Breaking: ୨ ଦିନ ବନ୍ଦ ରହିବ ଶିମିଳିପାଳ ଅଭୟାରଣ୍ୟ, ସୂଚନା ଦେଲେ ଶିମିଳିପାଳ RCCF
ଶିମିଳିପାଳ ଯିବାକୁ ଯୋଜନା କରିଛନ୍ତି କି? ସେଠାରେ ମଜାମସ୍ତି କରିବାକୁ ଭାବିଛନ୍ତି କି? ଯଦି ଶିମିଳିପାଳ ଯିବା ପାଇଁ ବାହାରିଛନ୍ତି ତାହାଲେ ଟିକେ ଅଟକି ଯାଆନ୍ତୁ।
ମୟୁରଭଞ୍ଜ: ଆପଣ ଶିମିଳିପାଳ ଯିବାକୁ ଯୋଜନା କରିଛନ୍ତି କି? ସେଠାରେ ମଜାମସ୍ତି କରିବାକୁ ଭାବିଛନ୍ତି କି? ଯଦି ଶିମିଳିପାଳ ଯିବା ପାଇଁ ବାହାରିଛନ୍ତି ତାହାଲେ ଟିକେ ଅଟକି ଯାଆନ୍ତୁ। କାରଣ ଆଜି ଓ ଆସନ୍ତାକାଲି ପର୍ଯ୍ୟଟକମାନଙ୍କ ପାଇଁ ବନ୍ଦ ରହିଛି ଶିମିଳିପାଳ।
ହଁ ୨ ଦିନ ବନ୍ଦ ରହିଛି ଶିମିଳିପାଳ। କାଳବୈଶାଖୀ ବର୍ଷାକୁ ଦୃଷ୍ଟିରେ ରଖି ଅଭୟାରଣ୍ୟ ପର୍ଯ୍ୟଟକମାନଙ୍କ ପାଇଁ ବନ୍ଦ ରହିଛି। ୨ ଦିନ ଶିମିଳିପାଳ ବନ୍ଦ ନେଇ ଶିମିଳିପାଳ RCCF ସୂଚନା ଦେଇଛନ୍ତି। ପ୍ରବଳ ବର୍ଷା ଓ ବଜ୍ରପାତକୁ ଦୃଷ୍ଟିରେ ରଖି ଅଭୟାରଣ୍ୟ ବନ୍ଦ କରାଯାଇଛି।
ଏମିତିରେ ଦୁଇ ତିନି ଦିନ ହେବ ରାଜ୍ୟର ବିଭିନ୍ନ ଅଞ୍ଚଳରେ କାଳବୈଶାଖୀ ବର୍ଷା ହେଉଛି। କିଛି କିଛି ସ୍ଥାନରେ ତାଣ୍ଡବ ରଚିଛି କାଳବୈଶାଖୀ। ଏମିତିରେ ୩ ଦିନ ହେବ ମୟୁରଭଞ୍ଜରେ ଲାଗି ରହିଛି ବର୍ଷା। ତେଣୁ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ଅଭୟାରଣ୍ୟକୁ ୨ ଦିନ ବନ୍ଦ ରଖିବା ନେଇ ନିଷ୍ପତ୍ତି ହୋଇଛି।