fbpx

ତୃତୀୟ ପର୍ଯ୍ୟାୟରେ ପହଞ୍ଚିଲା ସ୍ପୁଟନିକ୍ ଲାଇଟର ପରୀକ୍ଷଣ

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣର ନୂଆ ସଂଖ୍ୟା ପୂର୍ବାପେକ୍ଷା କମ୍ ଦେଖାଦେଇଛି । ତେବେ ଏହା ମହାମାରୀ ଭାଇରସର ଦ୍ୱିତୀୟ ତରଙ୍ଗର ପ୍ରଭାବ ଏବେ ମଧ୍ୟ ଜାରି ରହିଛି । ମଙ୍ଗଳବାର ମଧ୍ୟ ପ୍ରାୟ ୨ ଲକ୍ଷ ସଂକ୍ରମିତ ହୋଇଥିବା ଖବର ଜଣାପଡ଼ିଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ପ୍ରାୟ ୪୦ ଦିନ ପରେ ଆଜି ତୁଳନାତ୍ମକ ଭାବେ ପଜିଟିଭ୍ କେସ୍ ସଂଖ୍ୟା କମ୍ ରହିଛି । ତେବେ ଏହି ମହା ସଂକଟରୁ ମୁକୁଳିବା ପାଇଁ ସରକାର ସମସ୍ତ ପ୍ରକାର ଉଦ୍ୟମ ଜାରି ରଖିଛନ୍ତି । ଏହି କ୍ରମରେ କରୋନା ଉପଚାର ପାଇଁ ବ୍ୟବହୃତ ରେମଡେସିଭର୍ ଓ ଅନ୍ୟ ଔଷଧ ନେଇ ଏକ ବିମାନ ରୁଷରୁ ଆସି ଭାରତ ପହଞ୍ôଚଛି ।

ଭାରତରେ ଅବସ୍ଥାପିତ ରୁଷ୍ ରାଷ୍ଟ୍ରଦୂତ କହିଛନ୍ତି ଯେ, ଭାରତକୁ ନିରନ୍ତର ସହଯୋଗ କରିବା ପାଇଁ ଆମେ ସମ୍ପୂର୍ଣ୍ଣ ସଂକଳ୍ପବଦ୍ଧ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ, ଇ୨୦ ଏବଂ ଉଧଠଝଖ ଭଳି ଆଦି ବିଭିନ୍ନ ବର୍ଗରେ ଆମେ ସହଯୋଗର ହାତ ବଢ଼ାଉଛୁ ବୋଲି ସେ କହିଛନ୍ତି । ଇତିମଧ୍ୟରେ ରୁଷରେ ସ୍ପୁଟନିକ୍ ଲାଇଟ୍ ର ପରୀକ୍ଷଣ ତୃତୀୟ ପର୍ଯ୍ୟାୟରେ ପହଞ୍ôଚ ସାରିଛି । ଏହି ଭ୍ୟାକ୍ସିନର କେବଳ ଗୋଟିଏ ଡୋଜ୍ ହିଁ ନେବାକୁ ପଡ଼ିବ । ଏହି ଭ୍ୟାକ୍ସିନ୍ ଭାରତ ପାଇଁ ବରଦାନ ସଦୃଶ ହେବ । ଏଥିସହ ଭାରତରେ ମଧ୍ୟ ଏହାର ଉତ୍ପାଦନ ଖୁବଶୀଘ୍ର ଆରମ୍ଭ ହେବ । ଖାଲି ସେତିକି ନୁହେଁ, କମ୍ ସମୟ ଅବଧି ମଧ୍ୟରେ ଭାରତ ଔଷଧ ପ୍ରସ୍ତୁତ କରିବାରେ ସାରା ବିଶ୍ୱରେ ଏକ ଅଗ୍ରଣୀ ଦେଶ ମଧ୍ୟରେ ଅନ୍ୟତବ ବୋଲି ରୁଷ୍ ରାଷ୍ଟ୍ରଦୂତ ପ୍ରକାଶ କରିଛନ୍ତି । ସେହିପରି ସ୍ପୁଟନିକ୍-ଭି ବିଷୟରେ ସେ କହିଛନ୍ତି ଯେ ଚୁକ୍ତି ଓ ଦାୟିତ୍ୱବୋଧତା ଦୃଷ୍ଟିକୁ ନେଇ ଏହାର ଯୋଗାଣ ଏବଂ ଉତ୍ପାଦନ କାର୍ଯ୍ୟ ଚାଲୁ ରହିଛି । ଇତିମଧ୍ୟରେ ଭାରତ ସରକାର ସ୍ପୁଟନିକ୍-ଭି ଭ୍ୟାକ୍ସିନକୁ ଜରୁରିକାଳୀନ ସ୍ଥିତିରେ ବ୍ୟବହାର ପାଇଁ ଅନୁମତି ପ୍ରଦାନ କରିସାରିଛନ୍ତି । ସେହିପରି ଭାରତରେ ସମ୍ପ୍ରତି କୋଭାକ୍ସିନ୍, କୋଭିଶିଲ୍ଡ ଓ ସ୍ପୁଟନିକ୍-ଭି ଆଦି ଭ୍ୟାକ୍ସିନକୁ ନେଇ ଟିକାକରଣ ଅଭିଯାନ ଚାଲୁ ରହିଛି ।

Get real time updates directly on you device, subscribe now.