fbpx

ମହିଳାଙ୍କୁ ସରକାରୀ ଚାକିରିରେ ମିଳିବ ୩୫ ପ୍ରତିଶତ ସଂରକ୍ଷଣ: ସବୁ ବିଭାଗରେ ଲାଗୁ ହେବ ନୂଆ ନିୟମ

ନୂଆଦିଲ୍ଲୀ: ମହିଳାଙ୍କୁ ସରକାରୀ ଚାକିରିରେ ଏଣିକି ୩୫ ପ୍ରତିଶତ ସଂରକ୍ଷଣ ମିଳିବ । ମହିଳାଙ୍କୁ ସଶକ୍ତ ଓ ଆତ୍ମନିର୍ଭରଶୀଳ କରାଇବା ଉଦ୍ଦେଶ୍ୟରେ ସରକାର ଏହି ପଦକ୍ଷେପ ଗ୍ରହଣ କରିଛନ୍ତି । ସରକାରଙ୍କ ଏହି ନିଷ୍ପତ୍ତି ଫଳରେ ଏଣିକି ମହିଳାମାନେ ଆହୁରି ଉନ୍ନତି କରିପାରିବେ ବୋଲି ଆଶା କରାଯାଉଛି । ଏନେଇ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି ।

ସୂଚନା ମୁତାବକ, ମଧ୍ୟପ୍ରଦେଶ ସରକାର ମହିଳାଙ୍କ ପାଇଁ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ସରକାରୀ ଚାକିରିରେ ମହିଳାଙ୍କୁ ସଂରକ୍ଷଣ ପ୍ରଦାନ ନେଇ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି । ଏଣିକି ବନ ବିଭାଗକୁ ଛାଡ଼ି ଅନ୍ୟ ସମସ୍ତ ବିଭାଗରେ ସରକାରୀ ଚାକିରି କ୍ଷେତ୍ରରେ ମହିଳାମାନେ ୩୫ ପ୍ରତିଶତ ସଂରକ୍ଷଣ ପାଇବେ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ମହିଳାଙ୍କ ପାଇଁ ଏହି କୋଟା ସ୍ଥିରୀକୃତ ହୋଇଥିଲା ।

ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନ ହେବାର ଅଛି । ତେଣୁ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାରଙ୍କ ଏହି ଘୋଷଣା ଏକ ବଡ଼ ମାଷ୍ଟରଷ୍ଟ୍ରୋକ ହୋଇପାରେ । ପୂର୍ବରୁ ରାଜ୍ୟର ପୋଲିସ ବିଭାଗରେ ମହିଳାଙ୍କୁ ୩୦ ପ୍ରତିଶତ ସଂରକ୍ଷଣ ମିଳୁଥିବା ବେଳେ ଏବେ ୩୫ ପ୍ରତିଶତ ହେବ ବୋଲି ନିକଟରେ ଶିବରାଜ କହିଥିଲେ । ସେହିପରି ରାଜ୍ୟ ସରକାର ଲାଡଲୀ ବହନା ଯୋଜନା ଲାଗୁ କରିଥିବା ବେଳେ ତା’ର ପଞ୍ଚମ କିସ୍ତି ସ୍ୱରୂପ ୧୫୯୭ କୋଟି ଟଙ୍କା ୧.୩୧ କୋଟି ଭଉଣୀଙ୍କ ଖାତାକୁ ଟ୍ରାନ୍ସଫର କରାଯିବ । ଗତ ୪ ମାସରେ ରାଜ୍ୟ ସରକାର ଅନେକ ମହିଳାଙ୍କ ଖାତାକୁ ୫.୨୧୧ କୋଟି ଟଙ୍କା ପଠାଇଥିଲେ ।

Get real time updates directly on you device, subscribe now.