୪୭ ବର୍ଷ ପରେ ଦେଖାହେଲେ ଦୁଇ ଭଉଣୀ, ଜଣକୁ ୯୮ ତ’ ଆଉ ଜଣକୁ ୧୦୦ବର୍ଷ

ନାମପେହ୍ନ,୨୩ ।୨: କମ୍ବୋଡିଆରେ ୪୭ ବର୍ଷ ପରେ ତିନି ଭାଇ-ଭଉଣୀ ଦେଖା ହୋଇଛନ୍ତି । ଦେଖାହେବା କ୍ଷଣି ସମସ୍ତେ ଖୁସି କାନ୍ଦି ପକାଉଥିଲେ । ସେମାନଙ୍କ ମଧ୍ୟରେ ଦୂରତା ଏତେ ଥିଲା କି, ଜୀବନରେ ଆଉ କେବେ ଶେଷ ଦେଖାହେବ ବୋଲି ସେମାନେ ଭାବି ନଥିଲେ । ସେମାନଙ୍କର ଶେଷ ଥର ପାଇଁ ୧୯୭୩ ମସିହାରେ କମ୍ବୋଡିଆରେ କମ୍ୟୁନିଷ୍ଟ ପାର୍ଟି ବା ଖମେର ରୂଜଙ୍କ ଶାସନ ଆସିବାର ଦୁଇ ବର୍ଷ ପୂର୍ବରୁ ସାକ୍ଷାତ ହୋଇଥିଲା । ୧୯୭୫ରେ କମ୍ୟୁନିଷ୍ଟ ପାର୍ଟି ଶାସନକୁ ଆସିବା ପରେ ପାଖାପାଖୀ ଦୁଇ ବର୍ଷ ପର୍ଯ୍ୟନ୍ତ ସଂଘର୍ଷ ଚାଲିଥିଲା, ଯେଉଁଥିରେ ୨୦ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟିଥିଲା । ଏହି ସଂଘର୍ଷ ୧୯୭୯ ପର୍ଯ୍ୟନ୍ତ ଚାଲିଥିଲା । ତେବେ ଏହି ସଂଘର୍ଷରେ ତିନି ଭାଇ-ଭଉଣୀଙ୍କର ବିଚ୍ଛେଦ ଘଟିଥିଲା ।

ବହୁ ଖୋଜାଖୋଜି ପରେ ବି ତିନି ଭାଇ-ଭଉଣୀଙ୍କର ସନ୍ଧାନ ମିଳିପାରି ନଥିଲା । ନିକଟରେ ୯୮ ବର୍ଷିୟା ବନ ସେନ ନିଜର ୧୦୧ ବର୍ଷିୟା ଭଉଣୀ ଚିୟା ଓ ୯୨ ବର୍ଷିୟା ଭାଇଙ୍କ ସହ ଭେଟ କରିଛନ୍ତି । ୨୦୦୪ରେ ସେମାନଙ୍କୁ ଦେଖା କରାଇବା ପାଇଁ ସ୍ଥାନୀୟ ଏନଜିଓ ଚିଲଡେନ୍ସ ଫଣ୍ଡ ଦ୍ୱାରା ପ୍ରୟାସ କରାଯାଇଥିଲା । ଏନଜିଓ ଦ୍ୱାରା ବନଙ୍କ ଭାଇ ଭଉଣୀ ଏକ ଗାଁରୁ ଉଦ୍ଧାର ହେଲେ । ଯାହା ଫଳରେ ପ୍ରାରୟ ୪୭ ବର୍ଷ ପରେ ତିନି ଭାଇ ଭଉଣୀଙ୍କ ସାକ୍ଷାତ ହୋଇ ପାରିଲା ।

Get real time updates directly on you device, subscribe now.