଉଚିତ୍ ନୁହେଁ । କାରଣ ଏଥିରେ ଥିବା ନ୍ୟୁଟ୍ରିୟନ୍ସ କୋଲେଷ୍ଟ୍ରଲ ମାତ୍ରାକୁ ବଢାଇ ଦେଇଥାଏ । ଫଳରେ ହୃଦୟ ଜନିତ ସମସ୍ୟା ମଧ୍ୟ ସୃଷ୍ଟି ହୁଏ ।

ମେଦବହୁଳ ବ୍ୟକ୍ତି: ଯେଉଁ ବ୍ୟକ୍ତିମାନେ ମେଦବହୁଳତାର ଶିକାର ହୋଇଥାନ୍ତି ସେମାନେ ଭୁଲରେ ବି ପିନଟ ବଟର ସେବନ କରନ୍ତୁ ନାହିଁ । କାରଣ ଏଥିରେ ଥିବା ପୋଷକ ତତ୍ୱ ମେଦବହୁଳତାକୁ ବୃଦ୍ଧି କରିବାରେ ସାହାଯ୍ୟ କରେ । ଫଳରେ ଆଣଙ୍କ ମୋଟାପଣ ଅଧିକ ବଢିଯାଏ । ତେଣୁ ମେଦବହୁଳତା ସମସ୍ୟାରେ ପିଡିତ ଥିବା ବ୍ୟକ୍ତିମାନେ ପିନଟ ବଟର ସେବନ ଠାରୁ ଦୂରେଇ ରୁହନ୍ତୁ ।

କିଡନୀ ଜନିତ ସମସ୍ୟା: ଯେଉଁ ବ୍ୟକ୍ତିମାନଙ୍କର କିଡନୀ ଜନିତ ସମସ୍ୟା ରହିଛି ,ସେମାନେ ଏହି ପିନଟ ବଟର ସେବନ ଠାରୁ ଯଥା ସମ୍ଭବ ନିଜକୁ ଦୂରେଇ ରଖନ୍ତୁ । କାରଣ ଏଥିରେ ଥିବା ପୋଷକ ତତ୍ତ୍ୱ କିଡନୀ ପାଇଁ ମଧ୍ୟ ବିପଜ୍ଜନକ ହୋଇପାରେ । ଯେଉଁ କାରଣରୁ କିଡନୀ ଜନିତ ସମସ୍ୟା ଦେଖାଦିଏ ।

ସ୍କିନ ସମସ୍ୟା ସୃଷ୍ଟି: ପିନଟ ବଟର ଅନେକ ସମୟରେ ଚର୍ମ ପାଇଁ ଭଲ ହୋଇନଥାଏ । ଏହାକୁ ସେବନ କରିବା ଦ୍ୱାରା ଚର୍ମ କୁଣ୍ଡାଇ ହୋଇ ଫଳିଯିବା ପରି ସମସ୍ୟା ସୃଷ୍ଟି ହୋଇଥାଏ । ଯାହାକି ସ୍କିନ ଆଲର୍ଜିର କାରଣ ହୋଇଥାଏ । ତେବେ ଚର୍ମ ଜନିତ ସମସ୍ୟା ଥିଲେ ପିନଟ ବଟର ସେବନ କରନ୍ତୁ ନାହିଁ ।

Get real time updates directly on you device, subscribe now.