fbpx

(video) ; ଲାହୋରରେ ବସି ପାକିସ୍ତାନକୁ ଅଙ୍ଗୁଳି ଦେଖାଇଲେ ଜାଭେଦ୍ ଅଖତର, କହିଲେ – ଆତଙ୍କବାଦୀ ଏହି ମାଟିର

Advertisement

ନୂଆଦିଲ୍ଲୀ : ପ୍ରସିଦ୍ଧ ଗୀତିକାର ଜାବେଦ୍ ଅଖତର ଲାହୋର ରେ ଆୟୋଜିତ ଏକ ଫେଷ୍ଟିଭାଲରେ ଅଂଶ ଗ୍ରହଣ କରି ପାକିସ୍ତାନକୁ ଟାର୍ଗେଟ କରିଛନ୍ତି । ୨୬/୧୧ ମୁମ୍ବାଇ ଆକ୍ରମଣକୁ ମନେ ପକାଇ ସେ ସିଧା ସଳଖ ପାକିସ୍ତାନକୁ ଅଙ୍ଗୁଳି ନିର୍ଦ୍ଦେଶ କରି ସେ କହିଛନ୍ତି ଯେ, ଏପର୍ଯ୍ୟନ୍ତ ଆତଙ୍କବାଦୀମାନେ ଦେଶରେ ବୁଲୁଛନ୍ତି । ଆମେ ନସରତ ଓ ମେହଦି ହସନଙ୍କ ବଡ ବଡ ଫଙ୍କସନ କରିଛୁ, କିନ୍ତୁ ପାକିସ୍ତାନ ମାଟିରେ ଲତା ମଙ୍ଗେଶକରଙ୍କ କୌଣସି କାର୍ଯ୍ୟକ୍ରମ ଆୟୋଜନ କରାଯାଇନାହିଁ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ମୁଁ ଦେଖିଛି ଆମ ସହର ଉପରେ ଅକ୍ରମଣ ହୋଇଛି । ଆକ୍ରମଣକାରୀ ଅନ୍ୟ କେଧରୁ ଆସି ନଥିଲେ, ବରଂ ମୁଲକ୍ ର ଥିଲେ । ପ୍ରତି ଭାରତୀୟଙ୍କ ମନରେ ଏଥିପାଇ କ୍ରୋଧ ରହିଛି, ଏହାକୁ ନେଇ ତୁମେ ମାନେ ଖରାପ ଭାବିବା ଠିକ୍ ନୁହେଁ ।
ପ୍ରଶଂସକମାନେ ତାଙ୍କର ଏହି ବିବୃତ୍ତିକୁ ଖୁବ୍ ପ୍ରଶଂସା କରିଛନ୍ତି । ଜାଭେଦ ଅଖତରଙ୍କ ଏହି ବିବୃତ୍ତି ସୋସିଆଲ ମିଡିଆରେ ଆଲୋଚନା ହେଉଛି। ଅନେକ ଲୋକ ସମ୍ପୂର୍ଣ୍ଣ ସାକ୍ଷାତକାର ଦେଖିବାକୁ ଇଚ୍ଛା ପ୍ରକାଶ କରିଛନ୍ତି ତ ଅନ୍ୟ ଏହାକୁ ଦେଶପ୍ରେମ ବୋଲି କହିଛନ୍ତି । କେତେ ଜଣ ଗୀତିକାରଙ୍କୁ ଭାରତ ରତ୍ନ ଦେବା ପାଇଁ ଦାବି କରିଛନ୍ତି । ଲୋକ କମେଣ୍ଟ ବକ୍ସରେ କରତାଳି ଇମୋଜି ଦେଇଛନ୍ତି ।

ପାକିସ୍ତାନୀ ଗାୟକ ଅଲି ଜାଫରଙ୍କ ସହ ଜାଭେଦଙ୍କ ଏହି କାର୍ଯ୍ୟକ୍ରମକୁ ସୋସିଆଲ ମିଡିଆରେ ପସନ୍ଦ କରାଯାଉଛି। ଭିଡିଓରେ ଅଲି ଜାଫର କିଶୋର କୁମାରଙ୍କ ଗୀତ ଜିନ୍ଦାଗି ଆ ରାହ ହୁନ୍ ମେନ୍ ଗାଉଛନ୍ତି ….

ଏହି କାର୍ଯ୍ୟକ୍ରମ ଫେବୃଆରୀ ୧୭ ରୁ ୧୯ ମଧ୍ୟରେ ଲାହୋରରେ ତିନି ଦିନିଆ ପେଜ ମହୋତ୍ସବ ଅନୁଷ୍ଠିତ ହୋଇଥିଲା । ଗୀତିକାର ଜାଭେଦ୍ ଅଖତର ଏହି ଉତ୍ସବରେ ଦେଇ ତାଙ୍କର ନୂତନ ପୁସ୍ତକ ମଧ୍ୟ ଉନ୍ମୋଚନ କରିଥିଲେ ।

Get real time updates directly on you device, subscribe now.