ଦୀଘା ଦାରୁ ବିବାଦ, ରାମକୃଷ୍ଣ ଦାସମହାପାତ୍ରଙ୍କୁ ଜବାବ ତଲବ
ରାମକୃଷ୍ଣ ଦାସମହାପାତ୍ରଙ୍କୁ ୭ ଦିନ ଭିତରେ ଉତ୍ତର ରଖିବାକୁ ନିର୍ଦ୍ଦେଶ ।
ଭୁବନେଶ୍ବର: ଦୀଘା ଜଗନ୍ନାଖ ମନ୍ଦିରକୁ ନେଇ ବିବାଦରେ ବରିଷ୍ଠ ସେବାୟତ ତଥା ଦଇତାପତି ନିଯୋଗର ସମ୍ପାଦକ ରାମକୃଷ୍ଣ ଦାମମହାପାତ୍ର । ମନ୍ଦିର ପ୍ରତିଷ୍ଠାରେ ଯୋଗ ଦେବା ସହିତ ବଙ୍ଗଳା ଚ୍ୟାନେଲରେ ପ୍ରତିକ୍ରିୟା ଦେବା ପରଠାରୁ ସେ ସମସ୍ୟାରେ ଛନ୍ଦି ହୋଇଯାଇଛନ୍ତି ।
ଦାରୁ ବିବାଦକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ରବିବାର ରାମକୃଷ୍ଣ ଦାସମହାପାତ୍ରଙ୍କୁ ଜବାବ ତଲବ କରିଛି । 7 ଦିନ ମଧ୍ୟରେ ଉତତର ଦେବାକୁ କୁହାଯାଇଛି ।
ଯଦି ଉତ୍ତର ସନ୍ତୋଷଜନକ ନଲାଗେ ତେବେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି । ପ୍ରକାଶଥାଉକି, ରାମକୃଷ୍ଣ ଦାମମହାପାତ୍ର କହିଥିଲେ ଦୀଘା ଜଗନ୍ନାଥ ମନ୍ଦିରରେ ନବକଳେବର ବଳକା ଦାରୁରେ ଚତୁର୍ଦ୍ଧାମୂର୍ତ୍ତି ନିର୍ମାଣ ହୋଇଛି ।
ହେଲେ କିଛି ସମୟ ପରେ ନିଜ ବୟାନ ପରିବର୍ତ୍ତନ କରିଥିଲେ । ତେବେ ସ୍ବର ବଦଳାଇବାକୁ ନେଇ ବିବାଦ ଦେଖାଯାଇଥିଲା । ଏନେଇ ଶ୍ରୀମନ୍ଦିର ପ୍ରଶସାନର ବୈଠକ ବସିଥିଲା। ଶ୍ରୀମନ୍ଦିର କାର୍ଯ୍ୟାଳୟରେ ରାମକୃଷ୍ଣ ଦାସମହାପାତ୍ର ହାଜର ହୋଇଥିଲେ।
ଦୀଘା ଜଗନ୍ନାଥ ମନ୍ଦିର ବିବାଦ ପ୍ରସଙ୍ଗରେ ରାମକୃଷ୍ଣ ଦାସମହାପାତ୍ରଙ୍କୁ ପଚରାଉଚରା କରାଯାଇଥିଲା । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପାଖାପାଖି ଦେଢ ଘଣ୍ଟା ଧରି ପଚରାଉଚରା କରିଥିଲେ । ବର୍ତ୍ତମାନ ତାଙ୍କୁ ଉତ୍ତର ରଖିବାକୁ 7 ଦିନ ସମୟ ଦିଆଯାଇଛି ।