ନାଳ ନିକଟରୁ ଖପୁରି ଓ କଙ୍କାଳ ଉଦ୍ଧାର, ନିଖୋଜ ମାଆ ଓ ଝିଅଙ୍କର ହୋଇଥିବା ସୂଚନା

ଭୁବନେଶ୍ବର: ଭଦ୍ରକ ବାସୁଦେବପୁରରେ ଚାଞ୍ଚଲ୍ୟ । ନାଳ ନିକଟରୁ ଉଦ୍ଧାର ହେଲା ମଣିଷ ଖପୁରୀ ଏବଂ କଙ୍କାଳ । ନାୟକାଣୀଡିହି ଥାନା ପାଞ୍ଚଘେରିଆ ଗାଁର ନାଳ ନିକଟରୁ ଏହା ଉଦ୍ଧାର କରାଯାଇଛି । ତେବେ ଦୁଇ ଜଣଙ୍କୁ ହତ୍ୟା କରି ଫିଙ୍ଗି ଦିଆଯାଇଥିବା ଚର୍ଚ୍ଚା ହେଉଛି । ଏହି ଘଟଣାରେ ପୋଲିସ 2ଜଣଙ୍କୁ ଅଟର ରଖି ପଚରାଉଚରା ଆରମ୍ଭ କରିଛି । ତେବେ ଏହି ମୃତଦେହ କାହାର ସେନେଇ କୌଣସି ସ୍ପଷ୍ଟତା ମିଳିପାରି ନାହିଁ । କିନ୍ତୁ ଖବର ଅନୁସାରେ, ଗତ 27 ତାରିଖରେ ସେହି ଗ୍ରାମର ମାଆ ଏବଂ ଝିଅ ନିଖୋଜ ରହିଥିବା ନେଇ ଅଭିଯୋଗ ହୋଇଥିଲା । ତେବେ ଏହି କଙ୍କାଳ ସେମାନଙ୍କର ହୋଇଥିବା ନେଇ ପୋଲିସ ଅନୁମାନ କରୁଛି । ମାଆ ଏବଂ ଝିଅ ସୁଭଦ୍ରା ପାଇଁ ଆବେଦନ କରିବାକୁ ଆସି ଆଉ ଫେରିନଥିଲେ । ଏହାପରେ ସେମାନଙ୍କୁ ବହୁତ ଖୋଜାଖୋଜି କରିବା ପରେ ମଧ୍ୟ ସେମାନଙ୍କର ପତ୍ତା ମିଳିନଥିଲା ।

Get real time updates directly on you device, subscribe now.