fbpx

ସୀତା ଜୟନ୍ତୀ; ଏହି ଦିନ ମା’ ସୀତାଙ୍କ ପୂଜାରେ ପ୍ରସନ୍ନ ହୁଅନ୍ତି ମା’ ଲକ୍ଷ୍ମୀ, ଜାଣନ୍ତୁ ତାରିଖ-ସମୟ

Advertisement

ଓଡ଼ିଶା ଭାସ୍କର: ଦେବୀ ଲକ୍ଷ୍ମୀଙ୍କ ଆଉ ଏକ ଅବତାର ହେଉଛନ୍ତି ମାତା ସୀତୀ । ଫାଲ୍ଗୁନ ମାସକୃଷ୍ଣପକ୍ଷ ଅଷ୍ଟମ ତିଥିରେ ଜାନକୀ ଜୟନ୍ତୀ ପାଳନ କରାଯାଏ । ରାଜା ଜନକଙ୍କ କନ୍ୟା ହୋଇଥିବାରୁ ଦେବୀ ସୀତାଙ୍କୁ ଜନକ ଦୁଲାରୀ ବୋଲି କୁହାଯାଏ । ତିଥି ଅନୁସାରେ ଚଳିତ ବର୍ଷ (୨୦୨୪) ମାର୍ଚ୍ଚ ୪ ତାରିଖରେ ଜାନକୀ ଜୟନ୍ତୀ ପାଳିତ ହେବ । ଫାଲଗୁଣା କୃଷ୍ଣ ପକ୍ଷର ଅଷ୍ଟମୀ ତିଥି ୩ ମାର୍ଚ୍ଚ ୨୦୨୪ ସକାଳ ୮ଟା ୪୪ରୁ ଆରମ୍ଭ ହୋଇ ୪ ମାର୍ଚ୍ଚ ୨୦୨୪ ସକାଳ ୮ଟା ୪୯ ପର୍ଯ୍ୟନ୍ତ ଚାଲିବ । ଏହି ଦିନ ସକାଳ ୯ଟା ୩୮ରୁ ୧୧ଟା ୫ ମିନିଟ୍ ପର୍ଯ୍ୟନ୍ତ ମା’ ସୀତାଙ୍କ ଆରାଧନା କରିବାର ଶୁଭ ସମୟ ଅଟେ ।

ଦେବୀ ସୀତା ହେଉଛନ୍ତି ଦେବୀ ଲକ୍ଷ୍ମୀଙ୍କ ଅବତାର । ମାତା ସୀତୀ/ଜାନକୀ ଜୟନ୍ତୀରେ ସଧବାଙ୍କ ଜିନିଷ ଯେପରିକି ସିନ୍ଦୁର, ଶଙ୍ଖା, କଜଳ ଓ ଶାଢୀ ଦାନ କରିବାର ପରମ୍ପରା ରହିଛି । ଏହା ଦ୍ୱାରା ସୌଭାଗ୍ୟ ବଢିଥାଏ । ସ୍ବାମୀଙ୍କ ଜୀବନ ଲମ୍ବା ହୋଇଥାଏ । କିମ୍ବଦନ୍ତୀ ଅନୁଯାୟୀ, ରାଜା ଜନକ ସନ୍ତାନ ପାଇବା ପାଇଁ ବଳିଦାନ କରିବାକୁ ନିଷ୍ପତ୍ତି ନେଇଥିଲେ। ଏଥିପାଇଁ ମାଟିରେ ହଳ କରୁଥିବା ବେଳେ ମଞ୍ଜୁଷାରେ ଏକ ଝିଅକୁ ଦେଖିବାକୁ ପାଇଥିଲେ। ହଳର ମୁଣ୍ଡକୁ ସୀତା କୁହାଯାଏ, ସେଥିପାଇଁ ତାଙ୍କର ନାମ ସୀତା ରଖାଯାଇଥିଲା । ଦିନେ ପିଲାଦିନେ ଦେବୀ ସୀତା ଖେଳୁଥିବା ବେଳେ ଶିବଙ୍କ ଧନୁ ଉଠାଇଥିଲେ, ତା’ପରେ ରାଜା ଜନକ ଜାଣିବାକୁ ପାଇଲେ ଯେ ସୀତା ଜଣେ ଦିବ୍ୟ କନ୍ୟା।

Get real time updates directly on you device, subscribe now.