fbpx

ପୁଣି ରହସ୍ୟ ଘେରରେ ଏମାର ମଠ: ମିଳିଲା ରୁପା ଇଟା ଓ ବ୍ରୋଞ୍ଜ ମୂର୍ତ୍ତି

ପୁରୀ, ୧୦ା୪ (ଓଡିଶା ଭାସ୍କର): ପୁଣି ଥରେ ଚର୍ଚ୍ଚାର ପରିସରକୁ ଆସିଛି ଏମାର ମଠ । ପୁରୀ ଏମାର ମଠରୁ ରୂପା ଇଟା ମିଳିଛି । ମଠର ମୁଖ୍ୟ ଗାଦି ପଛପଟ ଖୋଳା ଚାଲିଥିବା ବେଳେ ଏହି ରୁପା ଇଟା ମିଳିଥିବା ଜଣାପଡ଼ିଛି । ତେବେ ରୁପା ଇଟା ସହ ଏମାର ମଠରୁ ବହୁ ପୂରାତନ ବ୍ରୋଞ୍ଜ ମୂର୍ତ୍ତି, ରୁପାର ଫୁଲଦାନୀ ଓ ଖଣ୍ଡା ମଧ୍ୟ ଉଦ୍ଧାର କରାଯାଇଛି । ଏହି ପୂରାତନ ସାମଗ୍ରୀ ଅତ୍ୟନ୍ତ ମୂଲ୍ୟବାନ ବୋଲି ଜଣାପଡ଼ିଛି ।

ଗତକାଲି ପ୍ରଶାସନ ପକ୍ଷରୁ ନୂଆ ମହନ୍ତଙ୍କୁ ଅବସ୍ଥାପିତ କରାଯାଇଥିଲା । ମଠର ପରିଚାଳନା ଦାୟିତ୍ୱ ଟ୍ରଷ୍ଟ ହାତକୁ ଯିବା ପରେ ସମ୍ପତ୍ତି ତାଲିକା ପ୍ରସ୍ତୁତ କରାଯାଉଛି । ସୂଚନାଯୋଗ୍ୟ ଯେ, ୨୦୧୧ ମସିହାରେ ଏମାର ମଠରୁ ୫୨୨ ଖଣ୍ଡ ରୁପା ଇଟା ମିଳିଥିଲା । ତେବେ ମଠରେ ଅଧିକ ମୂଲ୍ୟବାନ ଧାତୁ ରହିଥିବା ଅନୁମାନ କରାଯାଉଛି । ଶହ ଶହ ବର୍ଷ ଧରି ଶ୍ରୀମନ୍ଦିର ସମ୍ମୁଖରେ ଦଣ୍ଡାୟମାନ ହୋଇ ରହିଥିବା ଏହି ମଠକୁ ୨୦୧୯ ମସିହାରେ ଉଚ୍ଛେଦ କରାଯାଇଥିଲା । ସେ ସମୟରେ ମଠରେ କିଛି ଗୁପ୍ତ କୋଠରୀ ଥିବା ଜଣାପଡ଼ିଥିଲା । ୧୮୬୬ ମସିହା ନଅଙ୍କ ଦୁର୍ଭିକ୍ଷ ସମୟରେ ଏହି ମଠ ହିଁ ଲୋକଙ୍କୁ ଦାନା ଯୋଗାଇଥିବା କୁହାଯାଉଛି ।

Get real time updates directly on you device, subscribe now.