fbpx

“ବିନା କୌଣସି ମନ୍ଦ ଉଦ୍ଦେଶ୍ୟରେ ପିଠି ଏବଂ ମୁଣ୍ଡରେ ହାତ ମାରିବା ଯୌନ ନିର୍ଯାତନା ନୁହେଁ’ – ବମ୍ବେ ହାଇକୋର୍ଟର ଗୁରୁତ୍ୱପୂର୍ଣ୍ଣ ରାୟ

ମୁମ୍ବାଇ : ଝିଅମାନଙ୍କ ସହ ଯୌନ ନିର୍ଯାତନା ମାମଲା ପ୍ରାୟ ପ୍ରତିଦିନ ସାମ୍ନାକୁ ଆସୁଛି। ଏହାକୁ ରୋକିବା ପାଇଁ ଦେଶରେ ଆଇନ ପ୍ରଣୟନ କରାଯାଇଛି। କିନ୍ତୁ ଅନେକ ଥର ଏପରି ମାମଲା ଆସିଛି ଯେଉଁଠାରେ ଏହି ନିୟମଗୁଡ଼ିକର ଫାଇଦା ଉଠାଉଥିବା ଦେଖିବାକୁ ମିଳେ । ନିକଟରେ ଏପରି ଏକ ମାମଲା ସାମ୍ନାକୁ ଆସିଥିଲା। ଏହାର ଶୁଣାଣି କରିବାକୁ ଯାଇ ବମ୍ବେ ହାଇକୋର୍ଟ କହିଛନ୍ତି ଯେ କେବଳ ନାବାଳିକାଙ୍କ ମୁଣ୍ଡ ଓ ପିଠିରେ ବିନା ଖରାପ ଉର୍ଦ୍ଦେଶ୍ୟରେ ହାତ ମାରିବାକୁ ଯୌନ ନିର୍ଯାତନା କୁହାଯାଇପାରିବ ନାହିଁ।

ବମ୍ବେ ହାଇକୋର୍ଟର ନାଗପୁର ବେଞ୍ଚ ଜଣେ ୨୮ ବର୍ଷ ବୟସ୍କା ଯୁବକଙ୍କୁ ନିର୍ଦ୍ଦୋଷରେ ଖଲାସ କରି କହିଛି ଯେ ବିନା କୌଣସି ଖରାପ ଉଦ୍ଦେଶ୍ୟରେ ହାତ ମାରିବା ଯୌନ ନିର୍ଯାତନା ନୁହେଁ । ଏହି ମାମଲା ୨୦୧୨ ମସିହାରେ ଆରମ୍ଭ ହୋଇଥିଲା । ଯେତେବେଳେ ଜଣେ ୧୮ ବର୍ଷୀୟ ଯୁବକ ୧୨ ବର୍ଷର ନାବାଳିକା ପିଠି ଓ ମୁଣ୍ଡରେ ହାତ ବୁଲାଇ କହିଥିଲେ ଯେ ସେ ବଡ ହୋଇଯାଇଛି । ବାସ୍ , ଏହାକୁ ନେଇ ଆରମ୍ଭ ହୋଇଥିଲା ମହାଭାରତ । ସେହି ସମୟରେ ନାବାଳିକ ଅସହଜ ମନେ କରି ଚିତ୍କାର କରିଥିଲେ । ଏହି ମାମଲା କୋର୍ଟକୁ ଯାଇଥିଲା । ଏହି ମାମଲାରେ ଟ୍ରାଏଲ କୋର୍ଟ ଦୋଷୀ ସାବ୍ୟସ୍ତ ହେବା ପରେ ହାଇକୋର୍ଟ ଦ୍ୱାରସ୍ତ ହୋଇଥିଲେ । ହାଇକୋର୍ଟ ତାଙ୍କ ନିଷ୍ପତ୍ତିରେ କହିଛନ୍ତି ଯେ ନିମ୍ନ ଅଦାଲତର ନିଷ୍ପତ୍ତି ଠିକ୍ ନୁହେଁ । ଯୁବକ ଜଣଙ୍କ କୌଣସି ମନ୍ଦ ଉଦ୍ଦେର୍ଶରେ ନାବାଳିକଙ୍କ ପିଠି ଓ ମୁଣ୍ଡକୁ ସ୍ପର୍ଶ କରିନଥିଲେ ।

Get real time updates directly on you device, subscribe now.