fbpx

ବାଂଲାଦେଶ ବିପକ୍ଷ ମ୍ୟାଚରେ ‘ଦ୍ୱିଶତକ’ ଅର୍ଜନ କଲେ ଅଧିନାୟକ ରୋହିତ: ସୂର୍ଯ୍ୟକୁମାର-ତିଲକଙ୍କୁ ଶିକ୍ଷା

Advertisement

ନୂଆଦିଲ୍ଲୀ: ବାଂଲାଦେଶ ବିପକ୍ଷରେ ସୁପର-୪ ଷ୍ଟେଜର ଶେଷ ମ୍ୟାଚ ଖେଳୁଛି ଟିମ ଇଣ୍ଡିଆ । ବାଂଲାଦେଶର ୨୬୬ ରନର ଟାର୍ଗେଟର ପିଛା କରି ଭାରତ ୩ ଓଭର ଭିତରେ ହିଁ ୨ଟି ୱିକେଟ ହରାଇ ସାରିଛି । ତେବେ ଏହି ମ୍ୟାଚରେ ତିଲକ ବର୍ମା ଡେବ୍ୟୁ କରିଥିବା ବେଳେ ମାତ୍ର ୫ ରନ୍ କରି ପାଭିଲିୟନ ପେରିଛନ୍ତି । କିନ୍ତୁ ଏସିଆ କପରେ ଗୋଟିଏ ପରେ ଗୋଯିଏ ରେକର୍ଡ ନିଜ ନାମରେ କରୁଛନ୍ତି ଦଳର ଅଧିନାୟକ ରୋହିତ ଶର୍ମା । ବାଂଲାଦେଶ ବିପକ୍ଷ ଆଜି ମ୍ୟାଚରେ ସେ ନିଜର ଦ୍ୱିଶତକ ହାସଲ କରିଛନ୍ତି । ତାଙ୍କର ଏହି ଦ୍ୱିଶତକ ସୂର୍ଯ୍ୟକୁମାର ଯାଦବ ଏବଂ ତିଲକ ବର୍ମାଙ୍କୁ ଉଚିତ ଶିକ୍ଷା ଦେଇଛି ।

ବାଂଲାଦେଶ ବିପକ୍ଷ ମ୍ୟାଚରେ ରୋହିତ ମାତ୍ର ୨ଟି ବଲ ଖେଳି ଖାତା ଖୋଲିବା ପୂର୍ବରୁ ଆଉଟ ହୋଇ ଯାଇଛନ୍ତି । କିନ୍ତୁ ଏହି ମ୍ୟାଚରେ ସେ ଆଉ ଏକ କୀର୍ତ୍ତିମାନ ରଚିଛନ୍ତି । ସେ ତାଙ୍କର ଏହି ଦ୍ୱିଶତକ ବ୍ୟାଟରେ ନୁହେଁ, ବରଂ କ୍ୟାଚରେ ନେଇଛନ୍ତି । ପ୍ରଥମ ଇନିଂସରେ ବୋଲିଂ କରିବା ବେଳେ ଦୁଇଟି ମୂଲ୍ୟବାନ କ୍ୟାଚ ଛାଡ଼ିଥିଲେ ଭାରତର ଦୁଇ ଷ୍ୟାର କେଳାଳି ତିଲକ ବର୍ମା ଏବଂ ସୂର୍ଯ୍ୟକୁମାର ଯାଦବ । ଏହାକୁ ନେଇ ଅଧିନାୟକ ରୋହିତ ଅସନ୍ତୋଷ ଜାହିର କରିଥିଲେ । ତେବେ ସ୍ଲିପ ଅଞ୍ଚଳରେ ସୂର୍ଯ୍ୟକୁମାର କ୍ୟାଚ ଛାଡ଼ିବା ପରେ ରୋହିତ ତାଙ୍କ ସ୍ଥାନରେ ସ୍ଲିପରେ ଫିଲ୍ଡିଙ୍ଗ କରିବାକୁ ଆସିଥିଲେ । ଏହାପରେ ବାଂଲାଦେଶର ଷ୍ୟାର ବ୍ୟାଟର ମେହଦୀ ହସନଙ୍କ କ୍ୟାଚ ନେଇ ପାଭିଲିୟନର ରାସ୍ତା ଦେଖାଇଛନ୍ତି ରୋହିତ । ସ୍ଲିପ ଅଞ୍ଚଳରେ ଏକ କଷ୍ଟକର କ୍ୟାଚକୁ ଖୁବ ସହଜରେ ଧରିଥିଲେ ଭାରତୀୟ ଅଧିନାୟକ । ତେବେ ଏହି କ୍ୟାଚ ସହ ରୋହିତ ଇଣ୍ଟରନେସନାଲ କ୍ୟାରିୟରରେ ନିଜର ୨୦୦ତମ କ୍ୟାଚ ନେଇଛନ୍ତି । ତେବେ ରୋହିତଙ୍କ ଏହି କ୍ୟାଚ ସୂର୍ଯ୍ୟକୁମାର ଏବଂ ତିଲକଙ୍କ ପାଇଁ ଏକ ବଡ଼ ଉଦାହରଣ ପାଲଟିଛି ।

ଇଣ୍ଟରନେସନାଲ କ୍ରିକେଟରେ ୨୦୦ କ୍ୟାଚ ହାସଲ କରିଥିବା ଭାରତୀୟ କ୍ରିକେଟରଙ୍କ ତାଲିକାରେ ରୋହିତ ପଞ୍ଚମ ଖେଳାଳି ଭାବରେ ଏଣ୍ଟ୍ରି କରିଛନ୍ତି । ତାଙ୍କ ପୂର୍ବରୁ ଜଣେ ଫିଲ୍ଡର ଭାବରେ ସର୍ବାଧିକ ୩୩୩ଟି କ୍ୟାଚ ହାସଲ କରିଛନ୍ତି ବର୍ତ୍ତମାନର କୋଚ ରାହୁଲ ଦ୍ରାବିଡ । ଏହାପରେ ସାଥୀ ଖେଳାଳି ବିରାଟ କୋହଲି ୩୦୩ କ୍ୟାଚ ନେଇ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ତୃତୀୟରେ ମହମ୍ମଦ ଅଝାରୁଦ୍ଦିନ(୨୬୧) ଏବଂ ସଚିନ୍ ତେନ୍ଦୁଲକର(୨୫୬)ଟି କ୍ୟାଚ ନେଇ ଚତୁର୍ଥ ସ୍ଥାନରେ ରହିଛନ୍ତି ।

Get real time updates directly on you device, subscribe now.