fbpx

ଜୀବନରେ ଖରାପ ସମୟ ଆସିବା ପୂର୍ବରୁ ମିଳିଥାଏ ଏହି ସଂକେତ; ଜାଣନ୍ତୁ କପରି କରିବେ ଏହାକୁ ଚିହ୍ନଟ

ପ୍ରତ୍ୟେକ ବ୍ୟକ୍ତି ଜୀବନରେ ସମସ୍ୟା ଏବଂ ସମୃଦ୍ଧି ଉଭୟ ଲାଗି ରହିଥାଏ । ଫଳରେ କେତେବେଳେ ସେ ହସ ଖୁସିରେ ନିଜ ଜୀବନ ଅତିବାହିତ କରେ ତ ଆଉ କେତେବେଳେ ବିଭିନ୍ନ ସମସ୍ୟାଦେଇ ଗତିକରେ । ଯାହାକୁ ଭଲ ସମୟଏଭଂ ଖରାପ ସମୟ ହବୋଲି କୁହାଯଏ । ତେବେ ହିନ୍ଦୁ ଧର୍ମରେ ଏବଂ ଜ୍ୟୋତିଷ ଶାସ୍ତ୍ରରେ ଏହିି ଭଲ ଏବଂ ଖରାପ ସମୟ ବିଷୟରେ ମଧ୍ୟ ଅନେକ କଥା ଉଲ୍ଲେଖ ରହିଛି । ଶାସ୍ତ୍ର ମତରେ ଜଣେ ବ୍ୟକ୍ତି ଜୀବନରେ ଖରାପ ସମୟ ଆସିବା ପୂର୍ବରୁ ଏହା କିଛି ସଂକେତ ଦେଇଥାଏ । ଏହା ପରେ ଜଣେ ବ୍ୟକ୍ତିର ଖାରାପ ସମୟ ଆରମ୍ଭ ହୁଏ । ବର୍ତ୍ତମାନ ଆସନ୍ତୁ ଜାଣିବା ଏହି ସଂକେତ ବିଷୟରେ…

ଖରାପ ସ୍ୱପ୍ନ ଦେଖିବା: ସ୍ୱପ୍ନ ଶାସ୍ତ୍ର ଅନୁସାରେ ଯଦି କୌଣସି ବ୍ୟକ୍ତି ନିଜ ସ୍ୱପ୍ନରେ ବାରମ୍ବାର ଖରାପ ସ୍ୱପ୍ନ ଦେଖନ୍ତି ତେବେ ଏହା ପରିବାର ପ୍ରତି ବିପଦ ଆଣିବା ସହ ଖରାପ ସମୟର ସଂକେତ ଦେଇଥାଏ । ତେଣୁ ଏପରି କିଛି ସ୍ୱପ୍ନ ଦେଖିଲେ ପ୍ରତ୍ୟେକ ଦିନ ରାତିରେ ହନୁମାନ ଚାଳିଶା ପଢିବା ଉଚିତ୍ । ଏଥିସହିତ ନିଜ ଇଷ୍ଟ ଦେବା ଦେବୀଙ୍କୁ ଆରାଧନା କରିବା ଆବଶ୍ୟକ ।

ବାମ ଅଙ୍ଗ ଫିଡିକିବା: ଯଦି କୌଣସି ବ୍ୟକ୍ତିଙ୍କ ଶରୀରର ବାମ ଅଙ୍ଗ ଫିଡିକେ ତେବେ ଏହାକୁ ଅଶୁଭ ବୋଲି ବିବେଚନା କରାଯାଏ । ଯାହାକି ଆପଣଙ୍କ ଜୀବନରେ ଆସିବାକୁ ଥିବା ଖରାପ ସମୟ ବିଷୟରେ ସଂକେତ ଦେଇଥାଏ । ତେବେ ପୁରୁଷଙ୍କ ବାମ ଅଙ୍ଗ ଏବଂ ମହିଳାଙ୍କ ଡାହାଣ ଅଙ୍ଗ ଫିଡିକିଲେ ଏହାକୁ ଆଶୁଭ କୁହାଯାଏ । ତେଣୁ ଏପରି କିଛି ପରିଲକ୍ଷିତ ହେଲେ ପୂର୍ବରୁ ସତର୍କ ହୋଇଯିବା ଆବଶ୍ୟକ ।

