fbpx

ଦୁଇ ଡୋଜର ଟିକା ନ ନେଲେ ଗିରଫ କରିବ ପୋଲିସ: କଲେକ୍ଟର ଦେଲେ ଆଦେଶ

ନୂଆଦିଲ୍ଳୀ: କରୋନା ମହାମାରୀ ବିରୋଧରେ ଲଢେଇରେ ଟିକାକୁ ଅମୋଘ ଅସ୍ତ୍ର ଭାବରେ ବିବେଚନା କରାଯାଉଛି । ଏପରି ପରସ୍ଥିତିରେ ଟିକାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଏବେବି ରହିଛି ଭୟ । ସରକାରଙ୍କ ପକ୍ଷରୁ ସଚେତନତା ପାଇଁ ପ୍ରୟାସ କରାଯାଉଥିଲେ ହେଁ କିଛି ଲୋକ ଏହାକୁ ଅମାନ୍ୟ କରୁଛନ୍ତି । ଏପରି ପରସ୍ଥିତିରେ ଦୁଇ ଡୋଜର ଟିକା ନ ନେଲେ ଲୋକଙ୍କ ବିରୋଧରେ ମାମଲା ରୁଜୁ କରାଯିବା ସହିତ ଗିରଫ କରାଯିବ ବୋଲି ଆଦେଶ ଦେଇଛନ୍ତି କଲେକ୍ଟର । ସିଙ୍ଗରୌଲୀ ଜିଲ୍ଲା କଲେକ୍ଟର ରାଜୀବ ରଞ୍ଜନ ମୀନା ଏମିତି ନିର୍ଦ୍ଦେଶ ଦେଇଛନ୍ତି ।

୧୫ ଡିସେମ୍ବର ମଧ୍ୟରେ ଦୁଇ ଡୋଜ ଟିକା ନନେଲେ ସମସ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କଲେକ୍ଟର କହିଛନ୍ତି । ଏପରିକି ଦୁଇ ଡୋଜ ଟିକା ନେଇନଥିଲେ ହୋଟେଲ, ସିନେମା ହଲ, ମଲ ଭଳି ଯାଗାକୁ ପ୍ରବେଶ ପାଇଁ ଅନୁମତି ମଧ୍ୟ ମିଳିବ ନାହିଁ । ଏହା ପୂର୍ବରୁ ସାଧାରଣ ବଣ୍ଟନ ବିଭାଗ ମଧ୍ୟ ସମାନ ନିଷ୍ପତ୍ତି ନେଇଥିଲା । ପରିବାର ସମ୍ପୂର୍ଣ୍ଣ ଟିକାକରଣ ହୋଇଥିଲେ ହେଁ ଯାଇ ରାସନ ପ୍ରଦାନ କରାଯିବ । ଏହା ସହିତ ଆସନ୍ତା ୩୦ ନଭେମ୍ବରରୁ ଏହି ନିୟମ କଡାକଡି ଭାବରେ ପାଳନ କରାଯିବ । ଇନ୍ଦୋରରେ ବର୍ତ୍ତମାନ ସୁଦ୍ଧା ମାତ୍ର ୮ ପ୍ରତିଶତ ଲୋକ କରୋନାର ଦ୍ୱିତୀକୟ ଡୋଜ ଟିକା ନେଇଛନ୍ତି ।

Get real time updates directly on you device, subscribe now.