fbpx

ବାତ୍ୟା “ଜୱାଦ’ ପ୍ରଭାବ: ଆଜି-କାଲି ଶିମିଳିପାଳ ଅଭୟାରଣ୍ୟ ବନ୍ଦ

ବାରିପଦା(ଭାସ୍କର ନ୍ୟୁଜ୍‌): ବାତ୍ୟା “ଜୱାଦ’କୁ ଦୃଷ୍ଟିରେ ରଖି ଶନିବାରଠାରୁ ଦୁଇଦିନ ଶିମିଳିପାଳ ଅଭୟାରଣ୍ୟ ପର୍ଯ୍ୟଟକମାନଙ୍କ ପାଇଁ ବନ୍ଦ ରହିବ । ବାତ୍ୟାକୁ ଦୃଷ୍ଟିରେ ରଖି କର୍ତ୍ତୃପକ୍ଷ ଏହି ଘୋଷଣା କରିଛନ୍ତି । ସୂଚନାଯୋଗ୍ୟ ଯେ ଶୀତ ଆଗମନରେ ପର୍ଯ୍ୟଟକମାନଙ୍କ ପାଇଁ ଚଳିତ ମାସ ୧ ତାରିଖରୁ ଶିମିଳିପାଳ ଅଭୟାରଣ୍ୟ ଖୋଲା ଯାଇଥିଲା । ଏହି ଅଭୟାରଣ୍ୟ ଖୋଲାଯିବା ପରେ ରାଜ୍ୟର ବିଭିନ୍ନ ସ୍ଥାନରୁ ପର୍ଯ୍ୟଟକମାନେ ଆସି ଭିଡ଼ ଜମାଉ ଥିଲେ । ହେଲେ ଲଗାଣ ବର୍ଷା ଯୋଗୁ ଗତମାସ ୧୫ ତାରିଖଠାରୁ ଏହାକୁ ବନ୍ଦ କରି ଦିଆଯାଇଥିଲା । ତେବେ ବର୍ଷାର ପ୍ରକୋପ କମିବା ପରେ ପର୍ଯ୍ୟଟକମାନଙ୍କ ପାଇଁ ଶିମିଳିପାଳର ଦୁଇଟି ପ୍ରବେଶ ଗେଟ୍‌ ଖୋଲା ଯାଇଥିବାବେଳେ ଏବେ ପୁଣି ବାତ୍ୟା ଆଶଙ୍କାରେ ଦୁଇଦିନ ପାଇଁ ବନ୍ଦ କରି ଦିଆଯାଇଛି । ଯଦି ବାତ୍ୟାର ପ୍ରକୋପ କମ୍‌ ରହେ ତେବେ ସୋମବାରଠାରୁ ପୁଣିଥରେ ଶିମିଳିପାଳ ପର୍ଯ୍ୟଟକମାନଙ୍କ ପାଇଁ ଖୋଲାଯିବ ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.