fbpx
BSKY
BJD MC SKY
BJD YOUTH SKY

ସିକ୍କିମରେ ପ୍ରାକୃତିକ ବିପର୍ଯ୍ୟୟ: ୨୨ ଜଣ ଯବାନଙ୍କ ସମେତ ୭୦ ଜଣ ନିଖୋଜ, ପୁଣି ୪୮ ଘଣ୍ଟା ପାଇଁ ଆଲର୍ଟ

ନୂଆଦିଲ୍ଲୀ: ସିକ୍କିମ୍ ପାଇଁ ପରବର୍ତ୍ତୀ ୪୮ ଘଣ୍ଟା ଆହୁରି କଠିନ ହେବାକୁ ଯାଉଛି । ଦୁଇ ଦିନ ଧରି ସିକ୍କିମରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ (ଆଇଏମଡି) ଆଲର୍ଟ ଜାରି କରିଛି । କେବଳ ଏତିକି ନୁହେଁ ବିହାର, ବଙ୍ଗଳା, ମେଘାଳୟ, ଆସାମ ଏବଂ ଝାଡଖଣ୍ଡରେ ମଧ୍ୟ ପ୍ରବଳ ବର୍ଷା ହୋଇପାରେ । ବୁଧବାର ସିକ୍କିମରେ ଘଟିଥିବା ଏହି ବିପର୍ଯ୍ୟୟ ୧୪ ଜଣଙ୍କ ଜୀବନ ନେଇଛି ଏବଂ ୨୨ ଜଣ ସେନା କର୍ମଚାରୀଙ୍କ ସମେତ ପ୍ରାୟ ୭୦ ଜଣ ନିଖୋଜ ଅଛନ୍ତି, ଯେଉଁମାନଙ୍କୁ ଖୋଜିବା ପାଇଁ ଉଦ୍ଧାର କାର୍ଯ୍ୟ ଚାଲିଛି ।

ବାଦଲ ଫାଟିବା ପରେ ବନ୍ୟା ପରିସ୍ଥିତି ସବୁ ସ୍ଥାନରେ ଦୃଶ୍ୟମାନ ହୋଇଛି । ତିସ୍ତା ନଦୀର ବିପର୍ଯ୍ୟୟ ପ୍ରବାହ ନିଜ ସହିତ ସବୁକିଛି ବୁହାଇ ନେବାରେ ଲାଗିଛି । କିନ୍ତୁ ଏହା କେବଳ ବିପର୍ଯ୍ୟୟର ସଙ୍କେତ ଥିଲା । ସମାନ ବନ୍ୟା ପରିସ୍ଥିତି ଆସନ୍ତା କିଛି ଘଣ୍ଟା ମଧ୍ୟରେ ପୁଣି ଦେଖାଯାଇପାରେ । ଆସନ୍ତା ୪୮ ଘଣ୍ଟା ପାଇଁ ପାଣିପାଗ ବିଭାଗ ଏକ ସତର୍କ ସୂଚନା ଜାରି କରିଛି ।

ତେବେ ରାତିର ଅନ୍ଧକାରରେ ବାଦଲ ଫାଟିଲା ଏବଂ ଯେତେବେଳେ ସକାଳ ହେଲା, ବିନାଶର ଚିହ୍ନ ଚାରିଆଡେ ବିଛାଡି ହୋଇପଡ଼ିଥିଲା । ବନ୍ୟା ଆଗକୁ ଯାହା ଆସିଲା, ତାହା ଭାସିବାକୁ ଲାଗିଲା । ଯେଉଁଆଡେ ଚାହିଁଲେ ଖାଲି ପାଣି ଦୃଶ୍ୟମାନ ହେଲା । ସୂଚନାନୁସାରେ, ରାତି ପ୍ରାୟ ୧.୩୦ ସମୟରେ ଲୋନାକ ହ୍ରଦ ଉପରେ ବାଦଳ ଫାଟିଥିଲା, ଏହା ପରେ ଲାଚେନ୍ ଉପତ୍ୟକାର ତିସ୍ତା ନଦୀରେ ହଠାତ୍ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । ନଦୀର ଜଳ ସ୍ତର ହଠାତ୍ ୧୫ ରୁ ୨୦ ଫୁଟକୁ ବୃଦ୍ଧି ପାଇଥିଲା । ଏହା ପରେ ନଦୀ ନିକଟରେ ଥିବା ଆଖପାଖ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । ଅନେକ ଘରେ ମଧ୍ୟ ନଦୀ ଜଳ ପ୍ରବେଶ କରିଥିଲା ।

ତିସ୍ତା ନଦୀର ଜଳ କାଳ ପରି ଆସିଲା । ବନ୍ୟାରେ ନିଖୋଜ ଥିବା ଲୋକଙ୍କୁ ଖୋଜିବା ପାଇଁ ସେନା ପକ୍ଷରୁ ଉଦ୍ଧାର କାର୍ଯ୍ୟ ଚାଲିଥିବାବେଳେ ୪ ହଜାରରୁ ଅଧିକ ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି ।

Get real time updates directly on you device, subscribe now.