ସ୍ୱପ୍ନରେ କାହାକୁ କାନ୍ଦିବାର ଦେଖିବା: ସ୍ୱପ୍ନ ଶାସ୍ତ୍ର ଅନୁସାରେ ଯଦି କୌଣସି ବ୍ୟକ୍ତି ସ୍ୱପ୍ନରେ କାହାକୁ କାନ୍ଦିବାର ଦେଖନ୍ତି ,ତେବେ ଏହା ସେହି ବ୍ୟକ୍ତିଙ୍କ ଜୀବନରେ ଆଗକୁ ଆସୁଥିବା ଖରାପ ସମୟ ବିଷୟରେ ସଂକେତ ଦେଇଥାଏ । ତେଣୁ ଏପରି କିଛି ସ୍ୱପିନ ଦେଖିରେ ପୂର୍ବରୁ ସତର୍କ ହୋଇଯିବା ଆବଶ୍ୟକ ।

ଦୁଇଟି ଝିଟିପିଟଙ୍କ ଝଗଡା : ଶକୁନ ଶାସ୍ତ୍ର ଅନୁସାରେ ଯଦି ଆପଣଙ୍କ ଘରେ ଦୁଇଟି ଝିଟିପିଟି ଝଗଡା ଲାଗୁ ଲାଗୁ ହଠାତ୍ କେଉଁଆଡେ ଉଭାନ ହୋଇଯାଆନ୍ତି ତେବେ ଏହା ଆଗକୁ ଆସିବାକୁ ଥିବା ଖରାପ ସମୟ ବିଷୟରେ ସଂକେତ ଦେଇଥାଏ । ତେଣୁ ଯଦି ଆପଣ ଦୁଇଟି ଝିଟିପିଟି ଝଗଡା ଲାଗୁଥିବାର ଦେଖନ୍ତି ତେବେ ଏହାକୁ ତୁରନ୍ତ ଗୋଡାଇ ଦିଅନ୍ତୁ ।

ଘରେ ବୟସ୍କ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ଖରାପ ହେବା: ଡ୍ୟୋତିଷ ଶାସ୍ତ୍ର ଅନୁସାରେ ଯଦି ଜଣେ ବ୍ୟକ୍ତିର ରାଶିରେ ଶନି ରାହୁ କିମ୍ବା କେତୁଙ୍କ ପ୍ରବେଶ ହୁଏ ତେବେ ସେହି ବ୍ୟକ୍ତିଙ୍କ ଜୀବନରେ ଖରାପ ସମୟ ଅରମ୍ଭ ହୋଇଯାଏ । ଫଳରେ ସେ ଅନେକ ସମସ୍ୟା ଦେଇ ଗତି କରନ୍ତି । ତେବେ ଏହି ଖରାପ ସମୟ ପୂର୍ବରୁ ଭଗବାନ ସେମାନଙ୍କୁ କିଛି ସଂକେତ ଦେଇଥାନ୍ତି । ଯେପରିକି ହଠାତ୍ ଖର୍ଚ୍ଚ ବଢିଯିବା, ଘରେ ବୟସ୍କ ବ୍ୟକ୍ତିଙ୍କ ସ୍ୱସ୍ଥ୍ୟ ଖପାର ହେବା ଆଦି ଲକ୍ଷଣ ଦେଖାଦେଲେ ଜାଣିନେବା ଉଚିତ୍ ଯେ ଆଗକୁ କିଛି ସମସ୍ୟା ଆସିବାକୁ ଯାଉଛି ।

Get real time updates directly on you device, subscribe now.