Breaking: ଜଙ୍ଗଲରେ ପଡ଼ିଥିବା କଙ୍କାଳ କାହାର? ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ !
ଜଙ୍ଗଲରୁ ମିଳିଲା ଯୁବତୀଙ୍କ କଙ୍କାଳ। ପାଖାପାଖି ମାସେ ଧରି ଶବ ପଡ଼ିଥିବାର ଅନୁମାନ।
ମାଲକାନଗିରି: ଜଙ୍ଗଲରେ ପଡ଼ିଛି ଯୁବତୀଙ୍କ କଙ୍କାଳ। ମାଲକାନଗିରି ଜିଲ୍ଲା ବାଲାଣଗୁଡ଼ା ପଞ୍ଚାୟତ ରେଙ୍ଗାବନ୍ଧ ଜଙ୍ଗଲରୁ ମିଳିଛି ଏକ ଗଳିତ ଶବ। ପାଖାପାଖି ଏକ ମାସ ହେବ ଶବ ପଡିଥିବାର ଅନୁମାନ କରାଯାଉଛି। କେହି ଦୁଷ୍କର୍ମ ପରେ ହତ୍ୟା କରିଥିବା ସନ୍ଦେହ କରାଯାଉଛି।
ତେବେ ଏବେ ସୁଦ୍ଧା ଯୁବତୀଙ୍କ ପରିଚୟ ମିଳିପାରିନାହିଁ। କେହି ହତ୍ୟା କରି ନିଛାଟିଆ ଜଙ୍ଗଲରେ ଶବ ଫୋପାଡି ଦେଇଥିବା ଅନୁମାନ କରାଯାଉଛି। ଯେତେବେଳେ ସ୍ଥାନୀୟ ଲୋକ କାଠ ହାଣିବାକୁ ଜଙ୍ଗଲକୁ ଯାଇଥିଲେ, ସେତେବେଳେ କଙ୍କାଳକୁ ଦେଖିଥିଲେ। ପରେ ପୋଲିସକୁ ଖବର ଦେଇଥିଲେ।
ଘଟଣାସ୍ଥଳରେ ପୋଲିସ ପହଞ୍ଚି ସ୍ଥିତିର ଅନୁଧ୍ୟାନ କରିବା ସହ ସାଇଣ୍ଟିଫିକ୍ ଟିମକୁ ମଧ୍ୟ ଖବର ଦେଇଛି। ହେଲେ ଯୁବତୀଙ୍କ ଶବ ପାହାଡ଼ ଉପରେ ଥିବା ଜଙ୍ଗଲକୁ କିପରି ଆସିଲା। ଏବଂ ଯୁବତୀଙ୍କୁ କେହି ମାରି ଆଣି ଜଙ୍ଗଲରେ ଫୋପାଡି ଦେଇଛି, ନା ସେହି ଜଙ୍ଗଲରେ ହତ୍ୟା କରାଯାଇଛି। ସେହି ଦିଗରେ ତଦନ୍ତ ଚଳାଇଛି ପୋଲିସ।