fbpx

ଅଫିସରେ ବସି ଫାଇଲ ଖୋଜୁଛି ମାଙ୍କଡ଼ : ଆଉ ତା’ପରେ…

Advertisement

ନୂଆଦିଲ୍ଲୀ : ପଶୁ ହେଲେ ବି କ’ଣ ହେଲା, ସେମାନଙ୍କ ବି କିଛି ଇଚ୍ଛା ଅଛି । ତେବେ ୟୁପିରେ ଏକ ମାଙ୍କଡ଼ର ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଦେଖାଯାଉଛି ଯେ, ଗୋଟେ ମାଙ୍କଡ଼ ଅଫିସ ଭିତରେ ବସି ଫାଇଲ ଦେଖୁଛି । ଅଖପାଖ ଲୋକଙ୍କୁ ଖାତିର ନକରି ସେ ବହୁତ ମଜାରେ ତା’ର ଅଫିସ କାମ ସାରୁଛି ।

ସୂଚନା ଅନୁସାରେ, ଏହି ଭିଡିଓଟି ୟୁପି ସହାନପୁରର ବେହଟ ତହସୀଲର ବୋଲି କୁହାଯାଉଛି । ଏଥିରେ ଏକ ମାଙ୍କଡ଼ ଏକ ଅଫିସର ଚେୟାର ଉପରେ ବସି ରେଜିଷ୍ଟରର ପେଜ୍ ଓଲଟାଉଛି । ଆଉ ବହୁତ ଧ୍ୟାନର ସହ ସେଗୁଡିକୁ ଦେଖୁଛି । ଆଖପାଖରେ ଥିବା ଲୋକଙ୍କୁ ଆଦୌ ଖାତିର ନକରି ବହୁତ ଆରମ ସେ ଅଫିସର ସେୟାରରେ ବସି ଫାଇଲର ପେଜ୍ ଓଲଟାଇ ଓଲଟାଇ ଦେଖୁଛି । ତେବେ ଅନ୍ୟ ପଟେ ଚର୍ଚ୍ଚା ହେଉଛି ଯେ, ଏହା ଏକ ସରକାରୀ କାର୍ଯ୍ୟାଳୟ ।

କିନ୍ତୁ ବେହଟ ତହସୀଲର ଏସଡିଏମ ଦୀପକ କୁମାର କହିଛନ୍ତି ଯେ, ଭାଇରଲ ହେଉଥରବା ଭିଡିଓରେ ଦେଖାଯାଉଥିବା ଅଫିସଟି କୌଣସି ସରକାରୀ କାର୍ଯ୍ୟାଳୟ ନୁହେଁ । ମାଙ୍କଡ଼ ଜଣେ ଓକିଲଙ୍କ ଚାମ୍ବରରେ ପ୍ରବେଶ କରି ଟେବୁଲ ଉପରେ ବସିଥିଲା । ଏନେଇ ସେମାନେ ବନ ବିଭାଗ କର୍ମଚାରୀ ଓ ପୋଲିସ ଅଧିକାରୀଙ୍କୁ ସୂଚନା ଦେଇଥିଲେ । ପରବର୍ତ୍ତୀ ସମୟରେ ବନ ବିଭାଗ କର୍ମଚାରୀ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସେଠାରୁ ମାଙ୍କଡ଼କୁ ଉଦ୍ଧାର କରିଥିଲେ ।

Get real time updates directly on you device, subscribe now.