fbpx
BJD SKY
BJD SKY

ରାଜଧାନୀରେ କାଲିଠାରୁ ଆରମ୍ଭ ହେବ ଡ୍ରାଇଭ୍-ଥ୍ରୁ-ଭ୍ୟାକସିନ୍

BJD

ନୂଆଦିଲ୍ଲୀ : ଜାତୀୟ ରାଜଧାନୀ ଦିଲ୍ଲୀର ଲୋକମାନଙ୍କୁ ଏଣିକି ଖୁବ୍ ସହଜରେ ମିଳିବ ଟିକା । ସେମାନେ ନିଜ ନିଜ ଗାଡିରେ ବସି ଥିବା ଅବସ୍ଥାରେ ହିଁ ଟିକା ନେଇପାରିବେ । ଦିଲ୍ଲୀରେ ବୁଧବାର ଠାରୁୁ ପ୍ରଥମ ଡ୍ରାଇଭ୍-ଥ୍ରୁ-ଭ୍ୟାକସିନ୍ ଆରମ୍ଭ ହେବାକୁ ଯାଉଛି । ଏଥିପାଇଁ ଭ୍ୟାକସିନ୍ ସେଣ୍ଟର ଖୋଲି ମଧ୍ୟ ସାରିଛି । ତେବେ ଦ୍ୱାରକା ସ୍ଥିତ ଆକାଶ ସୁପର ସ୍ପେଶାଲିଟି ହସ୍ପିଟାଲ ପକ୍ଷରୁ ଭେଗାସ୍ ମଲ୍ ରେ ୨୬ ତାରିଖରୁ ଏହି ସେଣ୍ଟର ଆରମ୍ଭ ହେବାକୁ ଯାଉଛି । ହସ୍ପିଟାଲ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ତେବେ ଅରବିନ୍ଦ କେଜ୍ରିୱାଲ୍ ଏହି ଡ୍ରାଇଭ୍-ଥ୍ରୁ-ଭ୍ୟାକସିନ୍ ସେଣ୍ଟରର ଉଦଘାଟନ ଆସନ୍ତା କାଲି କରିବେ ।

ହସ୍ପିଟାଲ ପକ୍ଷରୁ ଜଣେ ଅଧିକାରୀ ଏହି ସଂକ୍ରାନ୍ତରେ କହିଛନ୍ତି ଯେ, ଆକାଶ ହେଲଥ୍ କେୟାର୍ ସେଣ୍ଟର୍ ରେ ୧୮-୪୪ ବର୍ଷ ବର୍ଗର ବ୍ୟକ୍ତିବିଶେଷଙ୍କୁ କୋଭିସିଲ୍ଟ ଟିକା ଦିଆଯିବ । ଏଥିପାଇଁ ଭ୍ୟାକସିନ୍ ର ୩୦ ହଜାର ଡୋଜ୍ କିଣାଯାଇଛି ।

Get real time updates directly on you device, subscribe now.