fbpx
BSKY SKY
BSKY SKY

ମୋବାଇଲ ପାଖରେ ରଖି ଶୋଇବା ମହାବିପଦ: ପ୍ରଜନନ କ୍ଷମତା ହ୍ରାସ, ବ୍ରେନ କ୍ୟାନସର, ହାର୍ଟ, ମୁଣ୍ଡବିନ୍ଧା ସମସ୍ୟା ବଢ଼ିବ, ଚେତାବନୀ ଜାରି କଲା WHO

BSKY

ନୂଆଦିଲ୍ଲୀ: ଆଜିକାଲି ସମସ୍ତେ ଆରାମଦାୟକ ଜୀବନଯାପନ କରିବାକୁ ପସନ୍ଦ କରିଛନ୍ତି । ତେବେ ଡିଜିଟାଲର ଜମାନା ବଢ଼ିବା କାରଣରୁ ଆଜିକାଲିର ଯୁବପୀଢ଼ି ଖାଇବା, ପିଇବା, ବସିବା, ଉଠିବା ଠାରୁ ଆରମ୍ଭ କରି ଗାଡ଼ି ଚଲାଇବା ସମୟରେ ବି ମୋବାଇଲ ଛାଡ଼ୁ ନାହାନ୍ତି । କିଛି ଲୋକ ଶୋଇବା ସମୟରେ ତକିଆ ତଳେ, ବେଡ୍ ଉପରେ ମୋବାଇଲକୁ ଶରୀର ନିକଟରେ ରଖି ଶୋଇଥାନ୍ତି । ତେବେ ଏହା କେତେ ଯେ ଭୟଙ୍କର ତାହା କେହି କଳ୍ପନା ସୁଦ୍ଧା କରିନଥିବେ ।

ଏପରି ଖରାପ ବ୍ୟବହାରକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ଚେତାବନୀ ଜାରି କରିଛନ୍ତି । ଏକ ରିସର୍ଚ୍ଚ ମୁତାବକ, ୬୮ ପ୍ରତିଶତ ବୟସ୍କ ବ୍ୟକ୍ତି ଓ ୯୦ ପ୍ରିଶତ କିଶୋର ବୟସର ପିଲାମାନେ ମୋବାଇଲକୁ ପାଖରେ ରଖି ଶୋଉଛନ୍ତି । ଏହାଦ୍ୱାରା ମୋବାଇଲରୁ ନିର୍ଗତ ହେଉଥିବା ରେଡିଓ ଫ୍ରିକ୍ୱେନ୍ସି ଇଲେକ୍ଟ୍ରୋ- ମ୍ୟାଗ୍ନେଟିକ ବିକିରଣ ଆମର ହାର୍ଟ ଓ ବ୍ରେନ ପାଇଁ କ୍ଷତିକାରକ ହୋଇଥାଏ । ତେଣୁ ଶୋଇବା ସମୟରେ ଅତିକମରେ ୩ ଫୁଟ ଦୂରରେ ମୋବାଇଲକୁ ରଖି ଶୋଇବା ଉଚିତ ।

ହୁ ରିପୋର୍ଟ ଅନୁଯାୟୀ, ମୋବାଇଲକୁ ପାଖରେ ରଖି ଶୋଇବା ଦ୍ୱାରା ମାଂସପେଶୀ ଯନ୍ତ୍ରଣା, ମୁଣ୍ଡବନ୍ଧା, ପ୍ରଜନନ କ୍ଷମତା ଦୁର୍ବଳ ଆଦି ସମସ୍ୟା ଦେଖାଦିଏ । ମୋବାଇଲର ନୀଳ ଆଲୋକ ନିଦ ସୃଷ୍ଟି କରୁଥିବା ହରମୋନର ସନ୍ତୁଳନକୁ ଖରାପ କରିଦିଏ । ଫଳରେ ଶୋଇବାରେ ନାନା ପ୍ରକାରର ସମସ୍ୟା ଦେଖାଦେବା ସହ ବାୟୋଲୋଜିକାଲ କ୍ଲକ୍ ବିଗିଡ଼ିଯାଇଥାଏ । ଏପରିକି ଏହି ବିକିରଣ କ୍ୟାନସରର କାରଣ ବୋଲି ମଧ୍ୟ କୁହାଯାଇଛି ।

ତେବେ ମୋବାଇଲ ବିକିରଣ କାରଣରୁ ଗ୍ଲିଓମା ନାମକ ବ୍ରେନ କ୍ୟାନସରର ଆଶଙ୍କା ମଧ୍ୟ ବୃଦ୍ଧି ପାଇଥାଏ । ଏହାବ୍ୟତୀତ ଏହି ବିକିରଣ ଆମର ହୃତପିଣ୍ଡ ପାଇଁ ମଧ୍ୟ ବିପଦଜ୍ଜନକ ହୋଇପାରେ ବୋଲି କୁହାଯାଉଛି । ବର୍ତ୍ତମାନ ଏହି ଅଭ୍ୟାସ ସାଧାରଣ ଜଣାପଡ଼ୁଥିହେଁ ଭବିଷ୍ୟତରେ ଏହା ଜଣଙ୍କର ଜୀବନକୁ ନଷ୍ଟ କରିଦେବ । ତେଣୁ ବେଳ ଥାଉ ଥାଉ ଆପଣମାନେ ଏଥିପ୍ରତି ସଜାଗ ହୋଇଯାଆନ୍ତୁ । ଶୋଇବାର ୧ ଘଣ୍ଟା ମୋବାଇଲ ବ୍ୟବହାର ବନ୍ଦ କରି ନିଜଠାରୁ ଦୂରରେ ରଖନ୍ତୁ ।

Get real time updates directly on you device, subscribe now.