fbpx
BJD SKY
BJD SKY

ଦେଶର ୬ଟି ବ୍ୟାଙ୍କର ବଡ଼ ଘୋଷଣା: Fixed Deposit ଉପରେ ଏଣିକି ନିବେଶକଙ୍କୁ ମିଳିବ ୯ ପ୍ରତିଶତରୁ ଅଧିକ ସୁଧ

BJD

ନୂଆଦିଲ୍ଲୀ: କେଉଁଠୁ ଅଧିକ ଅର୍ଥ ମିଳିବ ସେନେଇ ଗ୍ରାହକମାନେ ସର୍ବଦା ପ୍ରୟାସ କରିଥାନ୍ତି । ବ୍ୟାଙ୍କମାନେ ମଧ୍ୟ ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ନୂଆ ନୂଆ ଅଫର ସବୁ ଲଞ୍ଚ କରିଥାନ୍ତି । ତେବେ ଅନେକ ନିବେଶ ପ୍ଲାନରେ ଅଧିକ ସୁଧ ମିଳୁଥିଲେ ହେଁ ସେ କ୍ଷେତ୍ରରେ ହାଇ ରିସ୍କ ରହିଥାଏ । ତେଣୁ ଅଧିକାଂଶ ଗ୍ରାହକୁ ସେଥିରୁ ମୁହଁ ଫେରାଇ ନେଇଥାନ୍ତି । ତେବେ ଏଭଳି ସ୍ଥିତିରେ ଗ୍ରାହକମାନେ ଅପେକ୍ଷାକୃତ ଶସ୍ତା, ସୁନ୍ଦର ଓ ମଜବୁତ ନିବେଶ ପ୍ଲାନର ସନ୍ଧାନରେ ରହିଥାନ୍ତି ।

ଯଦି ଆପଣମାନେ ସ୍ଥାୟୀ ଜମା (ଏଫଡି) କରିବେ ତେବେ ଏ କ୍ଷେତ୍ରରେ ୯ ପ୍ରତିଶତରୁ ଅଧିକ ସୁଧ ପାଇ ପାରିବେ । ୟୁନିଟି ସ୍ମଲ ଫାଇନାନ୍ସ ବ୍ୟାଙ୍କ ପକ୍ଷରୁ ୧୦୦୧ ଦିନିଆ ଏଫଡି ଉପରେ ସାଧାରଣ ନିବେଶକଙ୍କୁ ୯ ପ୍ରତିଶତ ସୁଧ ମିଳୁଛି । ସେହିପରି ବରିଷ୍ଠ ନାଗରିକଙ୍କୁ ୯.୫ ପ୍ରତିଶତ ସୁଧ ମିଳୁଛି । ବର୍ତ୍ତମାନ ସମୟରେ ବ୍ୟାଙ୍କ ତା’ର ନିବେଶକଙ୍କୁ ୪.୫ ପ୍ରତିଶତରୁ ଆରମ୍ଭ କରି ୯ ପ୍ରତିଶତ ପର୍ଯ୍ୟନ୍ତ ସୁଧ ଦେଉଛି । ୧୦୦୧ ଦିନିଆ ଏଫଡିରେ ଗ୍ରାହକଙ୍କୁ ସବୁଠାରୁ ବେଶି ଫାଇଦା ମିଳୁଛି ।

ସେହିପରି ସୂର୍ଯ୍ୟୋଦୟ ସ୍ମଲ ଫାଇନାନ୍ସ ବ୍ୟାଙ୍କ ପକ୍ଷରୁ ନିବେଶକଙ୍କୁ ପାଞ୍ଚ ବର୍ଷିଆ ଏଫଡି ଉପରେ ୯.୧ ପ୍ରତିଶତ ମିଳୁଛି । ବରିଷ୍ଠ ନାଗରିକଙ୍କୁ ଏହି ଅବଧି ପାଇଁ ୯.୬ ପ୍ରତିଶତ ସୁଧ ମିଳୁଛି । ବ୍ୟାଙ୍କ ପକ୍ଷରୁ ସାଧାରଣ ନାଗରିକଙ୍କୁ ୪ ପ୍ରତିଶତରୁ ଆରମ୍ଭ କରି ୯.୧ ପ୍ରତିଶତ ପର୍ଯ୍ୟନ୍ତ ସୁଧ ମିଳୁଛି । ସେହିପରି ବରିଷ୍ଠ ନାଗରିକଙ୍କୁ ୪.୫ ପ୍ରତିଶତରୁ ଆରମ୍ଭ କରି ୯.୬ ପ୍ରତିଶତ ପର୍ଯ୍ୟନ୍ତ ସୁଧ ମିଳୁଛି । ଜନ ସ୍ମଲ ଫାଇନାନ୍ସ ବ୍ୟାଙ୍କ ୩୬୬ରୁ ୪୯୯ ଦିନିଆ ଏଫଡି ଉପରେ ସାଧାରଣ ନାଗରିକଙ୍କୁ ୪.୨୫ରୁ ୯ ପ୍ରତିଶତ ଓ ବରିଷ୍ଠ ନାଗରିକଙ୍କୁ ୯ ପ୍ରତିଶତ ସୁଧ ଦେଉଛି ।

ଫିନକେୟାର ସ୍ମଲ ଫାଇନାନ୍ସ ବ୍ୟାଙ୍କ ଏଫଡିରେ ୯.୧୧ ପ୍ରତିଶତ ସୁଧ ଦେଉଛି । ୧୦୦୦ ଦିନିଆ ଏଫଡିରେ ସାଧାରଣ ନାଗରିକଙ୍କୁ ୩ରୁ ୮.୫୧ ପ୍ରତିଶତ ପର୍ଯ୍ୟନ୍ତ ଓ ବରିଷ୍ଠ ନାଗରିକଙ୍କୁ ୪.୬ରୁ ୯.୧୧ ପ୍ରତିଶତ ପର୍ଯ୍ୟନ୍ତ ସୁଧ ମିଳୁଛି । ଇକ୍ୱିଟାସ ସ୍ମଲ ଫାଇନାନ୍ସ ବ୍ୟାଙ୍କ ୮୮୮ ଦିନିଆ ଏଫଡି ଉପରେ ସାଧାରଣ ନାଗରିକଙ୍କୁ ୮.୮ ପ୍ରତିଶତ ଓ ବରିଷ୍ଠ ନାଗରିକଙ୍କୁ ୯ ପ୍ରତିଶତ ସୁଧ ଦେଉଛି । ଇଏସଏଏଫ ସ୍ମଲ ଫାଇନାନ୍ସ ବ୍ୟାଙ୍କ ୨-୩ ବର୍ଷିଆ ଏଫଡି ଉପରେ ସାଧାରଣ ନାଗରିକଙ୍କୁ ୮.୫ ପ୍ରତିଶତ ଓ ବରିଷ୍ଠ ନାଗରିକଙ୍କୁ ୯ପ୍ରତିଶତ ସୁଧ ଦେଉଛି । ଏଫଡିରୁ ଅଧିକ ଫାଇଦା ପାଇବାକୁ ଇଚ୍ଛୁକ ଥିବା ଗ୍ରାହକଙ୍କ ପାଇଁ ଏହି ଦୁଇଟି ପ୍ଲାନ ନିଶ୍ଚିତ ଭାବେ ଉପଯୋଗୀ ସାବ୍ୟସ୍ତ ହେବ ।

Get real time updates directly on you device, subscribe now.