fbpx

କରୋନା କାଳରେ ସୋନାଙ୍କର ସରିଗଲା ସବୁତକ ସଞ୍ଚିତ ଧନ

ନୂଆଦିଲ୍ଲୀ : କରୋନା ମହାମାରୀ ଆରମ୍ଭ ହେବା ପରଠାରୁୁ ମନୋରଞ୍ଜନ କ୍ଷେତ୍ର ଏକପ୍ରକାର ବୁଡିଯାଇଛି କହିଲେ ଚଳେ । ଗୋଟେ ପଟେ କଳାକାର ମାନଙ୍କ ଫିଲ୍ମ ରିଲିଜ୍ ହୋଇପାରୁନଥିବା ବେଳେ ସିନେମା ହଲ୍ ଗୁଡିକୁ ସଂକ୍ରମଣ ଦୃଷ୍ଟିରୁ ବନ୍ଦ କରିଦିଆଯାଇଛି । ଏଥିସହ ଫିଲ୍ମ ଠାରୁ ଆରମ୍ଭ କରି ଧାରାବାହିକ ସବୁର ଶୁଟିଂକୁ ବନ୍ଦ କରାଦିଆଯାଇଛି । ଏହି ସମୟରେ ଫିଲ୍ମ ମେକର୍ସ ମାନଙ୍କୁ ଅନେକ କ୍ଷୟକ୍ଷତିର ସାମନା କରିବାକୁ ପଡୁଛି ଏବଂ କଳାକାର ମାନଙ୍କର ସଞ୍ଚିତ ଧନ ମଧ୍ୟ ସରିଆସିଲାଣି । ତେଣୁ ସେମାନଙ୍କର ଚଳିବା ଏକପ୍ରକାର କଷ୍ଟ ହୋଇପଡିଲାଣି ।

 

ତେବେ କୋଭିଡର ପ୍ରଭାବ ବଲିଉଡ୍ କଣ୍ଠଶିଳ୍ପୀ ସୋନା ମହାପାତ୍ରଙ୍କ ଉପରେ ପଡିଥିବା ବେଳେ ସୋନା ଏନେଇ ଟୁଇଟ୍ କରି ନିଜର ଦୁଃଖ ଜଣାଇଛନ୍ତି । ତାଙ୍କର ଏ ପର୍ଯ୍ୟନ୍ତ ସବୁତକ ସଞ୍ଚୟ ଲକଡାଉନ୍ ସମୟରେ ସରିଯାଇଛି । ହେଲେ ଏହି ସବୁ ବ୍ୟତୀତ ସେ ଖୁସିରେ ରହିବାକୁ ଚେଷ୍ଟା କରୁଛନ୍ତି । ତେଣୁ ଏହିଭଳି ଏକ ସଙ୍କଟକୁ ଟାଳି ପାରିବାନି ବୋଲି ସେ ତାଙ୍କ ଫ୍ୟାନ୍ସ ମାନଙ୍କୁ କହିଛନ୍ତି । ତେବେ ଟୁଇଟର୍ ରେ ଏକ ଫଟୋ ସେୟାର କରି ଲେଖିଛନ୍ତି ଯେ, “ଅସୁବିଧାକୁ ଏଡାଇ ହେବ ନାହିଁ । କିନ୍ତୁ ଏଥିରେ ଚିନ୍ତାଗ୍ରସ୍ତ ହୋଇଯିବା ହେଉଛି ବୈକାଳ୍ପିକ କଥା । ଖୁସି ରେ ରହୁଛି ଯେତିକି ରହୁଛି । ହ୍ୟାସଟ୍ୟାଗ୍ ସଟ୍ ଅପ୍ ସୋନା ଫିଲ୍ମ କୁ ରିଲିଜ୍ ପରେ ତାହାକୁ ଦୁନିଆରୁ କୋଣ କୋଣ ଅନୁକୋଣର ଲୋକେ ପସନ୍ଦ କରିଥିଲେ ଏବଂ ଫେଷ୍ଟିଭଲ୍ ରେ ମଧ୍ୟ ଜିତିଛି ଏହି ଫିଲ୍ମ । ତେବେ ମହାମାରୀ କାଳରେ ମୋର ସବୁ ସଞ୍ଚୟ ଏହି ଫିଲ୍ମରେ ଖର୍ଚ୍ଚ ହୋଇଯାଇଛି” ।

ତେବେ ସୋନାଙ୍କ ଏହି ଟୁଇଟ୍ ରେ ତାଙ୍କ ଫ୍ୟାନ୍ସ ମାନେ ତାଙ୍କୁ ଆଶ୍ୱାସନା ଦେଇଛନ୍ତି । ତାଙ୍କ ଟୁଇଟ୍ କୁ ଖୁବ୍ ଲାଇକ୍ ଏବଂ ସେୟାର୍ କରିଛନ୍ତି । ଏଥିସହିତ କରୋନାରେ କାଳରେ ସାହାସ ନ ହରାଇ ରହିବାକୁ କହିଛନ୍ତି ।

Get real time updates directly on you device, subscribe now.