ଆପେଣ୍ଡିକ୍ସର କଲେ ଅପରେସନ୍, ୧୨ ବର୍ଷ ପରେ ଜାଣିବାକୁ ପାଇଲେ କି- ଡାକ୍ତର ପେଟରେ ଛାଡିଦେଇଛନ୍ତି କଇଁଚି

ନୂଆଦିଲ୍ଲୀ: ଚିକିତ୍ସାରେ ଅବହେଳାର ଏକ ବଡ ମାମଲା ସାମ୍ନାକୁ ଆସିଛି । ବାସ୍ତବରେ ଜଣେ ମହିଳାଙ୍କ ଅପରେସନର ୧୨ ବର୍ଷ ପରେ ଜାଣିବାକୁ ମିଳିଲା କି, ଡାକ୍ତରମାନେ ତାଙ୍କ ପେଟରେ ସର୍ଜିକାଲ କଇଁଛି ଛାଡିଦେଇଛନ୍ତି ।

ବର୍ତ୍ତମାନ ମହିଳାଙ୍କ ପେଟରୁ କଇଁଚି ବାହାର କରାଯାଇଛି । ତାଙ୍କୁ ବର୍ତ୍ତମାନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ଏବଂ ତାଙ୍କ ଅବସ୍ଥା ସ୍ଥିର ରହିଛି ।

ତେବେ ଏହି ମାମଲା ସିକ୍କିମରୁ ଆସିଛି । ୨୦୧୨ ରେ ସେଠାରେ ରହୁଥିବା ଜଣେ ମହିଳାଙ୍କ ପେଟରେ ଯନ୍ତ୍ରଣା ଅନୁଭବ ହୋଇଥିଲା । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ମହିଳା ଜଣକ ତାଙ୍କ ଘର ନିକଟ ସାର୍ ଥୁତୋବ ନାମଗାଲ ମେମୋରିଆଲ (ଏସଟିଏନଏମ) ହସ୍ପିଟାଲରେ ପହଞ୍ଚିଥିଲେ । ସେଠାରେ ଯାଞ୍ଚ ପରେ ଜଣାପଡିଛି ଯେ ତାଙ୍କର ଆପେଣ୍ଡିକାଇଟିସ୍ ଅଛି । ଡାକ୍ତରମାନେ ତାଙ୍କର ସର୍ଜରୀ କରି ଘରକୁ ପଠାଇଥିଲେ ।

୧୨ ବର୍ଷ ପର୍ଯ୍ୟନ୍ତ ଯନ୍ତ୍ରଣା ଭୋଗୁଥିଲେ :-

ମିଡିଆ ରିପୋର୍ଟ ଅନୁଯାୟୀ, ଅପରେସନ୍ ହେବାର କିଛି ଦିନ ପରେ ମହିଳା ଜଣକ ପୁଣି ପେଟରେ ଯନ୍ତ୍ରଣା ଅନୁଭବ କରିଥିଲେ । ଯନ୍ତ୍ରଣା ପାଇଁ ସେ ଅନେକ ଡାକ୍ତରଙ୍କଠାରୁ ଔଷଧ ନେଇଥିଲେ କିନ୍ତୁ ଆରାମ ମିଳିନଥିଲା । ଏହା ପରେ ୮ ଅକ୍ଟୋବର ୨୦୨୪ ରେ, ସେ ପୁଣି ଏସଟିଏନଏମ ହସ୍ପିଟାଲରେ ପହଞ୍ଚିଥିଲେ । ଏଠାରେ ଯେତେବେଳେ ଡାକ୍ତରମାନେ ତାଙ୍କର ଏକ୍ସ-ରେ କରିଥିଲେ, ସେମାନେ ତାଙ୍କ ପେଟରେ ସର୍ଜିକାଲ୍ କଇଁଚି ଥିବା ଜାଣି ଆଶ୍ଚର୍ଯ୍ୟ ହୋଇଗଲେ । ତାଙ୍କୁ ତୁରନ୍ତ ଭର୍ତ୍ତି କରାଯାଇଥିଲା । ପରୀକ୍ଷା ପରେ ତାଙ୍କର ଅପରେସନ୍ କରାଯାଇଥିଲା ଏବଂ ତାଙ୍କ ପେଟରୁ କଇଁଚି ବାହାର କରାଯାଇଥିଲା ।

ପୋଲିସ ଘଟଣାର ତଦନ୍ତ କରୁଛି :-
ସ୍ଥାନୀୟ ପୋଲିସର ସୂଚନାନୁସାରେ, ବର୍ତ୍ତମାନ ମହିଳା ସେମାନଙ୍କ ନିକଟରେ ଅଭିଯୋଗ କରିନାହାଁନ୍ତି । ଅନୁସନ୍ଧାନରୁ ଜଣାପଡିଛି ଯେ ଡାକ୍ତରମାନେ ମହିଳାଙ୍କ ପେଟରୁ କଇଁଚି ବାହାର କରିଛନ୍ତି । ଡାକ୍ତରଙ୍କ ଏକ ଟିମ୍ ମହିଳାଙ୍କ ସ୍ୱାସ୍ଥ୍ୟ ଉପରେ ନିରନ୍ତର ନଜର ରଖିଛନ୍ତି । ଅସ୍ତ୍ରୋପଚାର ପରେ ମହିଳାଙ୍କ ଅବସ୍ଥା ସ୍ଥିର ଥିବା କୁହାଯାଉଛି ଏବଂ ସେ ସୁସ୍ଥ ଅଛନ୍ତି । ପରିବାର ସଦସ୍ୟଙ୍କୁ ପଚରାଉଚରା କରି ଏହି ଘଟଣାରେ ଅଧିକ ଅନୁସନ୍ଧାନ କରାଯାଉଛି ।

Get real time updates directly on you device, subscribe now.